ଚଣ୍ଡିତାଳରୁ ୧୦୦୦ ବର୍ଷର କୂଅ ଠାବ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତାଳ ଗ୍ରାମରୁ ଠାବ ହୋଇଛି ଏକ ପ୍ରାଚୀନ କୂଅ। ଐତିହ୍ୟ ଓ ସଂସ୍କୃତି ଗବେଷଣା ସଂସ୍ଥା ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲଚର ହେରିଟେଜ (ଇନ୍‌ଟାକ୍‌)ର ସଦସ୍ୟମାନେ ଏହି ପ୍ରାଚୀନ କୂଅକୁ ସନ୍ଧାନ କରିଥିବା ବେଳେ ଏହା ପ୍ରାୟ ୧୦୦୦ ବର୍ଷ ତଳର ବୋଲି ଇନ୍‌ଟାକ ପ୍ରକଳ୍ପ ସଂଯୋଜକ ଅନିଲ ଧୀର ସୂଚନା ଦେଇଛନ୍ତି। ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ଇନ୍‌ଟାକ୍‌ ପ୍ରକଳ୍ପ ସଂଯୋଜକ ଧୀରଙ୍କ ସମେତ ଐତିହ୍ୟ ଗବେଷକ ଦୀପକ କୁମାର ନାୟକ ଓ ଐତିହ୍ୟପ୍ରେମୀ ସୁମନ ପ୍ରକାଶ ସ୍ବାଇଁ ପହଞ୍ଚତ୍ କୂଅ ତଥା ଆଖପାଖ ଅଞ୍ଚଳର ପ୍ରାଥମିକ ପର୍ଯ୍ୟବେକ୍ଷଣ କରିଛନ୍ତି। ଏହି କୂଅ ସମ୍ପର୍କରେ ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଥିଲେ ଯେ, ଚଣ୍ଡିତାଳ ଗ୍ରାମର ଶିଖରଚଣ୍ଡୀ ମୁଣ୍ଡିଆ ପାଦଦେଶରେ ଏହି ପ୍ରାଚୀନ କୂଅଟି ପ୍ରାୟ ୧୨୦ ଫୁଟ ଦୈର୍ଘ୍ୟ ଓ ୩୫ ଫୁଟ ପ୍ରସ୍ଥ ଆୟତାକାର ଭୂମି ଉପରେ ଅବସ୍ଥିତ। ପୁରାତନ ନିର୍ମାଣ ଶୈଳୀରେ ମାଙ୍କଡା ପଥର ଦ୍ୱାରା ନିର୍ମିତ ଏହି କୂଅଟି ଏକ ‘step well’ ଅର୍ଥାତ ପାହାଚ ଆକାରରେ ରହିଛି। ଓଡ଼ିଶାର ଉଦୟଗିରି ବୌଦ୍ଧ ବିହାର, ଡାଳିଯୋଡ଼ା ଜଙ୍ଗଲ, ନୀଳଗିରି ରାଜପ୍ରାସାଦ, ବୈଦେଶ୍ବର ମନ୍ଦିର ତଥା କୋଶଳେଶ୍ୱର ମନ୍ଦିର ପରିସରରେ ଏଭଳି ପ୍ରାଚୀନ କୂଅ ରହିଛି। କିନ୍ତୁ ଚଣ୍ଡିତାଳର ଏହି କୂଅଟି ଏ ସମସ୍ତ କୂଅଠାରୁ ବୃହତ୍ତର। ପ୍ରାୟ ୮୦ ଫୁଟ ତଳକୁ ପାହାଚରେ ଓହ୍ଲାଇ ଜଳ ସଂଗ୍ରହ କରିହୁଏ। ଆଜି ମଧ୍ୟ ଗ୍ରାମବାସୀ ଏହି କୂଅର ଜଳକୁ ବ୍ୟବହାର କରୁଛନ୍ତି। କୂଅଟିର ଖନନ ସମୟ ପାହାଡ଼ ଶିଖରରେ ପୂଜା ପାଉଥିବା ଦେବୀ ଶିଖରଚଣ୍ଡୀଙ୍କ ପୀଠରୁ ମିଳୁଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷ ଓଡ଼ିଶାରେ ସୋମବଂଶୀ ରାଜୁତିର ଶେଷକାଳ ଓ ଗଙ୍ଗ ରାଜୁତିର ପ୍ରାରମ୍ଭ କାଳ ହୋଇଥିବ। ସେହି ଅନୁଯାୟୀ ଏହି କୂପର ଖନନ ପ୍ରାୟ ୯୦୦ରୁ ୧୦୦୦ ବର୍ଷ ତଳେ ହୋଇଥାଇପାରେ ବୋଲି ଗବେଷକ ନାୟକ କହିଛନ୍ତି। ସେହିପରି ଇନ୍‌ଟାକ ପ୍ରକଳ୍ପ ସଂଯୋଜକ ଅନିଲ ଧୀର କହିଛନ୍ତି, ଚଣ୍ଡିତାଳର ଏହି ପ୍ରାଚୀନ କୂଅ ହେଉଛି ଓଡ଼ିଶା ସ୍ଥାପତ୍ୟର ଏକ ଆଶ୍ଚର୍ଯ୍ୟ। ଶହ ଶହ ବର୍ଷ ଧରି ବିନା କୌଣସି ଯତ୍ନରେ ଏହି ପ୍ରାଚୀନ ଐତିହ୍ୟ ଦୃଢ଼ତାର ସହ ତିଷ୍ଠି ରହିଛି। ଏହା ଓଡ଼ିଶାର ବୃହତ୍ତମ step well ହୋଇପାରେ। କିନ୍ତୁ ଏଯାଏ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କୂପ ସମ୍ବନ୍ଧୀୟ କୌଣସି ସନ୍ଧାନ ନିଆଯାଇନାହିଁ। ଗ୍ରାମବାସୀଙ୍କ ମଧ୍ୟରେ ଏହା ‘ଦେଢଶୁର-ଭାଇବୋହୂ’ କୂଅ ନାମରେ ଜଣାଶୁଣା। କୂଅଟିର ରକ୍ଷଣାବେକ୍ଷଣ ପାଇଁ କେବଳ ଗୋଟିଏ ପଟ କାନ୍ଥରେ ଅଳ୍ପ ମରାମତି ଆବଶ୍ୟକ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ସ୍ଥାନଟିର ପୁଙ୍ଖାନୁପୁଙ୍ଖ ଗବେଷଣା କରି ଏହି ପୁରାତନ ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ପଦକ୍ଷେପ ନେବା ଉଚିତ। ଏ ସମ୍ପର୍କରେ ରାଜ୍ୟ ସଂସ୍କୃତି ବିଭାଗକୁ ଇନ୍‌ଟାକ ତୁରନ୍ତ ଅବଗତ କରାଇବ ବୋଲି ଅନିଲ ଧୀର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri