ରୁଷିଆ ଖସାଇଥିଲା ଏମ୍‌ଏଚ୍‌୧୭

ଆମ୍‌ଷ୍ଟରଡାମ,୧୮ା୧୧:୨୦୧୪ ଜୁଲାଇ ୧୭ରେ ମାଲେସିଆ ଏୟାରଲାଇନ୍ସର ଏମ୍‌ଏଚ୍‌୧୭ ବିମାନ ଆମ୍‌ଷ୍ଟରଡାମ୍‌ରୁ କୁଆଲାଲମ୍‌ପୁର ଯାତ୍ରା କରୁଥିବାବେଳେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଆକାଶରେ ରାଡାର ବାହାରକୁ ଚାଲିଯାଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ୨୮୩ ଯାତ୍ରୀ ଓ ୧୫ କ୍ରିଉ ମେମ୍ବରଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୮୦ ଶିଶୁ ଥିଲେ। ଏହି ବିମାନକୁ ରୁଷିଆ ନିର୍ମିତ ଏକ ବକ୍‌ ମିଶାଇଲ ଧକ୍କା ଦେବା ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଡଚ୍‌ ସେଫ୍ଟି ବୋର୍ଡ (ଡିଏସ୍‌ବି) ପକ୍ଷରୁ ୧୫ ମାସ ଧରି ତଦନ୍ତ କରାଯିବା ପରେ ୨୦୧୫ ଡିସେମ୍ବରରେ ଜଣାପଡ଼ିଥିଲା। ଉକ୍ତ କ୍ଷେପଣାସ୍ତ୍ରକୁ ରୁଷିଆରୁ କିଣାଯାଇଥିଲା ଏବଂ ମସ୍କୋ ସମର୍ଥତ୍ତ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ଏକ ପଡ଼ିଆରୁ ତାକୁ ଉଦ୍‌କ୍ଷେପଣ କରାଯାଇଥିବା ନେଇ ୨୦୧୬ ସେପ୍ଟେମ୍ବରରେ ଆପରାଧିକ ତଦନ୍ତକାରୀଙ୍କ ଏକ ଅନ୍ତର୍ଜାତୀୟ ଟିମ୍‌ ସ୍ପଷ୍ଟ କରିଥିଲା। ଏହି ମାମଲାରେ ନେଦରଲାଣ୍ଡ୍‌ସସ୍ଥିତ ଏକ କୋର୍ଟ ଗୁରୁବାର ୨ ରୁଷୀୟ ଏବଂ ଜଣେ ୟୁକ୍ରେନୀୟ ବିଚ୍ଛିନ୍ନତାବାଦୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୯୮ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ଅଦାଲତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ତେବେ ପ୍ରମାଣ ଅଭାବରୁ ଆଉ ଜଣେ ରୁଷୀୟଙ୍କୁ ଛାଡ଼ି ଦିଆଯାଇଛି।
ମାମଲାର ଶୁଣାଣି ପାଇଁ ହେଗ୍‌ ଡିଷ୍ଟ୍ରିକ୍ଟ କୋର୍ଟ ପକ୍ଷରୁ ସ୍କିଫୋଲ୍‌ ଏୟାରପୋର୍ଟରେ ହାଇ-ସିକ୍ୟୁରିଟି କୋର୍ଟରୁମ୍‌ ପ୍ରତିଷ୍ଠା କରାଯାଇଥିଲା। କୋର୍ଟଙ୍କ ରାୟ ଶୁଣିବା ପାଇଁ ସେଠାରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନଙ୍କ ଶତାଧିକ ଆମତ୍ୀୟସ୍ବଜନ ଉପସ୍ଥିତ ଥିଲେ। ଶୁଣାଣି ବେଳେ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି କୋର୍ଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ବିଚାରପତି ହେଣ୍ଡ୍ରିକ୍‌ ଷ୍ଟିନ୍‌ହୁଇସ୍‌ କହିଛନ୍ତି, ଅଭିଯୋଜନକାରୀ ପକ୍ଷ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ବୋଇଂ ୭୭୭କୁ ବକ୍‌ ମିଶାଇଲ ଧକ୍କା ଦେଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଓ ସେଥିରେ ଥିବା ଯାତ୍ରୀମାନଙ୍କ ଖଣ୍ଡବିଖଣ୍ଡିତ ମୃତଦେହଗୁଡ଼ିକ ଚାଷଜମି ଓ ପଡ଼ିଆରେ ବିଛାଡ଼ି ହୋଇପଡ଼ିଥିଲା। ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଶୁଣାଣିରେ ଏହା ପ୍ରମାଣିତ ହୋଇଛି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରିପ୍ରେକ୍ଷୀରେ ଗୋଟିଏ କଥା ସ୍ପଷ୍ଟ ହୋଇଛି। ତାହା ହେଲା ୟୁକ୍ରେନ୍‌ର ଡୋନେସ୍କ ଅଞ୍ଚଳକୁ ବିଚ୍ଛିନ୍ନତାବାଦୀଙ୍କ ଜରିଆରେ ମସ୍କୋ ଦଖଲ କରିଛି। ସେହି ଅଞ୍ଚଳର ଏକ ଚାଷଜମିରୁ ହିଁ ବକ୍‌ ମିଶାଇଲ୍‌ ଛଡ଼ାଯାଇଥିଲା। ୨୦୨୦ ମାର୍ଚ୍ଚରେ ଆରମ୍ଭ ହୋଇଥିବା ଶୁଣାଣି ବେଳେ ଅଭିଯୁକ୍ତମାନେ ହାଜର ହୋଇ ନ ଥିଲେ। ସେମାନଙ୍କ ଫୋନ୍‌ କଲ୍‌ ରେକଡର୍‌ସ ମାମଲାର ତଦନ୍ତରେ ସହାୟକ ହୋଇଥିଲା। ସେମାନେ ୟୁକ୍ରେନ୍‌ର ଏକ ଯୁଦ୍ଧବିମାନ ଭାବି ମାଲେସିଆର ଯାତ୍ରୀବାହୀ ବିମାନକୁ ଆକ୍ରମଣ କରିଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ୩ ବ୍ୟକ୍ତି ହେଲେ ରୁଷୀୟ ଗୋଇନ୍ଦା ଏଜେଣ୍ଟ ଆଇଗୋର ଗିର୍କିନ୍‌ ଓ ସର୍ଗେଇ ଦୁବିନ୍‌ସ୍କି ଏବଂ ବିଚ୍ଛିନ୍ନତାବାଦୀ ନେତା ଲିଓନିଡ୍‌ ଖରଚେଙ୍କୋ। ହେଗ୍‌ କୋର୍ଟଙ୍କ ରାୟକୁ ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବ ବୋଲି ରୁଷିଆର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନେଦରଲାଣ୍ଡ୍ସ ନେତୃତ୍ୱାଧୀନ ଏହି ବିମାନ ଦୁର୍ଘଟଣାର ତଦନ୍ତରେ ୟୁକ୍ରେନ୍‌, ମାଲେସିଆ, ଅଷ୍ଟ୍ରେଲିଆ ଓ ବେଲ୍‌ଜିୟମ୍‌ର ବିଶେଷଜ୍ଞମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri