Categories: ବାଣିଜ୍ୟ

‘ହାତକଥା’ ପକ୍ଷରୁ ୨ଦିନିଆ ଫେଷ୍ଟିଭ୍‌ ଫ୍ଲି ଉଦ୍‌ଘାଟିତ

ଭୁବନେଶ୍ୱର,୮। ୧୦: ରାଜ୍ୟର ଅଗ୍ରଣୀ ଷ୍ଟାର୍ଟଅପ୍‌ ୟୁନିଟ୍‌ ‘ହାତକଥା’ ପକ୍ଷରୁ ୨ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଫେଷ୍ଟିଭ୍‌ ଫ୍ଲି’ ଆନୁଷ୍ଠାନିକ ଭାବେ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର କଟକ ରୋଡ୍‌ସ୍ଥିତ ପ୍ରାଙ୍ଗନ ମ୍ୟାଙ୍ଗୋ ହୋଟେଲଠାରେ ଆୟୋଜିତ ୨ ଦିନିଆ ‘ଫେଷ୍ଟିଭ୍‌ ଫ୍ଲି’କୁ ଆଇଏନ୍‌ଡବ୍ଲ୍ୟୁଇସିର ଜାତୀୟ ଅଧ୍ୟକ୍ଷା ସୁକୀର୍ତ୍ତି ପଟ୍ଟନାୟକ ଏବଂ ଆଇଏନ୍‌ଡବ୍ଲ୍ୟୁଇସିର ସହ ଆବାହିକା ପ୍ରୀତିପଲ୍ଲବୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଉକ୍ତ ପ୍ରଦର୍ଶନୀରେ ୧୭ରୁ ଅଧିକ ବିଭିନ୍ନ ବ୍ରାଣ୍ଡ୍‌ର ଭଳିକି ଭଳି ପୋଷାକ ସାଙ୍ଗକୁ ସୂକ୍ଷ୍ମ ହ୍ୟାଣ୍ଡଲୁମ୍‌ ଶାଢ଼ି, ଡିଜାଇନ ଅଳଙ୍କାର, ଘର ସାଜସଜ୍ଜା, ଆସବାବପତ୍ର ଏବଂ ଉପହାର ଆଦି ଉଭୟ ପ୍ରଦର୍ଶନୀ ଏବଂ ବିକ୍ରୟ ପାଇଁ ଉପଲବ୍ଧ। ଏପରିକି ଉପରୋକ୍ତ ଉତ୍ପାଦଗୁଡ଼ିକ ୨୦୨୩ ଅକ୍ଟୋବର ୭ ଏବଂ ୮ରେ ଉକ୍ତ ପ୍ରଦର୍ଶନୀରେ ଉପଲବ୍ଧ ହେବ। ଏହି ପ୍ରଦର୍ଶନୀ ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଆୟୋଜନ କରାଯାଇଛି। ଏ ସମ୍ପର୍କରେ ହାତକଥାର ପ୍ରତିଷ୍ଠାତା ସୋନିକା ପ୍ରଧାନ କହିଛନ୍ତି, ଆପଣଙ୍କୁ ‘ଫେଷ୍ଟିଭ୍‌ ଫ୍ଲି’କୁ ନିମନ୍ତ୍ରଣ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଶପିଂକୁ ମନେରଖିବା ପାଇଁ ଏକ ଅନୁଭୂତି ମିଳିଥାଏ।

Share