ରାଜପଥ ଲୁଟେରା ଗିରଫ:୨ ଖଣ୍ଡା, ୧ ବାଇକ୍‌ ଜବତ

ନୟାଗଡ଼ ଅଫିସ,୨୨ା୫-ନୟାଗଡ଼ ଟାଉନ ପୋଲିସ ସୋମବାର ଜଣେ ରାଜପଥ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରା ହେଲେ ପୁରୁଣା ଘଡ଼ୁଆଳ ଗ୍ରାମର ଅମୂଲ୍ୟ ମଲ୍ଲିକ (୨୨) ଓରଫ ରାଜା। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନୟାଗଡ଼ ଏସ୍‌ଡ଼ିପିଓ ନିରଞ୍ଜନ ପାଢୀ।
ମିଳିଥିବା ସୂଚନା ଅନୁସାରେ, ରାଜା ଶରଣକୁଳ ଥାନା ଅସୁରଢ଼ିପା ଗ୍ରାମର ତାଙ୍କ ମାମୁ ବିଭୂତି ମଲ୍ଲିକ, ଅନ୍ୟ ଦୁଇ ସହଯୋଗୀ ବିଭୂତି ଭୂଷଣ ବିଶ୍ୱାଳ ଓ ବବୁଲ ବିଶ୍ୱାଳଙ୍କ ସହିତ ମିଶି ଜାତୀୟ ଓ ରାଜ୍ୟ ରାଜପଥରେ ଲୁଟ୍‌ କରନ୍ତି। ସମ୍ପୃକ୍ତ ଲୁଟେରାମାନେ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ-୫୭ ଓ ରାଜ୍ୟ ରାଜପଥ-୨୧ରେ ଯାତ୍ରୀଙ୍କ ଠାରୁ ଲୁଟ୍‌ପାଟ କରନ୍ତି। ପୂର୍ବରୁ ୩ ଜଣଙ୍କୁୁ ଦଶପଲ୍ଲା ପୋଲିସ ଗିରଫ କରିଥିବା ବେଳେ ରାଜା ଫେରାର୍‌ ଥିଲେ। ୩ ଜଣଙ୍କୁ ପଚରାଉଚରା କରିବା ପରେ ରାଜା ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା। ପରେ ପୋଲିସ ସୋମବାର ରାଜାଙ୍କ ଗ୍ରାମ ପୁରୁଣା ଘଡ଼ୁଆଳରେ ଚଢ଼ାଉ କରି ତାକୁ ଗିରଫ କରିଥିଲା। ତାଙ୍କଠାରୁ ଦୁଇଟି ଖଣ୍ଡା ଓ ଗୋଟିଏ ପଲସର ବାଇକ୍‌ ଜବତ କରିଥିଲା। ରାଜାଙ୍କ ନାମରେ ଓଡ଼ଗାଁ ଥାନାରେ ୩ଟି ମାମଲା ଥିବା ବେଳେ ଶରଣକୁଳ ଥାନାରେ ଗୋଟିଏ ଓ ନୟାଗଡ଼ ଥାନାରେ ଗୋଟିଏ ମାମଲା ରହିଛି। ଗତ ୨୫ ଫେବୃୟାରୀରେ ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ ଯୁଧିଷ୍ଠିର ଛୁଆଳସିଂ ଟଙ୍କା ନେଇ ଯାଉଥିବା ବେଳେ ରାଜା ଗ୍ୟାଙ୍ଗ ତାଙ୍କୁ ବାଡ଼ୋଇବା ସହିତ ତାଙ୍କ ଠାରୁ ୧୬,୬୮୦ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ଏ ନେଇ ନୟାଗଡ଼ ଥାନାରେ ୩୦/୧୯ରେ ମାମଲା ରୁଜୁ କରାଯାଇଥିଲା। ଟାଉନ ପୋଲିସ ଏହି ଘଟଣାର ତଦନ୍ତ କରି ରାଜା ଏଥିରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri