ଡିଜିଟାଇଜେଶନ ହୋଇପାରୁନି ପାକ୍ସ

କଟକ ଅଫିସ, ୨।୧୦: କୃଷକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ଲକ୍ଷ୍ୟରେ କୋ-ଅପରେଟିଭ ସୋସାଇଟି କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ମୋଟ୍‌ ୨୭୧୦ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ରହିଛି। ହେଲେ ବିଭିନ୍ନ ସମୟରେ ପାକ୍ସଗୁଡ଼ିକରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। କେଉଁଠି ଭୂତଚାଷୀଙ୍କ ନଁାରେ କୃଷିଋଣ ଉଠାଣ ହେଉଛି ତ, କେତେବେଳେ ଶିଳ୍ପପତି ମିଛ ଚାଷୀ ପରିଚୟପତ୍ର ଦେଇ କୃଷିଋଣ ଉଠାଇ ଲାଭବାନ୍‌ ହେଉଥିବା ଖବର ମିଳୁଛି। ତେଣୁ ଏହିସବୁ ଦୁର୍ନୀତିକୁ ରୋକିବା ସହ ପାକ୍ସଗୁଡ଼ିକର କାର୍ଯ୍ୟକୁ ସରଳୀକରଣ କରିବା ଲକ୍ଷ୍ୟରେ ସରକାର ୨୦୧୭ରେ କମ୍ପ୍ୟୁଟରୀକରଣ କରିବା ଆରମ୍ଭ କରିଛନ୍ତି। ଏପରି କି ୨୦୨୨ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସମସ୍ତ ପାକ୍ସକୁ ଡିଜିଟାଇଜେଶନ କରିବାକୁ ଲକ୍ଷ୍ୟ ରହିଥିଲା। ହେଲେ ରାଜ୍ୟରେ ଏଯାବତ୍‌ ୧୦%ରୁ କମ୍‌ ପାକ୍ସ କମ୍ପ୍ୟୁଟରୀକରଣ କରାଯାଇଥିତ୍ବା ଅନୁସନ୍ଧାନରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଅଧିକାଂଶ ପାକ୍ସରେ କୃଷକଙ୍କ ପରିବର୍ତ୍ତେ ରାଜନୈତିକ ନେତା ଓ କର୍ମୀମାନେ ସଦସ୍ୟ ରହୁଛନ୍ତି। ତେଣୁ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବା ଭୟରେ ସମବାୟ ସମିତିଗୁଡିକୁ କମ୍ପ୍ୟୁଟରୀକରଣ କରାଯାଇପାରୁ ନ ଥିବା ସାଧାରଣରେ ଆଲୋଚନା ହେଉଛି। ଏବେ ସମସ୍ତ ସିଡ୍ୟୁଲ ବ୍ୟାଙ୍କ ଓ ଅଣସିଡ୍ୟୁଲ ବ୍ୟାଙ୍କଗୁଡ଼ିକ କମ୍ପ୍ୟୁଟରୀକରଣ ହୋଇଥିବାରୁ ହିତାଧିକାରୀମାନେ ସମସ୍ତ ସୁବିଧା ପାଇପାରୁଛନ୍ତି। ହେଲେ ପ୍ୟାକ୍ସଗୁଡିକ କମ୍ପ୍ୟୁଟରୀକରଣ ହୋଇ ନ ପାରିବାରୁ କୃଷକମାନେ କେବଳ ନିଜ ଅଞ୍ଚଳର ସମବାୟ ବ୍ୟାଙ୍କରୁ ଟଙ୍କା ଉଠାଣ ବ୍ୟତୀତ ଅନ୍ୟ ଅଞ୍ଚଳରେ ଦରକାରବେଳେ ସମ୍ପୃକ୍ତ ବ୍ୟାଙ୍କରୁ ଟଙ୍କା ଉଠାଣର ସୁଯୋଗ ପାଇପାରୁ ନାହାନ୍ତି। ରାଜ୍ୟର ସମସ୍ତ ୨୭୧୦ କାର୍ଯ୍ୟକ୍ଷମ ପାକ୍ସକୁ ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ସୁଦ୍ଧା କମ୍ପ୍ୟୁଟରୀକରଣ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ହେଲେ ଏପର୍ଯ୍ୟନ୍ତ ୨୦ ପ୍ରତିଶତ ପାକ୍ସରେ ମଧ୍ୟ କମ୍ପ୍ୟୁଟର ସଂଯୋଗୀକରଣ କାର୍ଯ୍ୟାରମ୍ଭ ହୋଇପାରି ନ ଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଅବିଭକ୍ତ କଟକ ଜିଲାରେ ୪୬୮ ପାକ୍ସ ରହିଥିବାବେଳେ ସେଥିରୁ ଯୋଜନା ଆରମ୍ଭର ୫ବର୍ଷ ମଧ୍ୟରେ ମାତ୍ର ୨୯ଟିରେ କମ୍ପ୍ୟୁଟରୀକରଣ ହୋଇଛି। ସେହିପରି ସାରା ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୧୦ଟି ପାକ୍ସରେ କମ୍ପ୍ୟୁଟରୀକରଣ ହୋଇଥିବା ସୂଚନା ରହିଥିଲେ ହେଁ ସମ୍ପୃକ୍ତ ପାକ୍ସଗୁଡିକ ପୂର୍ଣ୍ଣାଙ୍ଗ କମ୍ପ୍ୟୁଟରୀକରଣ ହୋଇ ନ ଥିବା ଜଣାଯାଇଛି। ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଯୋଗାଯୋଗ କରାଯିବାରୁ ସମସ୍ତ ପାକ୍ସକୁ କମ୍ପ୍ୟୁଟରୀକରଣ କରାଯିବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଖୁବ୍‌ ଶୀଘ୍ର କମ୍ପ୍ୟୁଟରୀକରଣ କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ମିଛ ଚାଷୀ ନାଁରେ କୃଷି ଋଣ ପ୍ରଦାନ ହେଉଥିବା ତଥ୍ୟ ଲୋକଲୋଚନକୁ ଆସିବା ଭୟରେ କମ୍ପ୍ୟୁଟରୀକରଣ କରାଯାଉ ନ ଥିବା କଥାକୁ ଅସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ସମବାୟ ମହାନିବନ୍ଧକ ଉଦ୍ଧବ ଚନ୍ଦ୍ର ମାଝୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ସୁଦ୍ଧା ସମସ୍ତ ପାକ୍ସରେ କମ୍ପ୍ୟୁଟରୀକରଣ କରାଯିବା ଲକ୍ଷ୍ୟ ରହିଥିଲା। ହେଲେ କେତେକ ପାକ୍ସରେ କର୍ମଚାରୀ ଅଭାବ ସମସ୍ୟା ରହିଥିବାରୁ ଡିଜିଟାଇଜେଶନ ପ୍ରକ୍ରିୟା ବିଳମ୍ବ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବଦଳିଯାଇଛି ରାଜନୀତିର ସଂସ୍କୃତି: ନଡ୍ଡା

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri