Categories: ଫୁରସତ

ମଙ୍ଗଳରେ ବହି ଆକୃତିର ପଥର

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ବର୍ତ୍ତମାନ ସମୟରେ ଉପଯୁକ୍ତ ଗ୍ରହର ଅନୁସନ୍ଧାନ କରୁଛନ୍ତି, ଯେଉଁଠାରେ ମଣିଷ ଜୀବନଯାପନ କରିପାରିବ। ଚନ୍ଦ୍ରଠାରୁ ଆରମ୍ଭ କରି ମଙ୍ଗଳ ପର୍ଯ୍ୟନ୍ତ ସବୁଠାରେ ଅନୁସନ୍ଧାନ ଜାରି ରହିଛି। ଏହା ମଧ୍ୟରେ ମଙ୍ଗଳ ମଣିଷ ପାଇଁ ଉପଯୁକ୍ତ ଗ୍ରହ ହେବ ବୋଲି କୁହାଯାଉଛି। ସେଥିପାଇଁ ମଙ୍ଗଳକୁ ନାସାର କ୍ୟୁରୋସିଟି ରୋଭର ପଠାଇଛି। ଏହା ଦ୍ୱାରା ମଙ୍ଗଳ ଗ୍ରହରୁ କ୍ୟୁରୋସିଟି ମାଧ୍ୟମରେ ପଠାଯାଉଥିବା ଚିତ୍ରଗୁଡ଼ିକୁ ଠିକ୍‌ ଭାବେ ଯାଞ୍ଚ କରିହେବ। ଏଥିସହ ଗ୍ରହରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ହେଲେ ନିକଟରେ ଏପରି ଏକ ଫଟୋ ସଂଗ୍ରହ କରାଯାଇଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଫଟୋରେ ଦୃଶ୍ୟମାନ ହେଉଥିବା ଏକ ଜିନିଷ ବହି ପରି ଦେଖାଯାଉଛି, ଯାହା ସାଧାରଣ ଭାବେ ୨.୫ ସେ.ମି. ହେବ ବୋଲି ଅନୁମାନ କରାଯାଇଛି। ଫଟୋରେ ଯେପରି ବହିଟି ଖୋଲା ହୋଇଥିବାବେଳେ ସେଥିରେ ଗୋଟିଏ ଫର୍ଦ୍ଦ ପବନରେ ଉଡୁଥିବା ଦେଖିବାକୁ ମିଳିଛି, ଯାହା କି ଏକ ପଥର ବୋଲି ଜଣାପଡିଛି। ଏହି ପଥରର ନାମ ‘ଟେରା ଫିର୍‌ମେ’ ରଖାଯାଇଛି। ଗତ ୧୦ ବର୍ଷ ହେବ ନାସାର କ୍ୟୁରୋସିଟି ରୋଭର ମଙ୍ଗଳରେ ରହି ଅନେକ ଫଟୋ ଉଠାଇ ପଠାଇସାରିଲାଣି। ୨୦୩୦ ମସିହା ବେଳକୁ ନାସା କ୍ୟୁରୋସିଟି ପୃଥିବୀକୁ ଫେରି ଆସିବ ବୋଲି ଜଣାପଡିଛି।

Share