ଚଣ୍ଡିତାଳରୁ ୧୦୦୦ ବର୍ଷର କୂଅ ଠାବ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତାଳ ଗ୍ରାମରୁ ଠାବ ହୋଇଛି ଏକ ପ୍ରାଚୀନ କୂଅ। ଐତିହ୍ୟ ଓ ସଂସ୍କୃତି ଗବେଷଣା ସଂସ୍ଥା ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲଚର ହେରିଟେଜ (ଇନ୍‌ଟାକ୍‌)ର ସଦସ୍ୟମାନେ ଏହି ପ୍ରାଚୀନ କୂଅକୁ ସନ୍ଧାନ କରିଥିବା ବେଳେ ଏହା ପ୍ରାୟ ୧୦୦୦ ବର୍ଷ ତଳର ବୋଲି ଇନ୍‌ଟାକ ପ୍ରକଳ୍ପ ସଂଯୋଜକ ଅନିଲ ଧୀର ସୂଚନା ଦେଇଛନ୍ତି। ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ଇନ୍‌ଟାକ୍‌ ପ୍ରକଳ୍ପ ସଂଯୋଜକ ଧୀରଙ୍କ ସମେତ ଐତିହ୍ୟ ଗବେଷକ ଦୀପକ କୁମାର ନାୟକ ଓ ଐତିହ୍ୟପ୍ରେମୀ ସୁମନ ପ୍ରକାଶ ସ୍ବାଇଁ ପହଞ୍ଚତ୍ କୂଅ ତଥା ଆଖପାଖ ଅଞ୍ଚଳର ପ୍ରାଥମିକ ପର୍ଯ୍ୟବେକ୍ଷଣ କରିଛନ୍ତି। ଏହି କୂଅ ସମ୍ପର୍କରେ ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଥିଲେ ଯେ, ଚଣ୍ଡିତାଳ ଗ୍ରାମର ଶିଖରଚଣ୍ଡୀ ମୁଣ୍ଡିଆ ପାଦଦେଶରେ ଏହି ପ୍ରାଚୀନ କୂଅଟି ପ୍ରାୟ ୧୨୦ ଫୁଟ ଦୈର୍ଘ୍ୟ ଓ ୩୫ ଫୁଟ ପ୍ରସ୍ଥ ଆୟତାକାର ଭୂମି ଉପରେ ଅବସ୍ଥିତ। ପୁରାତନ ନିର୍ମାଣ ଶୈଳୀରେ ମାଙ୍କଡା ପଥର ଦ୍ୱାରା ନିର୍ମିତ ଏହି କୂଅଟି ଏକ ‘step well’ ଅର୍ଥାତ ପାହାଚ ଆକାରରେ ରହିଛି। ଓଡ଼ିଶାର ଉଦୟଗିରି ବୌଦ୍ଧ ବିହାର, ଡାଳିଯୋଡ଼ା ଜଙ୍ଗଲ, ନୀଳଗିରି ରାଜପ୍ରାସାଦ, ବୈଦେଶ୍ବର ମନ୍ଦିର ତଥା କୋଶଳେଶ୍ୱର ମନ୍ଦିର ପରିସରରେ ଏଭଳି ପ୍ରାଚୀନ କୂଅ ରହିଛି। କିନ୍ତୁ ଚଣ୍ଡିତାଳର ଏହି କୂଅଟି ଏ ସମସ୍ତ କୂଅଠାରୁ ବୃହତ୍ତର। ପ୍ରାୟ ୮୦ ଫୁଟ ତଳକୁ ପାହାଚରେ ଓହ୍ଲାଇ ଜଳ ସଂଗ୍ରହ କରିହୁଏ। ଆଜି ମଧ୍ୟ ଗ୍ରାମବାସୀ ଏହି କୂଅର ଜଳକୁ ବ୍ୟବହାର କରୁଛନ୍ତି। କୂଅଟିର ଖନନ ସମୟ ପାହାଡ଼ ଶିଖରରେ ପୂଜା ପାଉଥିବା ଦେବୀ ଶିଖରଚଣ୍ଡୀଙ୍କ ପୀଠରୁ ମିଳୁଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷ ଓଡ଼ିଶାରେ ସୋମବଂଶୀ ରାଜୁତିର ଶେଷକାଳ ଓ ଗଙ୍ଗ ରାଜୁତିର ପ୍ରାରମ୍ଭ କାଳ ହୋଇଥିବ। ସେହି ଅନୁଯାୟୀ ଏହି କୂପର ଖନନ ପ୍ରାୟ ୯୦୦ରୁ ୧୦୦୦ ବର୍ଷ ତଳେ ହୋଇଥାଇପାରେ ବୋଲି ଗବେଷକ ନାୟକ କହିଛନ୍ତି। ସେହିପରି ଇନ୍‌ଟାକ ପ୍ରକଳ୍ପ ସଂଯୋଜକ ଅନିଲ ଧୀର କହିଛନ୍ତି, ଚଣ୍ଡିତାଳର ଏହି ପ୍ରାଚୀନ କୂଅ ହେଉଛି ଓଡ଼ିଶା ସ୍ଥାପତ୍ୟର ଏକ ଆଶ୍ଚର୍ଯ୍ୟ। ଶହ ଶହ ବର୍ଷ ଧରି ବିନା କୌଣସି ଯତ୍ନରେ ଏହି ପ୍ରାଚୀନ ଐତିହ୍ୟ ଦୃଢ଼ତାର ସହ ତିଷ୍ଠି ରହିଛି। ଏହା ଓଡ଼ିଶାର ବୃହତ୍ତମ step well ହୋଇପାରେ। କିନ୍ତୁ ଏଯାଏ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ କୂପ ସମ୍ବନ୍ଧୀୟ କୌଣସି ସନ୍ଧାନ ନିଆଯାଇନାହିଁ। ଗ୍ରାମବାସୀଙ୍କ ମଧ୍ୟରେ ଏହା ‘ଦେଢଶୁର-ଭାଇବୋହୂ’ କୂଅ ନାମରେ ଜଣାଶୁଣା। କୂଅଟିର ରକ୍ଷଣାବେକ୍ଷଣ ପାଇଁ କେବଳ ଗୋଟିଏ ପଟ କାନ୍ଥରେ ଅଳ୍ପ ମରାମତି ଆବଶ୍ୟକ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ସ୍ଥାନଟିର ପୁଙ୍ଖାନୁପୁଙ୍ଖ ଗବେଷଣା କରି ଏହି ପୁରାତନ ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ପଦକ୍ଷେପ ନେବା ଉଚିତ। ଏ ସମ୍ପର୍କରେ ରାଜ୍ୟ ସଂସ୍କୃତି ବିଭାଗକୁ ଇନ୍‌ଟାକ ତୁରନ୍ତ ଅବଗତ କରାଇବ ବୋଲି ଅନିଲ ଧୀର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri