Posted inଜାତୀୟ

ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ପାଇଁ ଅଗ୍ନିପରୀକ୍ଷା…

ଅମରାବତୀ,୨୮।୫ : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଭାପତି ଏନ. ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ବର୍ତ୍ତମାନ ନିଜକୁ ଜଣେ ଦକ୍ଷ ନେତା ଭାବରେ ପ୍ରମାଣ କରିବାକୁ ଏକ ପାଦଯାତ୍ରାରେ ଅଛନ୍ତି। ଟିଡିପି ମହାସଚିବ ୪୦ ବର୍ଷ ବୟସ୍କ ନାରା ଲୋକାଶଙ୍କୁ ନାଇଡୁଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଉଛି।

ଏପରି ପରିସ୍ଥିତିରେ ତାଙ୍କୁ ନିଜର ନେତୃତ୍ୱ ଗୁଣ ପ୍ରମାଣ କରିବାକୁ ଏକ କଠିନ ଆହ୍ବାନର ସାମ୍ନା କରିବାକୁ ପଡିବ। ବାସ୍ତବରେ, ନାଇଡୁ ଘୋଷଣା କରିସାରିଛନ୍ତି ୨୦୨୪ ନିର୍ବାଚନ ତାଙ୍କ କ୍ୟାରିୟରର ଶେଷ ଲଢ଼େଇ ହୋଇପାରେ ।
୧୯୯୫ ମସିହାରୁ ତାଙ୍କ ଶ୍ୱଶୁର ତଥା ଦଳର ପ୍ରତିଷ୍ଠାତା ଏନଟିଆରଙ୍କ ବିରୋଧରେ ବିଦ୍ରୋହର ନେତୃତ୍ୱ ନେବା ପରେ ସେ ରାଜ୍ୟ ରାଜନୀତିରେ ଆଗୁଆ ରହିଥିଲେ। ନାଇଡୁଙ୍କୁ ଆସନ୍ତା ବର୍ଷ ୭୪ ବର୍ଷ ହେବ। ଯଦିଓ ନାରା ଲୋକେଶ ଏକ ଦଶନ୍ଧି ଧରି ରାଜନୀତିରେ ଅଛନ୍ତି, ତଥାପି ସେ ନିଜକୁ ଜଣେ ନେତା ଭାବରେ ପ୍ରତିଷ୍ଠିତ କରିପାରି ନାହାଁନ୍ତି।

ଟିଡିପିରେ ତାଙ୍କୁ ଦୁଇ ନମ୍ବର ବିବେଚନା କରାଯାଉଥିବା ବେଳେ ଅନେକ ଦଳର ନେତା ବ୍ୟକ୍ତିଗତ ଭାବେ କହିଛନ୍ତି ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ହେବା ବ୍ୟତୀତ ଲୋକେଶଙ୍କର ନିଜର କୌଣସି ପରିଚୟ ନାହିଁ।

୨୦୧୯ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଲୋକେଶଙ୍କ ପରାଜୟ, ନାଇଡୁଙ୍କୁ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବରେ ପ୍ରତିଷ୍ଠିତ କରିବାରେ ଏକ ବଡ଼ ଝଟକା ମିଳିଥିଲା। ନାଇଡୁଙ୍କ ପୁଅ ପାଇଁ ଏକ ସୁରକ୍ଷିତ ନିର୍ବାଚନମଣ୍ଡଳୀ ଖୋଜିବା ରାଜ୍ୟ ରାଜଧାନୀ ଅମରାବତୀର ମଙ୍ଗଳାଗିରି ଆସନରେ ଶେଷ ହୋଇଥିଲା। ତେବେ ସେଠାରେ ମଧ୍ୟ ସେ ଓ୍ବାଇଏସଆର କଂଗ୍ରେସ ପାର୍ଟିର ଏ. ରାମକୃଷ୍ଣ ରେଡ୍ଡୀଙ୍କ ଠାରୁ ୫,୨୦୦ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ତାଙ୍କର ସୀମିତ ଭୂମିକା ବାହାରେ ଏକ ଜନ ଆଧାର ସହିତ ନିଜକୁ ଜଣେ ନେତା ଭାବରେ ପ୍ରମାଣ କରିବାକୁ ଏହା ଲୋକେଶଙ୍କର ପ୍ରଥମ ପରୀକ୍ଷା ଥିଲା।
ଫଳରେ ରାଜନୈତିକ ଉତ୍ତରାଧିକାରୀ ଭାବେ ଏବେ ଏବେ ଲୋକେଶଙ୍କ ପାଇଁ ଅଗ୍ନିପରୀକ୍ଷାର ବେଳ ଆସିଛି। ୨୦୦୯ରେ ବ୍ୟାକରୁମ ବୟ ଭାବରେ ରାଜନୈତିକ କ୍ୟାରିୟର ଆରମ୍ଭ କରି ଲୋକେଶ ୨୦୧୭ ରେ ବିଧାନ ପରିଷଦରୁ ତାଙ୍କ ପିତାଙ୍କ କ୍ୟାବିନେଟରେ ଏକ ବ୍ୟାକଡୋର୍‌ ପ୍ରବେଶ କରିଥିଲେ। ତାଙ୍କୁ ପଞ୍ଚାୟତ ରାଜ, ଗ୍ରାମୀଣ ବିକାଶ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରଦାନ କରାଯାଇଥିଲା। ୨୦୧୩ରେ ଲୋକେଶ ଆନୁଷ୍ଠାନିକ ଭାବରେ ପାର୍ଟିରେ ସକ୍ରିୟ ହୋଇଥିଲେ।

୨୦୧୫ ରେ ଟିଡିପି ମହାସଚିବ ଭାବରେ ନିଯୁକ୍ତ ହେବା ପରେ ଲୋକେଶଙ୍କୁ ଦୁଇ ନମ୍ବର ଭାବରେ ଦେଖାଯାଇଥିଲା। ତାଙ୍କୁ ଦଳର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା ପଲିଟବୁରୋର ସଦସ୍ୟ କରାଯାଇଥିଲା। ସେ ଦଳର କାର୍ଯ୍ୟକଳାପରେ ବିଶେଷ ଭାବରେ ପାର୍ଟି କର୍ମଚାରୀଙ୍କ କଲ୍ୟାଣରେ ଜଡିତ ଥିଲେ।
ଦଳକୁ ଦୃଢ଼ ଭାବରେ ଧରି ରଖିବା ସହ ନାଇଡୁ ତାଙ୍କ ପୁଅକୁ ତାଙ୍କ ଉତ୍ତରାଧିକାରୀ ଭାବରେ ବରଦାନ ଦେବା ପାଇଁ କୌଣସି ବିରୋଧର ସମ୍ମୁଖୀନ ହୋଇନାହାଁନ୍ତି। ଏକମାତ୍ର ଅସନ୍ତୁଷ୍ଟ ସ୍ବର ଥିବା ତାଙ୍କ ଭେଣୋଇ ଏନ. ହରିକୃଷ୍ଣଙ୍କର ୨୦୧୮ ରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ହରିକୃଷ୍ଣ ଚାହୁଁଥିଲେ ତାଙ୍କ ପୁଅ ତଥା ସୁପରଷ୍ଟାର ଜୁନିଅର ଏନଟିଆର ଦଳର ନେତୃତ୍ୱ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri