Posted inଖେଳ

କଟକ ସାଇ ହଷ୍ଟେଲରେ ରହିପାରିବେ ନାହିଁ ଭଲିବଲ ଖେଳାଳି

କଟକ ଅଫିସ,୧୯|୭- ରାଜ୍ୟ ଭଲିବଲ କ୍ରୀଡ଼ା ପ୍ରତି ଘନେଇଛି ବଡ଼ ଧରଣର ସଙ୍କଟ। ଓଡ଼ିଶାକୁ ଭାରତୀୟ କ୍ରୀଡ଼ାର କେନ୍ଦ୍ରସ୍ଥଳ ବୋଲି ବିବେଚନା କରାଯାଉଥିବା ବେଳେ ଭଲିବଲ ଭଳି ଏକ ଅଲିମ୍ପିକ କ୍ରୀଡ଼ାକୁ କଟକ ସାଇ ହଷ୍ଟେଲରୁ ବାଦ ଦେବା ପାଇଁ ଏବେ ନିର୍ଦ୍ଦେଶ ଆସିଛି। ଦେଶର ୨୮ଟି ସାଇ ହଷ୍ଟେଲ ଏହି ନିର୍ଦ୍ଦେଶନାମାରେ ଅର୍ନ୍ତଭୁକ୍ତ ହୋଇଛନ୍ତି। ପ୍ରତ୍ୟେକ ସାଇ ହଷ୍ଟେଲରେ ଅତିକମରେ ୨ଟି ଓ ଅତିବେଶୀରେ ୩ଟି କ୍ରୀଡ଼ାକୁ ସାମିଲ କରାଯିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ତେବେ କଟକ ସାଇ ହଷ୍ଟେଲରୁ ଭଲିଭଲ କ୍ରୀଡ଼ାକୁ ଉଠାଇ ଦିଆଗଲେ ଏହା ରାଜ୍ୟ ଭଲିବଲର ବିକାଶରେ ବଡ଼ ଧରଣର ପ୍ରଭାବ ପକାଇବ ବୋଲି ଖେଳାଳିମାନେ କହିଛନ୍ତି । ଗତ କିଛିବର୍ଷ ହେବ ରାଜ୍ୟ ଭଲିବଲ ବିକାଶର ପଥରେ ରହିଛି। ଏଣୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଉକ୍ତ ନିଷ୍ପତ୍ତିକୁ ଗ୍ରହଣ କରିବା ରାଜ୍ୟ ଭଲିବଲ ଖେଳାଳିଙ୍କ ପାଇଁ ସହଜ ହୋଇନି । ଏପରିକି ଏବେ କଟକ ସାଇ ହଷ୍ଟେଲରେ ରହୁଥିବା ୧୨ଜଣ ଅନ୍ତେବାସୀଙ୍କୁ ଝାଡ଼ଖଣ୍ଡ ସାଇ ହଷ୍ଟେଲକୁ ପଠାଇ ଦେବାକୁ କୁହାଯାଇଛି ।
ଗତ କିଛି ମାସ ପୂର୍ବେ ନୂଆଦିଲ୍ଲୀଠାରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସାଇ ହଷ୍ଟେଲ ଗୁଡ଼ିକୁ ନୂତନ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ନେଇ ନିଷ୍ପତ୍ତି ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ବୈଠକରେ କୁହାଯାଇଥିଲା ଯେ, ପ୍ରତ୍ୟେକ ରାଜ୍ୟର ସାଇ ହଷ୍ଟେଲରେ ୨ରୁ ୩ଟି କ୍ରୀଡ଼ାକୁ ରଖାଯିବ । କେଉଁ କ୍ରୀଡ଼ାକୁ ବାଦ ଦିଆଯିବ ସେ ନେଇ ମତାମତ ମଧ୍ୟ ନିଆଯାଇଥିଲା । କଟକ ସାଇ ହଷ୍ଟେଲରେ ମୋଟ ୪ଟି କ୍ରୀଡ଼ା ରହିଛି । ଏହା ହେଲା ଆଥଲେଟିକ, ବାସ୍କେଟବଲ, ଫୁଟବଲ ଓ ଭଲିଭଲ । ଭଲିବଲକୁ ବାଦ ଦେଇ ଉପରୋକ୍ତ ଅନ୍ୟ ତିନି କ୍ରୀଡ଼ା ସୁରକ୍ଷିତ ରହିଛି । ଗତ ୩ବର୍ଷ ତଳେ ଭଲିବଲ ସାଇ ହଷ୍ଟେଲ ସହ ଯୋଡ଼ି ହୋଇଥିଲା । କଟକ ସାଇ ହଷ୍ଟେଲରେ ୧୦୧ଜଣ ଅନ୍ତେବାସୀ ରହିବା ନିମନ୍ତେ ବ୍ୟବସ୍ଥା ହୋଇଛି । ଏହି ୧୦୧ଜଣ ପ୍ରାଧିକରରଣର ରେସିଡେନ୍ସିଆଲ ନିୟମ ଅନୁଯାୟୀ ଅବସ୍ଥାପିତ ହୋଇଛନ୍ତି । ଯେଉଁମାନେ ଏଠାରେ ରହିବା ସହ ଖେଳିବାର ସୁଯୋଗ ପାଇବେ । ପୂର୍ବରୁ କଟକ ସାଇ ହଷ୍ଟେଲରେ ନନ-ରେସିଡେନ୍ସିଆଲ ବ୍ୟବସ୍ଥା ମଧ୍ୟ ଥିଲା । ଯେଉଁ ନିୟମ ଅନୁଯାୟୀ, ଖେଳାଳିମାନେ ଘରେ ରହି ହଷ୍ଟେଲର ଦକ୍ଷ କୋଚ୍‌ଙ୍କ ପାଖରେ ପ୍ରଶିକ୍ଷଣ ନେଇ ପାରିବେ । କିଛି ବର୍ଷ ହେବ ଏଠାରୁ ନନ-ରେସିଡେନ୍ସିଆଲ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି । ଭଲିବଲକୁ ବାଦ ଦେବା ପାଇଁ ନିର୍ଦ୍ଦେଶ କରାଯିବା ପରେ ମଧ୍ୟ ୧୦୧ଜଣ ଖେଳାଳି ରହିବେ ବୋଲି ସ୍ପଷ୍ଟ କରାଯାଇଛି । ହେଲେ ନିୟମରେ ଏକ ପରିବର୍ତ୍ତନ ଆସିଛି । ବାଳିକା ଓ ବାଳକ ଖେଳାଳି ସମାନ ସଂଖ୍ୟାରେ ରଖିବାକୁ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛି । ହେଲେ ଭଲିବଲ ଖେଳକୁ ବାଦ ଦେବା ପଛରେ ଭଲିବଲ କୋଚ୍‌ ଓ ପ୍ରାଧିକରଣର ଅଧିକାରୀଙ୍କ ମଧ୍ୟରେ ବିବାଦ ହିଁ କାରଣ ବୋଲି ରାଜ୍ୟ ଭଲିବଲ ସଂଘର ଜଣେ ପୂର୍ବତନ କର୍ମକର୍ତ୍ତା କହିଛନ୍ତି । ରାଜ୍ୟ ଭଲିବଲ ସଂଘର ସମ୍ପାଦକ ଡ. ଗଗନେନ୍ଦୁ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଭଲିବଲକୁ ସାଇ ହଷ୍ଟେଲରୁ ଉଠାଇ ଦିଆଗଲେ ରାଜ୍ୟ ଭଲିଭଲ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ଉପରେ ପ୍ରଭାବ ପଡ଼ିବ । ଏହି ନିଷ୍ପତ୍ତିକୁ ଆମେ ବିରୋଧ କରୁ ବୋଲି ଗଗନେନ୍ଦୁ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri