କଣ୍ଟେନରକୁ ପଛ ପଟୁ ଧକ୍କା ଦେଲା ୧୨ ଚକିଆ ଟ୍ରକ୍‌

ପାଟଣା,୨୧।୫(ସ୍ବ ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ରବିବାର ଦୁର୍ଘଟଣା ଘଟିଛି। କଣ୍ଟେନର ପଛରେ ଏକ ଆସ ବୋଝଇ ୧୨ ଚକିଆ ଟ୍ରକ୍‌ ଧକ୍କା ଦେବା ଫଳରେ ଟ୍ରକ୍‌ ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଦୁର୍ଘଟଣା ପରେଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।