Categories: ଫୁରସତ

ନିଶ ଥିବା ଚଢ଼େଇ

ପୁରୁଷଙ୍କୁ ନିଜ ନିଶ ଭାରି ପ୍ରିୟ। ଏହାକୁ ନେଇ ସେମାନେ ଗର୍ବ କରନ୍ତି। ଯାହାର ଯେତେ ଗହଳ ଓ ଲମ୍ବା ନିଶ ସେ ସେତେ ଗର୍ବ ଅନୁଭବ କରନ୍ତି। ତେବେ ଜାଣନ୍ତି କି ଖାଲି ପୁରୁଷ ନୁହନ୍ତି ଏକ କୁନି ଚଢ଼େଇର ବି ନିଶ ଅଛି। ସେ ପୁଣି ଲମ୍ବା ଓ ବେଶ୍‌ ଗହଳିଆ। ଠିକ୍‌ ମଣିଷଙ୍କ ପରି। ହେଲେ ସେହି ନିଶ କଳା ନୁହେଁ ବରଂ ଧଳା ରଙ୍ଗର। ଏହି ଚଢ଼େଇ ପେରୁ ଓ ଚିଲିର ପ୍ରଶାନ୍ତ ମହାସାଗରର ତଟୀୟ ଅଞ୍ଚଳରେ ଦେଖାଯାଆନ୍ତି। ନିଶ ଥିବା ଉକ୍ତ ଚଢ଼େଇର ନାମ ହେଉଛି ‘ଇନ୍‌କା ଟର୍ନ’। ମାଟିଆ ତଥା ଧୂସର ରଙ୍ଗର ଏହି ଚଢ଼େଇର ଥଣ୍ଟ ଲାଲ ଓ ନାରଙ୍ଗି ହୋଇଥାଏ। ଏହାର ଦୁଇ ଆଖିର ତଳଭାଗରେ ଥିବା ଧଳା ରଙ୍ଗର ନିଶ ଲାଗେ ଭାରି ଆକର୍ଷକ। ତେବେ ଏହି ସୁନ୍ଦର ଚଢ଼େଇର ସଂଖ୍ୟା ଏବେ କମିବାରେ ଲାଗିଛି।

Share