କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଦ୍ବିତୀୟ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ: ୪ ବର୍ଷରେ ୪୦୧.୬ କୋଟି ଖର୍ଚ୍ଚ ହେବ

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଦ୍ବିତୀୟ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ ବୁଧବାର କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଉଦ୍ୟାନ କୃଷି, ଫଳଚାଷ ଓ ଫଳ ବଗିଚା ନିମନ୍ତେ ଚାରା ରୋପଣ, ବିଭିନ୍ନ ଯୋଜନାରେ ଜଳସେଚନର ସୁବିଧା, ଛେଳି ଏବଂ ବାଡ଼ି ଅଗଣା କୁକୁଡ଼ା ଚାଷ ନିମନ୍ତେ ଘର ନିର୍ମାଣ, କୃଷି ଉଦ୍ୟୋଗୀ ସୃଷ୍ଟି କରିବା ସହିତ କ୍ଷୁଦ୍ର, ନାମମାତ୍ର ଓ ମହିଳା ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ସମ୍ପର୍କରେ ବୈଠକରେ ବିଶଦ୍‌ ଭାବରେ ଆଲୋଚନା କରାଯାଇଥିଲା। ଢିପ ଜମି ଥିବା ରାଜ୍ୟର ଜନଜାତି ବହୁଳ ଜିଲାରେ ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହେଉଥିବାବେଳେ ଏହାର ସଫଳତା ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ନିମନ୍ତେ ଏକ ଉଦାହରଣ ସୃଷ୍ଟି କରିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଥିଲେ। ଏଥିସହିତ ଜନଜାତି ବହୁଳ ଅଞ୍ଚଳର କୃଷି ଉଦ୍ୟୋଗୀମାନଙ୍କ ନିମନ୍ତେ ଏହା ଏକ ମଡେଲ୍‌ ସାବ୍ୟସ୍ତ ହୋଇପାରିବ ବୋଲି ସେ କହିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ, ଏହି ପ୍ରକଳ୍ପରେ ଉନ୍ନତ ଜ୍ଞାନକୌଶଳର ଉପଯୋଗ ଦ୍ବାରା ଉତ୍ପାଦନ ବୃଦ୍ଧି ପାଇବା ସହିତ ଚାଷୀମାନେ ବହୁଳ ଭାବେ ଉପକୃତ ହୋଇପାରିବେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଭାରତ ରୁରାଲ୍‌ ଲାଇଭ୍‌ଲିହୁଡ୍‌ ଫାଉଣ୍ଡେଶନ୍‌’ ଓ ‘ପ୍ରଦାନ’ର ମିଳିତ ସହଯୋଗରେ ରାଜ୍ୟର ଜନଜାତି ବହୁଳ ୧୨ ଜିଲାର ୪୦ ବ୍ଲକ୍‌ରେ ଏହି କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଆଗାମୀ ୪ ବର୍ଷରେ ୪୦୧.୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହା ଦ୍ବାରା ପ୍ରାୟ ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ଦ୍ବିଗୁଣିତ ହୋଇପାରିବ। ଏହି ଯୋଜନାରେ ୬୫୦ଟି ଉତ୍ପାଦକ ଗୋଷ୍ଠୀ ଓ ୩୦ଟି ଉତ୍ପାଦକ କମ୍ପାନୀ ଗଠନ କରାଯିବ। ସେହିପରି ୭୫୦ ଜଣ ବଜାର ସଂଯୋଜକ କୃଷି ଉଦ୍ୟୋଗୀ ସୃଷ୍ଟି କରାଯିବ। ଏହି ଯୋଜନା ଅନ୍ତର୍ଗତ ୪୦ ପ୍ରତିଶତ ଜମିରେ ବିନା କୀଟନାଶକରେ ଫସଲ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି। ୪୦ ହଜାର ଚାଷୀ ପରିବାରମାନଙ୍କ ଆୟ ବୃଦ୍ଧି ନିମନ୍ତେ ଆନୁଷଙ୍ଗିକ କୃଷି, ଛେଳି, ମେଣ୍ଢା, କୁକୁଡ଼ା ଆଦି ପାଳନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଜୀବିକା ନିର୍ବାହ ନିମନ୍ତେ ୧୬ ହଜାର ଏକର ଜମିରେ ଜଳସେଚନ, ୮ ହଜାର ଏକର ଜମିରେ ଫଳ ବଗିଚା, ୭୦ ହଜାର ଏକର ଜମିରେ କୃଷି ଯନ୍ତ୍ରପାତି ବ୍ୟବହାରର ସୁବିଧା ଯୋଗାଇଦେବା ସହିତ ଛେଳି, ମେଣ୍ଢା ଓ ବାଡ଼ଇଗଣା କୁକୁଡ଼ା ଚାଷ ନିମନ୍ତେ ପ୍ରାୟ ୩୦ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏହି ଯୋଜନାରେ ସଂଶ୍ଳିଷ୍ଟ କରାଯାଉଛି। ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ କମିଶନର ଡ. ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri