Odisha Elections 2024

ଗୋଟିଏ ଦେଶ, ଗୋଟିଏ ଭାଷା ସମ୍ଭବ ନୁହେଁ

ଭୁବନେଶ୍ୱର,୨୧ା୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଗତ ୧୪ ତାରିଖ ହିନ୍ଦୀ ଦିବସ ପାଳନ ଅବସରରେ ‘ଗୋଟିଏ ଦେଶ, ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଥିଲେ। ଦେଶରେ ହିନ୍ଦୀକୁ ଜାତୀୟ ଭାଷା କରିବାକୁ ଶାହ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ବିଭିନ୍ନ ରାଜ୍ୟରୁ ବିରୋଧ ହେବାରେ ଲାଗିଛି। ବହୁ ରାଜନୈତିକ ବ୍ୟକ୍ତି ଏବଂ ବିଶେଷଜ୍ଞ ୬୦ ଦଶନ୍ଧିରୁ ହିନ୍ଦୀକୁ ଜୋର ଜବରଜସ୍ତ ଲଦି ଦେବାକୁ କରାଯାଉଥିବା ଚେଷ୍ଟା ବିରୋଧରେ ମୁହଁ ଖୋଲିଥିଲେ। ବହୁ ବିଶେଷଜ୍ଞଙ୍କ କହିବା କଥା ହେଲା, ଗୋଟିଏ ଦେଶ, ଗୋଟିଏ ଭାଷା ପାଇଁ ଯଦି ହିନ୍ଦୀକୁ ଜାତୀୟ ଭାଷା କରାଯାଏ ତେବେ ବିଭିନ୍ନ ଆଞ୍ଚଳିକ ଭାଷା ଲୋପ ପାଇଯିବାର ଯଥେଷ୍ଟ ଆଶଙ୍କା ରହିଛି। ଅନ୍ୟପଟେ ଯଦି ଓଡ଼ିଶା ଭଳି ଅଣହିନ୍ଦୀ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏହାକୁ ଲାଗୁ କରାଯାଏ ତେବେ କ’ଣ ପରିସ୍ଥିତି ସୃଷ୍ଟି ହେବ ତାହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହ ସାକ୍ଷାତ୍‌କାର।
କେନ୍ଦ୍ର ସରକାର ହିନ୍ଦୀକୁ ଜାତୀୟ ଭାଷା କରିବା ଲାଗି ଚାହୁଁଛନ୍ତି। ଯଦି ତାହାକୁ ଓଡ଼ିଶା ଭଳି ଅଣହିନ୍ଦୀ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଲାଗୁ କରାଯାଏ, ତେବେ କେଉଁ ପ୍ରକାର ପରିସ୍ଥିତି ଉପୁଜିବ ବୋଲି ଆପଣ ଭାବୁଛନ୍ତି?
– ଓ୍ବାନ ନେଶନ-ଓ୍ବାନ ଲାଙ୍ଗୁଏଜ କଥା ଯାହା କେନ୍ଦ୍ରମନ୍ତ୍ରୀ କହିଛନ୍ତି, ତାହା ଭାରତବର୍ଷରେ ସମ୍ଭବ ନୁହେଁ। କର୍ନାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବି. ଏସ୍‌. ୟେଦୁରପ୍ପା ମଧ୍ୟ ଏହାକୁ ମନା କରିସାରିଛନ୍ତି। କୌଣସି ପରିସ୍ଥିତିରେ ସେମାନେ କନ୍ନଡ ଭାଷା ସହ ବୁଝାମଣା କରିବୁନାହୁଁ ବୋଲି ୟେଦୁରପ୍ପା କହିଛନ୍ତି। ତାମିଲନାଡୁ, କେରଳ ତଥା ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ ଏଥିରେ ରାଜି ହେବେନାହିଁ। ଓଡ଼ିଶାରେ ଓଡ଼ିଆ ଭାଷା ପ୍ରତି ଯାହା ଗୁରୁତ୍ୱ ରହିଛି, ତାହା ରହିବ। ରାଜ୍ୟ ସରକାର ସମସ୍ତ ନଥିପତ୍ରରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ହିନ୍ଦୀ ପ୍ରତି ଆମର ବିଦ୍ୱେଷଭାବ ନାହିଁ। ଭାରତ ଭଳି ଦେଶ ବହୁ ସଂସ୍କୃତି, ବହୁ ଭାଷାକୁ ନେଇ ଗଠିତ ହୋଇଛି।
ହିନ୍ଦୀକୁ ଜାତୀୟ ଭାଷା କରାଗଲେ ପ୍ରାଥମିକ ଶିକ୍ଷା କ୍ଷେତ୍ରରୁ ପିଲାମାନେ ପଢୁଥିବା ଇତିହାସ, ଭୂଗୋଳ, ସାହିତ୍ୟ ସବୁ ହିନ୍ଦୀରେ ପଢ଼ାଯିବ। ଓଡ଼ିଆ ଏବଂ ଇଂଲିଶ୍‌ ଭଳି ବିଷୟ କେବଳ ଏକ ବିଷୟ ହୋଇ ରହିଯିବ। ଏପରି ହେଲେ ଦୁଇ, ତିନି ପିଢିର ପିଲାମାନେ ଓଡ଼ିଆ କହିବା ଭୁଲିଯିବେ ବୋଲି ଅନେକ କହୁଛନ୍ତି। ଏନେଇ ଆପଣ ମତ କ’ଣ?
– ଏହା ସମ୍ଭବ ନୁହେଁ। ଏପରି କି କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ ମଧ୍ୟ ତାହା ଗ୍ରହଣ କରାଯିବ ନାହିଁ। ନିଶ୍ଚିତ ଭାବେ ଯେଉଁ ରାଜ୍ୟରେ ଯାହା ମାତୃଭାଷା ରହିଛି, ତାହାକୁ ବ୍ୟବହାର କରାଯିବା ଉଚିତ୍‌। ତାହାକୁ ଆଧାର କରି ରାଜ୍ୟ ସରକାର ନୂଆ ବ୍ୟବସ୍ଥା କରିଛନ୍ତି। ମାତୃଭାଷା ଓଡ଼ିଆ ଏବଂ ଇଂଲିଶ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହିନ୍ଦୀ ପ୍ରତି ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଲାଗି କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଯେଉଁ ପ୍ରକ୍ରିୟା କରୁଛନ୍ତି ତାହା କରନ୍ତୁ, ସେଥିରେ ମନାନାହିଁ। ଏହାକୁ ଆଇନ କରି ଯଦି କେବେ ଲୋକଙ୍କ ମୁଣ୍ଡରେ ଲଦି ଦେବାକୁ ଚେଷ୍ଟା କରାଯାଏ ତେବେ ସ୍ବାଧୀନତା ପରେ ଭାଷା ଆନ୍ଦୋଳନକୁ ଆଧାର କରି ଯେଉଁ ଘଟଣା ଘଟିଥିଲା ସେହିଭଳି ପରିସ୍ଥିତି ଉପୁଜିବ। ମତେ ଲାଗୁନି, କେନ୍ଦ୍ର ସରକାର ଏହାକୁ ଏମିତି ଲଦି ଦେବେ, ଯଦି ସେମାନେ ତାହା ଚିନ୍ତା କରୁଛନ୍ତି ତେବେ ତାହା ଦେଶ ପାଇଁ ଶୁଭଙ୍କର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନ ନାଁରେ ବଳିପଡୁଛି ଗଛ, ବଢୁଛି ତାପମାତ୍ରା

ପଟ୍ଟାମୁଣ୍ଡାଇ,୧୯ା୫(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନଁାରେ ଦୈନିକ ଶତାଧିକ ଗଛ ବଳିପଡୁଛି। ବିକାଶ ଆଳରେ ଦୈନିକ ବନ କ୍ଷୟ...

ନିର୍ବାଚନ ଆସିଲେ ଶିଳ୍ପ କଥା ମନେପଡ଼େ

କେନ୍ଦ୍ରାପଡ଼ା, ୧୯ା୫(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଅଞ୍ଚଳର ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିଯୋଗୁ ଯୁବବର୍ଗଙ୍କୁ କର୍ମନିଯୁକ୍ତି ସହ ଜିଲାର ଅର୍ଥନୀତି ଚଳଚଞ୍ଚଳ ହୁଏ। ଏଥିପାଇଁ କେନ୍ଦ୍ର ସରକାରଙ୍କ...

କନ୍ଧମାଳ, ରାୟଗଡ଼ା ଗଞ୍ଜେଇର ବଢ଼ିଛି ଚାହିଦା

ନୟାଗଡ଼, ୧୯।୫(ଲୋକନାଥ ମିଶ୍ର)କନ୍ଧମାଳ ଓ ରାୟଗଡ଼ା ଗଞ୍ଜେଇର ଚାହିଦା ବଢ଼ୁଛି। ପୋଲିସ ଓ ଅବକାରୀ ବିଭାଗର ଧରପଗଡ଼ରେ ବିଭିନ୍ନ ସମୟରେ କନ୍ଧମାଳ ଜିଲାର ବ୍ୟବସାୟୀ ଓ...

ଟ୍ରେଣ୍ଡ୍‌ କରୁଛି ‘ବାଏ ବାଏ ପାଣ୍ଡିଆନ୍‌’, ‘ଓଡ଼ିଶା ଲଭ୍‌ସ ପାଣ୍ଡିଆନ୍‌’

ଭୁବନେଶ୍ୱର, ୧୯।୫ (ବନ୍ଦନା ସେଠୀ)୨୦୨୪ ସାଧାରଣ ନିର୍ବାଚନକୁ ନେଇ ଉଭୟ ବିଜେଡି ଏବଂ ଭାଜପା ନେତା ପରସ୍ପରକୁ ଦୋଷ ଲଦିବା ସହ କାଦୁଅ ଫିଙ୍ଗାଫିଙ୍ଗି ହେବା...

ଆଜି ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୧୯।୫(ଅସମାପିକା ସାହୁ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚତ୍ ରାଜଭବନରେ ରହିବେ। ୨୦ ତାରିଖ...

ବିଜେଡି ଛାଡ଼ିଲେ ସମୀର ଦାଶ

ଭୁବନେଶ୍ୱର,୧୯।୫: ବିଜେଡିରୁ ଇସ୍ତଫା ଦେଇଛନ୍ତି ନିମାପଡ଼ା ବିଧାୟକ ସମୀର ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଭିଡିଓ ଜାରି କରି...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri