ରେଭେନ୍‌ଶାରେ ୧୦୮ଫୁଟର ସ୍ମାରକୀ ପତାକା ପୋଲ୍‌ ଉନ୍ମୋଚିତ

କଟକ ,୧୫।୧୦ (ସୁପ୍ରିୟା ପ୍ରିୟଦର୍ଶିିନୀ ): ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏଫ୍‌ଓଆଇ) ପକ୍ଷରୁ ଶନିବାର ରେଭେନ୍‌ଶା ୟୁନିଭର୍ସିଟି ପରିସରରେ ଏକ ୧୦୮ଫୁଟ ସୁଉଚ୍ଚ ସ୍ମାରକୀ ପତାକା ପୋଲ୍‌ ଉନ୍ମୋଚିତ ହୋଇଯାଇଛି। ଏଫ୍‌ଏଫ୍‌ଓଆଇ ସଭାପତି ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ, କଟକ ମହାନଗର ନିଗମ (ସିଏମ୍‌ସି)ର ମେୟର ସୁବାସ ଚନ୍ଦ୍ର ସିଂ, କଟକ ଚୌଦ୍ୱାର ବିଧାୟକ ସୋଭିକ ବିଶ୍ବାଳ, ସିଏମ୍‌ସି କମିଶନର ନିଖିଲ ପବନ କଲ୍ୟାଣ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଉପ କୁଳପତି ଡ. ସଞ୍ଜୟ କୁମାର ନାୟକ ଏବଂ କୁଳ ସଚିବ କାହ୍ନୁଚରଣ ମଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉନ୍ମୋଚନ ସହ ୧୦୮ ଫୁଟ ମନୁମେଣ୍ଟାଲ ଫ୍ଲାଗ୍‌ ପୋଲ୍‌ରେ ୩୬/୨୪ଫୁଟ ତିରଙ୍ଗା ପତାକାକୁ ଉତ୍ତୋଳନ କରିଥିଲେ।
ଏହି ଅବସରରେ ଜିନ୍ଦଲ କହିଥିଲେ, ଏହି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ପରିସରରେ ୧୦୮ଫୁଟର ସ୍ମାରକୀ ଜାତୀୟ ପତାକା ପୋଲର ସ୍ଥାପନ କେବଳ ଏକ ପ୍ରତୀକ ନ ହୋଇ ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ଜାତୀୟତାର ଭାବନା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ସେହିଭଳି ଜାନୁୟାରୀ ୨୩ରେ ଆମେ ଜାତୀୟ ପତାକାକୁ ସମ୍ମାନର ସହ ପ୍ରଦର୍ଶନ କରିବାର ଅଧିକାର ପାଇଥିବାରୁ ଏହି ଦିନକୁ ଆମେ ଜାତୀୟ ପତାକା ଦିବସ ଭାବେ ପାଳନ କରିବା ଉଚିତ ବୋଲି ନବୀନ କହିଛନ୍ତି। ଅଧିକାଂଶ ଦେଶରେ ଜାତୀୟ ପତାକା ଏବଂ ଏହାର ମୂଲ୍ୟବୋଧ ପାଳନ କରିବାକୁ ଜାତୀୟ ପତାକା ଦିବସ ରହିଛି। ଭାରତରେ ମଧ୍ୟ ଜାତୀୟ ପତାକା ଦିବସ ପାଳନ କରିବା ଉଚିତ ଏବଂ ଜାନୁୟାରୀ ୨୩ ହେଉଛି ଏହା ପାଇଁ ଏକ ଉପଯୁକ୍ତ ଦିନ। ଜାତୀୟ ପତାକାକୁ ଗର୍ବ, ସମ୍ମାନ ଓ ଗୌରବର ସହ ଉଡ଼ାଇବା ଏବଂ ପ୍ରଦର୍ଶନ କରିବାର ଅଧିକାର ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଦାନ କରିବାକୁ ଜିନ୍ଦଲ ଏକ ଦଶନ୍ଧି ଧରି ଆଇନଗତ ସଂଗ୍ରାମ କରିଥିଲେ। ୨୦୦୪ ଜାନୁୟାରୀ ୨୩ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ, ସମସ୍ତ ଭାରତୀୟଙ୍କୁ ସମ୍ମାନର ସହିତ ମୁକ୍ତ ଭାବେ ଭାରତୀୟ ପତାକା ପ୍ରଦର୍ଶନ କରିବାର ମୌଳିକ ଅଧିକାର ରହିଛି। ଉକ୍ତ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାରର ପ୍ରେସିଡେଣ୍ଟ ଆଣ୍ଡ ଗ୍ରୁପ୍‌ ହେଡ୍‌ (ସିଏସ୍‌ଆର୍‌ ଆଣ୍ଡ ଏଜୁକେଶନ) ପ୍ରଶାନ୍ତ କୁମାର ହୋତାଙ୍କ ସମେତ ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ମହାସଚିବ ମେଜର ଜେନେରାଲ (ଅବସରପ୍ରାପ୍ତ) ଅସୀମ କୋହଲି, ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ଡ. ଅସୀମା ସାହୁ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଡ. ଧର୍ମବ୍ରତ ମହାପାତ୍ର ଏବଂ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri