ବାଙ୍କୀ,୭ା୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ମହାନଦୀରେ ଅଚାନକ ଜଳସ୍ତର ବୃଦ୍ଧି ଯୋଗୁ ଖାଦ୍ୟ ଅନ୍ବେଷଣରେ ମହାନଦୀର ବାଲି ପଠାକୁ ଯାଇ ଫସି ରହିଛନ୍ତି ଗୋରୁପଲ। ଏ ଚିତ୍ର ବାଙ୍କୀ କୁଶୁପଙ୍ଗୀର ମହାନଦୀ ବାଲିପଠାର। ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ଗୋରୁପଲ ଆଉ କୂଳକୁ ଫେରି ପାରି ନ ଥିଲେ। ଯେଉଁଥିପାଇଁ ନଦୀପଠାରେ ୩୦ରୁ ଊର୍ଦ୍ଧ୍ୱ ଗୋରୁ ଫସି ରହିଥିବାର ସୂଚନା ମିଳିଛି। ଖବର ପାଇ ଡମପଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛ। ସୁରକ୍ଷିତ ଅବସ୍ଥାରେ ଗୋରୁଙ୍କ ଉଦ୍ଧାର ପ୍ରୟାସ ଜାରି ରଖିଛି ଅଗ୍ନିଶମ ବିଭାଗ। ୨୦ରୁ ଗୋରୁ ଉଦ୍ଧାର ହୋଇଥିବା ବେଳେ ଅନ୍ୟଗୁଡ଼ିକୁ ଉଦ୍ଧାର କରିବାରେ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ।


