ହାଇଓ୍ବା ଚାପାରେ ୫ ବର୍ଷ ଶିଶୁର ଜୀବନ ଗଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ହିଞ୍ଜିଳିକାଟୁ,୧୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ହିଞ୍ଜିଳି- ତାରାତାରିଣୀ ରୋଡ୍‌ରେ ସୋମବାର ଏକ ବାଲି ବୋଝେଇ ହାଇଓ୍ବା ଚାପାରେ ଜଣେ ୫ ବର୍ଷ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଳକ ଶିକିରି ଗ୍ରାମ ପ୍ରମୋଦ ଦଳାଇଙ୍କ ପୁଅ ହିମାଂଶୁ। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି କରି ହିଞ୍ଜିଳି-ତରାତାରିଣୀ ରୋଡ୍‌ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା, ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ପୋଲିସ ବାହିନୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କଠାରୁ ଗାଡ଼ି ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି ଓ ଲୋକଙ୍କୁ ବୁଝାଶୁଝା କରୁଛନ୍ତି।