ସୁସ୍ଥ ରହିବା ପାଇଁ ସନ୍ତୁଳିତ ଜୀବନଶୈଳୀ

ପୃଥିବୀପୃଷ୍ଠରେ ବସବାସ କରୁଥିବା ମନୁଷ୍ୟଙ୍କ ପାଇଁ ସୁସ୍ଥ ତଥା ନୀରୋଗ ଜୀବନଯାପନ ନିମନ୍ତେ ଏକ ଜୀବନଶୈଳୀ ରହିଛି। ଭାରତୀୟ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର, ପାରମ୍ପରିକ ରୀତିନୀତିକୁ ଅନୁଧ୍ୟାନ କଲେ ଜଣାଯାଏ ସେଥିରେ ମନୁଷ୍ୟର ଦୈନନ୍ଦିନ ଜୀବନଶୈଳୀ, ଚିନ୍ତାଧାରା, ନୀରୋଗ ଜୀବନଯାପନ ସହ ଦୀର୍ଘାୟୁ ନିମନ୍ତେ ବିଭିନ୍ନ ନିୟମ ଉଲ୍ଲେଖ ରହିଛି। କିନ୍ତୁ କେତେକ ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଦୈନନ୍ଦିନ ଜୀବନଶୈଳୀକୁ ଆବଶ୍ୟକ ମୁତାବକ ଗୁରୁତ୍ୱ ଦେଇପାରୁନାହାନ୍ତି। ଫଳରେ ସେମାନେ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଭାରତୀୟ ଚିକିତ୍ସା ଶାସ୍ତ୍ରରେ ଏମତି କେତେକ କଥା ଉଲ୍ଲେଖ ରହିଛି, ଯାହାକୁ ପାଳନ କଲେ ଆମେ ନୀରୋଗ ଜୀବନଯାପନ କରିପାରିବା। ଦୈନନ୍ଦିନ ଜୀବନରେ କୌଣସି କାରଣରୁ ମନର ସ୍ଥିତି ଯଦି ବିଗିଡ଼ି ଯାଏ, ଏହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଅସଞ୍ଜମ, ଅସତ୍ୟ, ଅଭିମାନ, ଈର୍ଷା, କ୍ରୋଧ, ହିଂସା, କପଟ ଆଦି ଦୁର୍ଗୁଣ ଆମର ସ୍ବାସ୍ଥ୍ୟ ବିଗିଡ଼ିବାର ଅନ୍ୟତମ କାରଣ। କାରଣ ଏଗୁଡ଼ିକ ଆମ ଜୀବନଶୈଳୀ ସହ ଜଡ଼ିତ। ଏହା ଦ୍ୱାରା ଶରୀରରେ କେତେକ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି।
ଅସଞ୍ଜମ : ପାଟିର ଲାଳସା, ଜିହ୍ବାର ସ୍ବାଦ ନିମନ୍ତେ ବିଭିନ୍ନ ଗରିଷ୍ଠ ଖାଦ୍ୟ ଖାଇବା, ଫାଷ୍ଟଫୁଡ୍‌, ରାସ୍ତା କଡ଼ରେ ବିଭିନ୍ନ ତେଲଛଣା ଖାଦ୍ୟ ଖାଇବା ଦ୍ୱାରା ଅନ୍ତଃନଳୀରେ ବିଭିନ୍ନ ରୋଗ ସୃଷ୍ଟିର ଆଶଙ୍କା ରହିଥାଏ।
ଅସତ୍ୟ: ଅସତ୍ୟ ବା ମିଛ କହିବା ଦ୍ୱାରା ହୃଦୟ ଓ ମସ୍ତିଷ୍କର ଜ୍ଞାନତନ୍ତୁ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାଦ୍ୱାରା ପରବର୍ତ୍ତୀ ସମୟରେ ମାନସିକ ବ୍ୟାଧିର ଆଶଙ୍କା ଥାଏ।
ଅଭିମାନ: ଅଭିମାନ ମନୁଷ୍ୟର ଦୁର୍ଗୁଣର ମୁଖ୍ୟ ଅଟେ।
ଈର୍ଷା: ଈର୍ଷା କରୁଥିବା ବ୍ୟକ୍ତି ମନୁଷ୍ୟର ଇନ୍ଦ୍ରିୟ ଉପରେ ପ୍ରଭାବ ପକାଇ ବୁଦ୍ଧି ଭ୍ରଷ୍ଟ କରିଥାଏ।
କ୍ରୋଧ: କୌଣସି କାର୍ଯ୍ୟ ଇଚ୍ଛା ମୁତାବକ ନ ହୋଇ ପାରିଲେ କିମ୍ବା ସେଥିରେ ପ୍ରତିବନ୍ଧକ ଆସିଲେ ମନରେ କ୍ରୋଧ ଉତ୍ପନ୍ନ ହୋଇଥାଏ। କ୍ରୋଧ ଦ୍ୱାରା ମନୁଷ୍ୟ ମସ୍ତିଷ୍କର ସ୍ଥିତି ବିଗିଡ଼ି ଯିବା ସହ ଶରୀରର ‘ଓଜ’ (ରୋଗ ପ୍ରତିରୋଧକ ଶକ୍ତି) ବହୁ ପରିମାଣରେ ଅବକ୍ଷୟ ହୋଇଥାଏ। ଯଦ୍ଦ୍ବାରା ଶରୀରର ଜୀବନୀୟ ଶକ୍ତି ନଷ୍ଟ ହେବା ସହ ମସ୍ତିଷ୍କର ଜ୍ଞାନତନ୍ତୁ ଉପରେ ପ୍ରଭାବ ପକାଏ। ଏହାଦ୍ୱାରା ମଣିଷ ବିବେକଶୂନ୍ୟ ହୋଇ ନିଜର ଏବଂ ଅନ୍ୟର ମଧ୍ୟ କ୍ଷତି ଘଟାଇଥାଏ।
ହିଂସା: ହିଂସା କ୍ରୋଧ ଓ ଅଭିମାନରୁ ଉତ୍ପନ୍ନ ହୋଇଥାଏ। ଏହାର ପରିଣାମ ସ୍ବରୂପ ମାନସିକ ସ୍ଥିତିରେ ଅସ୍ଥିରତା ହୋଇ ବିଭିନ୍ନ ହିଂସାକାଣ୍ଡ ସୃଷ୍ଟି କରିଥାଏ।
ଛନ୍ଦ-କପଟ: କପଟ କରୁଥିବା ବ୍ୟକ୍ତି ହିଂସା ସଦୃଶ ଏବଂ ସେହିପରି ଆଚରଣ କରିଥାଏ।
ଉପରୋକ୍ତ ସମସ୍ତ ବିଷୟ ମନୁଷ୍ୟର ଚିନ୍ତାଧାରାକୁ ପରିବର୍ତ୍ତନ କରି ବିପଥଗାମୀ ନିମନ୍ତେ ସହାୟକ ହୋଇଥାଏ।
କିଛି ବର୍ଷ ପୂର୍ବର ଅତୀତକୁ ଆମେ ମନେପକାଇ ଅନୁଶୀଳନ କଲେ ଆମେ ଜାଣିପାରିବା ଯେ ପିଲାଦିନେ ଡୁ-ଡୁ, କବାଡ଼ି, ବୋହୂଚୋରି ଖେଳ, ନଦୀ, ଗଡ଼ିଆରେ ପହଁରିବା, ପୁଚି, ଲୁଚକାଳି ଖେଳ ସ୍ବାସ୍ଥ୍ୟ ପାଇଁ ‘ବ୍ୟାୟାମ’ ସଦୃଶ କାମ କରୁଥିଲା। ଏହାଦ୍ୱାରା ଶରୀରର ଅଙ୍ଗପ୍ରତ୍ୟଙ୍ଗ ଚଳପ୍ରଚଳ ହେବା ସହ ଦେହରୁ ଝାଳ ନିର୍ଗତ ହୋଇ ଶରୀରକୁ ସୁସ୍ଥ ରହିବାରେ ସହାୟକ ହେଉଥିଲା। ସାମ୍ପ୍ରତିକ ପରିସ୍ଥିତିରେ ଏଗୁଡ଼ିକ ମଧ୍ୟରୁ ଅନେକ ଆମଠାରୁ ଦୂରେଇ ଗଲେଣି କହିଲେ ଆଦୌ ଭୁଲ ହେବ ନାହିଁ। ଆଜିକାଲି ଅନେକ ନିଜର ଦୈନନ୍ଦିନ ଜୀବନଶୈଳୀ ପ୍ରତି ଆବଶ୍ୟକ ଧ୍ୟାନ ଦେଉନାହାନ୍ତି। ଭାରତୀୟ ସଂସ୍କୃତିରେ ଗୃହକୁ କୌଣସି ଅତିଥି ଆସିଲେ ସର୍ବପ୍ରଥମେ ଗୋଡ଼ହାତ ଧୋଇ ଘରେ ପ୍ରବେଶ ପାଇଁ ଘର ଆଗରେ ଜଳ ପାତ୍ର ରଖାଯାଉଥିଲା। ତା’ ପରେ ଅତିଥିଙ୍କୁ ସ୍ବାଗତ କରି ଘରକୁ ପାଛୋଟି ନିଆଯାଉଥିଲା। ଏବେ କରୋନା ଯୋଗୁ ବାହାରକୁ ଯାଇ ଘରକୁ ଫେରିଲେ ଗୋଡ଼ହାତ ଭଲ ଭାବରେ ଧୋଇବାକୁ ଅନେକ ଅନୁସରଣ କରୁଛନ୍ତି।
ପାରମ୍ପରିକ ଜୀବନଶୈଳୀକୁ ଆମେ ପୁଣି ଥରେ ଆବୋରି ନେବାର ସମୟ ଆସିଛି। ନିଜର ଜୀବନଶୈଳୀ ପ୍ରତି ଆମେ ସତର୍କ ରହିଲେ ସୁସ୍ଥ ଜୀବନଯାପନ କରିପାରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
– ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri