ସୁସ୍ଥ ରହିବା ପାଇଁ ସନ୍ତୁଳିତ ଜୀବନଶୈଳୀ

ପୃଥିବୀପୃଷ୍ଠରେ ବସବାସ କରୁଥିବା ମନୁଷ୍ୟଙ୍କ ପାଇଁ ସୁସ୍ଥ ତଥା ନୀରୋଗ ଜୀବନଯାପନ ନିମନ୍ତେ ଏକ ଜୀବନଶୈଳୀ ରହିଛି। ଭାରତୀୟ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର, ପାରମ୍ପରିକ ରୀତିନୀତିକୁ ଅନୁଧ୍ୟାନ କଲେ ଜଣାଯାଏ ସେଥିରେ ମନୁଷ୍ୟର ଦୈନନ୍ଦିନ ଜୀବନଶୈଳୀ, ଚିନ୍ତାଧାରା, ନୀରୋଗ ଜୀବନଯାପନ ସହ ଦୀର୍ଘାୟୁ ନିମନ୍ତେ ବିଭିନ୍ନ ନିୟମ ଉଲ୍ଲେଖ ରହିଛି। କିନ୍ତୁ କେତେକ ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଦୈନନ୍ଦିନ ଜୀବନଶୈଳୀକୁ ଆବଶ୍ୟକ ମୁତାବକ ଗୁରୁତ୍ୱ ଦେଇପାରୁନାହାନ୍ତି। ଫଳରେ ସେମାନେ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଭାରତୀୟ ଚିକିତ୍ସା ଶାସ୍ତ୍ରରେ ଏମତି କେତେକ କଥା ଉଲ୍ଲେଖ ରହିଛି, ଯାହାକୁ ପାଳନ କଲେ ଆମେ ନୀରୋଗ ଜୀବନଯାପନ କରିପାରିବା। ଦୈନନ୍ଦିନ ଜୀବନରେ କୌଣସି କାରଣରୁ ମନର ସ୍ଥିତି ଯଦି ବିଗିଡ଼ି ଯାଏ, ଏହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଅସଞ୍ଜମ, ଅସତ୍ୟ, ଅଭିମାନ, ଈର୍ଷା, କ୍ରୋଧ, ହିଂସା, କପଟ ଆଦି ଦୁର୍ଗୁଣ ଆମର ସ୍ବାସ୍ଥ୍ୟ ବିଗିଡ଼ିବାର ଅନ୍ୟତମ କାରଣ। କାରଣ ଏଗୁଡ଼ିକ ଆମ ଜୀବନଶୈଳୀ ସହ ଜଡ଼ିତ। ଏହା ଦ୍ୱାରା ଶରୀରରେ କେତେକ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି।
ଅସଞ୍ଜମ : ପାଟିର ଲାଳସା, ଜିହ୍ବାର ସ୍ବାଦ ନିମନ୍ତେ ବିଭିନ୍ନ ଗରିଷ୍ଠ ଖାଦ୍ୟ ଖାଇବା, ଫାଷ୍ଟଫୁଡ୍‌, ରାସ୍ତା କଡ଼ରେ ବିଭିନ୍ନ ତେଲଛଣା ଖାଦ୍ୟ ଖାଇବା ଦ୍ୱାରା ଅନ୍ତଃନଳୀରେ ବିଭିନ୍ନ ରୋଗ ସୃଷ୍ଟିର ଆଶଙ୍କା ରହିଥାଏ।
ଅସତ୍ୟ: ଅସତ୍ୟ ବା ମିଛ କହିବା ଦ୍ୱାରା ହୃଦୟ ଓ ମସ୍ତିଷ୍କର ଜ୍ଞାନତନ୍ତୁ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାଦ୍ୱାରା ପରବର୍ତ୍ତୀ ସମୟରେ ମାନସିକ ବ୍ୟାଧିର ଆଶଙ୍କା ଥାଏ।
ଅଭିମାନ: ଅଭିମାନ ମନୁଷ୍ୟର ଦୁର୍ଗୁଣର ମୁଖ୍ୟ ଅଟେ।
ଈର୍ଷା: ଈର୍ଷା କରୁଥିବା ବ୍ୟକ୍ତି ମନୁଷ୍ୟର ଇନ୍ଦ୍ରିୟ ଉପରେ ପ୍ରଭାବ ପକାଇ ବୁଦ୍ଧି ଭ୍ରଷ୍ଟ କରିଥାଏ।
କ୍ରୋଧ: କୌଣସି କାର୍ଯ୍ୟ ଇଚ୍ଛା ମୁତାବକ ନ ହୋଇ ପାରିଲେ କିମ୍ବା ସେଥିରେ ପ୍ରତିବନ୍ଧକ ଆସିଲେ ମନରେ କ୍ରୋଧ ଉତ୍ପନ୍ନ ହୋଇଥାଏ। କ୍ରୋଧ ଦ୍ୱାରା ମନୁଷ୍ୟ ମସ୍ତିଷ୍କର ସ୍ଥିତି ବିଗିଡ଼ି ଯିବା ସହ ଶରୀରର ‘ଓଜ’ (ରୋଗ ପ୍ରତିରୋଧକ ଶକ୍ତି) ବହୁ ପରିମାଣରେ ଅବକ୍ଷୟ ହୋଇଥାଏ। ଯଦ୍ଦ୍ବାରା ଶରୀରର ଜୀବନୀୟ ଶକ୍ତି ନଷ୍ଟ ହେବା ସହ ମସ୍ତିଷ୍କର ଜ୍ଞାନତନ୍ତୁ ଉପରେ ପ୍ରଭାବ ପକାଏ। ଏହାଦ୍ୱାରା ମଣିଷ ବିବେକଶୂନ୍ୟ ହୋଇ ନିଜର ଏବଂ ଅନ୍ୟର ମଧ୍ୟ କ୍ଷତି ଘଟାଇଥାଏ।
ହିଂସା: ହିଂସା କ୍ରୋଧ ଓ ଅଭିମାନରୁ ଉତ୍ପନ୍ନ ହୋଇଥାଏ। ଏହାର ପରିଣାମ ସ୍ବରୂପ ମାନସିକ ସ୍ଥିତିରେ ଅସ୍ଥିରତା ହୋଇ ବିଭିନ୍ନ ହିଂସାକାଣ୍ଡ ସୃଷ୍ଟି କରିଥାଏ।
ଛନ୍ଦ-କପଟ: କପଟ କରୁଥିବା ବ୍ୟକ୍ତି ହିଂସା ସଦୃଶ ଏବଂ ସେହିପରି ଆଚରଣ କରିଥାଏ।
ଉପରୋକ୍ତ ସମସ୍ତ ବିଷୟ ମନୁଷ୍ୟର ଚିନ୍ତାଧାରାକୁ ପରିବର୍ତ୍ତନ କରି ବିପଥଗାମୀ ନିମନ୍ତେ ସହାୟକ ହୋଇଥାଏ।
କିଛି ବର୍ଷ ପୂର୍ବର ଅତୀତକୁ ଆମେ ମନେପକାଇ ଅନୁଶୀଳନ କଲେ ଆମେ ଜାଣିପାରିବା ଯେ ପିଲାଦିନେ ଡୁ-ଡୁ, କବାଡ଼ି, ବୋହୂଚୋରି ଖେଳ, ନଦୀ, ଗଡ଼ିଆରେ ପହଁରିବା, ପୁଚି, ଲୁଚକାଳି ଖେଳ ସ୍ବାସ୍ଥ୍ୟ ପାଇଁ ‘ବ୍ୟାୟାମ’ ସଦୃଶ କାମ କରୁଥିଲା। ଏହାଦ୍ୱାରା ଶରୀରର ଅଙ୍ଗପ୍ରତ୍ୟଙ୍ଗ ଚଳପ୍ରଚଳ ହେବା ସହ ଦେହରୁ ଝାଳ ନିର୍ଗତ ହୋଇ ଶରୀରକୁ ସୁସ୍ଥ ରହିବାରେ ସହାୟକ ହେଉଥିଲା। ସାମ୍ପ୍ରତିକ ପରିସ୍ଥିତିରେ ଏଗୁଡ଼ିକ ମଧ୍ୟରୁ ଅନେକ ଆମଠାରୁ ଦୂରେଇ ଗଲେଣି କହିଲେ ଆଦୌ ଭୁଲ ହେବ ନାହିଁ। ଆଜିକାଲି ଅନେକ ନିଜର ଦୈନନ୍ଦିନ ଜୀବନଶୈଳୀ ପ୍ରତି ଆବଶ୍ୟକ ଧ୍ୟାନ ଦେଉନାହାନ୍ତି। ଭାରତୀୟ ସଂସ୍କୃତିରେ ଗୃହକୁ କୌଣସି ଅତିଥି ଆସିଲେ ସର୍ବପ୍ରଥମେ ଗୋଡ଼ହାତ ଧୋଇ ଘରେ ପ୍ରବେଶ ପାଇଁ ଘର ଆଗରେ ଜଳ ପାତ୍ର ରଖାଯାଉଥିଲା। ତା’ ପରେ ଅତିଥିଙ୍କୁ ସ୍ବାଗତ କରି ଘରକୁ ପାଛୋଟି ନିଆଯାଉଥିଲା। ଏବେ କରୋନା ଯୋଗୁ ବାହାରକୁ ଯାଇ ଘରକୁ ଫେରିଲେ ଗୋଡ଼ହାତ ଭଲ ଭାବରେ ଧୋଇବାକୁ ଅନେକ ଅନୁସରଣ କରୁଛନ୍ତି।
ପାରମ୍ପରିକ ଜୀବନଶୈଳୀକୁ ଆମେ ପୁଣି ଥରେ ଆବୋରି ନେବାର ସମୟ ଆସିଛି। ନିଜର ଜୀବନଶୈଳୀ ପ୍ରତି ଆମେ ସତର୍କ ରହିଲେ ସୁସ୍ଥ ଜୀବନଯାପନ କରିପାରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
– ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri