ରେଭେନ୍‌ଶାରେ ୧୦୮ଫୁଟର ସ୍ମାରକୀ ପତାକା ପୋଲ୍‌ ଉନ୍ମୋଚିତ

କଟକ ,୧୫।୧୦ (ସୁପ୍ରିୟା ପ୍ରିୟଦର୍ଶିିନୀ ): ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏଫ୍‌ଓଆଇ) ପକ୍ଷରୁ ଶନିବାର ରେଭେନ୍‌ଶା ୟୁନିଭର୍ସିଟି ପରିସରରେ ଏକ ୧୦୮ଫୁଟ ସୁଉଚ୍ଚ ସ୍ମାରକୀ ପତାକା ପୋଲ୍‌ ଉନ୍ମୋଚିତ ହୋଇଯାଇଛି। ଏଫ୍‌ଏଫ୍‌ଓଆଇ ସଭାପତି ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ, କଟକ ମହାନଗର ନିଗମ (ସିଏମ୍‌ସି)ର ମେୟର ସୁବାସ ଚନ୍ଦ୍ର ସିଂ, କଟକ ଚୌଦ୍ୱାର ବିଧାୟକ ସୋଭିକ ବିଶ୍ବାଳ, ସିଏମ୍‌ସି କମିଶନର ନିଖିଲ ପବନ କଲ୍ୟାଣ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଉପ କୁଳପତି ଡ. ସଞ୍ଜୟ କୁମାର ନାୟକ ଏବଂ କୁଳ ସଚିବ କାହ୍ନୁଚରଣ ମଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉନ୍ମୋଚନ ସହ ୧୦୮ ଫୁଟ ମନୁମେଣ୍ଟାଲ ଫ୍ଲାଗ୍‌ ପୋଲ୍‌ରେ ୩୬/୨୪ଫୁଟ ତିରଙ୍ଗା ପତାକାକୁ ଉତ୍ତୋଳନ କରିଥିଲେ।
ଏହି ଅବସରରେ ଜିନ୍ଦଲ କହିଥିଲେ, ଏହି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ପରିସରରେ ୧୦୮ଫୁଟର ସ୍ମାରକୀ ଜାତୀୟ ପତାକା ପୋଲର ସ୍ଥାପନ କେବଳ ଏକ ପ୍ରତୀକ ନ ହୋଇ ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ଜାତୀୟତାର ଭାବନା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ସେହିଭଳି ଜାନୁୟାରୀ ୨୩ରେ ଆମେ ଜାତୀୟ ପତାକାକୁ ସମ୍ମାନର ସହ ପ୍ରଦର୍ଶନ କରିବାର ଅଧିକାର ପାଇଥିବାରୁ ଏହି ଦିନକୁ ଆମେ ଜାତୀୟ ପତାକା ଦିବସ ଭାବେ ପାଳନ କରିବା ଉଚିତ ବୋଲି ନବୀନ କହିଛନ୍ତି। ଅଧିକାଂଶ ଦେଶରେ ଜାତୀୟ ପତାକା ଏବଂ ଏହାର ମୂଲ୍ୟବୋଧ ପାଳନ କରିବାକୁ ଜାତୀୟ ପତାକା ଦିବସ ରହିଛି। ଭାରତରେ ମଧ୍ୟ ଜାତୀୟ ପତାକା ଦିବସ ପାଳନ କରିବା ଉଚିତ ଏବଂ ଜାନୁୟାରୀ ୨୩ ହେଉଛି ଏହା ପାଇଁ ଏକ ଉପଯୁକ୍ତ ଦିନ। ଜାତୀୟ ପତାକାକୁ ଗର୍ବ, ସମ୍ମାନ ଓ ଗୌରବର ସହ ଉଡ଼ାଇବା ଏବଂ ପ୍ରଦର୍ଶନ କରିବାର ଅଧିକାର ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଦାନ କରିବାକୁ ଜିନ୍ଦଲ ଏକ ଦଶନ୍ଧି ଧରି ଆଇନଗତ ସଂଗ୍ରାମ କରିଥିଲେ। ୨୦୦୪ ଜାନୁୟାରୀ ୨୩ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ, ସମସ୍ତ ଭାରତୀୟଙ୍କୁ ସମ୍ମାନର ସହିତ ମୁକ୍ତ ଭାବେ ଭାରତୀୟ ପତାକା ପ୍ରଦର୍ଶନ କରିବାର ମୌଳିକ ଅଧିକାର ରହିଛି। ଉକ୍ତ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାରର ପ୍ରେସିଡେଣ୍ଟ ଆଣ୍ଡ ଗ୍ରୁପ୍‌ ହେଡ୍‌ (ସିଏସ୍‌ଆର୍‌ ଆଣ୍ଡ ଏଜୁକେଶନ) ପ୍ରଶାନ୍ତ କୁମାର ହୋତାଙ୍କ ସମେତ ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ମହାସଚିବ ମେଜର ଜେନେରାଲ (ଅବସରପ୍ରାପ୍ତ) ଅସୀମ କୋହଲି, ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ଡ. ଅସୀମା ସାହୁ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଡ. ଧର୍ମବ୍ରତ ମହାପାତ୍ର ଏବଂ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri