୩ ମାସର ଶିଶୁ କନ୍ୟାଙ୍କୁ ତେଲ ମାଲିସ୍‌ବେଳେ ହେଲା ହାକୁଡ଼ି…ପରେ ଘଟିଲା ଅସ୍ବାଭାବିକ ଘଟଣା

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅଞ୍ଚଳର ରୁକୁମା ଗ୍ରାମର ଜଣେ ୩ ମାସର ଶିଶୁ କନ୍ୟାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତ ମେ’ ମାସ ୧୫ରେ ଜନ୍ମିତ ଗ୍ରାମର ଗୌତମ କିସାନଙ୍କ ତିନି ମାସର ଶିଶୁକନ୍ୟାଙ୍କୁ ଅନ୍ୟ ଦିନମାନଙ୍କ ଭଳି ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ ସମୟରେ ତାଙ୍କ ମା’ ତେଲ ଲଗାଉଥିବାବେଳେ ଶିଶୁକନ୍ୟାଟି ହାକୁଟି କରିବା ସହ ହଠାତ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ଶିଶୁଟିକୁ ଅବିଳମ୍ବେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟଜୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଗୌତମ କୁଣ୍ଢେଇଗୋଳା ଥାନାରେ ଲିଖିତ ଏତଲା ଦେବାପରେ ପୋଲିସ ଏକ ଅପମୃତ୍ୟୁ ମାମଲା ଋଜୁ କରିବାସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ୍ୟୁର ପ୍ରକୃତ କାରଣ ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଶିଶୁଟିକୁ ଟିକା ପ୍ରଦାନ କରାଯାଇଥିଲା ବୋଲି ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।

 

Dharitri – Odisha’s No.1 Odia Daily

 

Share