ଏନ୍‌ଆର୍‌ଏଲ୍‌ ଜମି ଅଧିଗ୍ରହଣରେ ଭିନ୍ନତା

ପାରାଦୀପ,୬ା୭(ସ୍ବ.ପ୍ର.): ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି (ଏସ୍‌ଆଇପିସି) ଯୋଜନାରେ ପାରାଦୀପ ବନ୍ଦର ଜାଗାରେ ୪ଟି ନୂତନ ପ୍ରକଳ୍ପ ନିର୍ମାଣ ଚାଲିଛି। ସେଗୁଡିକ ହେଲା ଏନ୍‌ଆର୍‌ଏଲ (ନୁମାଲିଗଡ ରିଫାଇନାରି ଲିମିଟେଡ), ତ୍ରିବେଣୀ ଆର୍ଥମୁଭର୍ସ ପ୍ରାଇଭେଟ ଲିମିଟେଡ, ଏସାର ମିନମେଟ ଲିମିଟେଡ ଓ କଙ୍କର। ଏସବୁ ପ୍ରକଳ୍ପ ପାଇଁ ୧୧,୫୭୯.୫୧କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ ସରକାର ଇପିକଲ୍‌ (ଇଣ୍ଡଷ୍ଟ୍ରିଆଲ ପ୍ରମୋଶନ ଏଣ୍ଡ୍‌ ଇନଭେଷ୍ଟମେଣ୍ଟ କର୍ପୋରେଶନ ଅଫ ଓଡ଼ିଶା ଲିମିଟେଡ)ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେଥିରେ କିଛି ଭିନ୍ନତା ଥିବା ଦେଖିବାକୁ ମିଳିଛି। ଯଥା ଏନ୍‌ଆର୍‌ଏଲକୁ ଦିଆଯାଇଥିବା ଜମିର ପରିମାଣକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପାରାଦୀପ ବନ୍ଦର ପ୍ରଶାସନ ନିକଟରୁ ଫେବୃୟାରୀ ୧୧ରେ ଏନ୍‌ଆରଏଲ୍‌ ଜମି ସମ୍ପର୍କରେ ମିଳିଥିବା ଚିଠି ନଂ. ୪୦୮ ଅନୁସାରେ, ଉକ୍ତ କମ୍ପାନୀକୁ ୨୩୪.୧୪ ଏକର ଜମି ୩୦ ବର୍ଷ ପାଇଁ ଲିଜ୍‌ରେ ଦିଆଯାଇଛି। ଏଥିପାଇଁ କମ୍ପାନୀ ପାରାଦୀପ ବନ୍ଦରକୁ ୭୦ କୋଟି ୫୯ ଲକ୍ଷ ୨୭ ହଜାର ୬୬୫ ଟଙ୍କା ଦେଇଛି। ଉକ୍ତ ଜମିକୁ ୧୯୬୨ରେ ରାଜ୍ୟ ସରକାର ପାରାଦୀପ ବନ୍ଦରକୁ ଦେଇଥିଲେ। ଏହି ଜମି ଷଣ୍ଢକୁଦ ମୌଜାର ପ୍ଲଟ ନଂ.୩୭ ଓ ୪୫, ଖାତା ନଂ.୨୭ ବୋଲି ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ଇପିକଲ ପକ୍ଷରୁ ମାର୍ଚ୍ଚ ୩୧ରେ ମିଳିଥିବା ସୂଚନା (ଚିଠି ନଂ. ୬୩୭) ଅନୁସାରେ ଏନ୍‌ଆର୍‌ଏଲ୍‌କୁ ୨୦୨ ଏକର ଜମି ଯୋଗାଇ ଦିଆଯାଇଛି। ଉକ୍ତ ପ୍ରକଳ୍ପକୁ ଏଚ୍‌ଏଲସିଏ (ହାଇ ଲେବୁଲ କ୍ଲିୟରାନ୍ସ ଅଥରିଟି) ୨୦୨୧ ଜାନୁୟାରୀ ୬ରେ ମଞ୍ଜୁରୀ ଦେଇଥିଲେ। ଏହି ରିଫାଇନାରିରେ ୬ ଲକ୍ଷ କିଲୋଲିଟର ଅଶୋଧିତ ତୈଳ ଗଚ୍ଛିତ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଏହି ଅଶୋଧିତ ତୈଳ ମାଟିତଳେ ପାଇପ୍‌ଲାଇନ୍‌ ଯୋଗେ ଆସାମର ଗୌହାଟୀଠାରେ ଥିବା ନୁମାଲିଗଡ ରିଫାଇନାରିରେ ବିଶୋଧନ ହେବ। ଏହି ପ୍ରକଳ୍ପର ମୂଲ୍ୟ ୧୪୨୦ କୋଟି ଟଙ୍କା। ଏହାଦ୍ୱାରା ୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଷ୍ଟେଟ ଲେବୁଲ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ଏଥିଲାଗି ୩୩ ପ୍ରକାର କ୍ଲିୟରାନ୍ସ ମିଳିଛି: ଯେଉଁଥିରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କାରଖାନା ଓ ବାଷ୍ପିତ ବିଭାଗ, ଇଡ୍‌କୋ, ଓପିଟିସିଏଲ, ବିଦ୍ୟୁତ୍‌ ଓ ପାଣି ଆଦି ଅନ୍ତର୍ଭୁକ୍ତ। ସମାନ ପ୍ରକଳ୍ପକୁ ଦିଆଯାଇଥିବା ଜମିର ପରିମାଣକୁ କେନ୍ଦ୍ର ସରକାରଙ୍କ ଅଧୀନ ପାରାଦୀପ ବନ୍ଦର ୨୩୪ ଏକର ଦର୍ଶାଇଥିବାବେଳେ ରାଜ୍ୟ ସରକାରଙ୍କ ଇପିକଲ ୨୦୨ ଏକର ଦର୍ଶାଇଛନ୍ତି। ଏ ସମ୍ପର୍କରେ ଏନ୍‌ଆର୍‌ଏଲର ପାରାଦୀପ ଶାଖା ପରିଚାଳକ ବିକାଶ ଦାସଙ୍କୁ ପଚାରିବାରେ କୁହନ୍ତି, ଆମକୁ ୨୩୪.୧୪ ଏକର ଜମି ମିଳିଛି। ଅନ୍ୟ ସମସ୍ତ କ୍ଲିୟରାନ୍ସ ସମ୍ପର୍କରେ ମୋ ପାଖରେ ତଥ୍ୟ ନାହିଁ।
ଏହିପରି ଭିନ୍ନତା ଅନ୍ୟ ୩ ପ୍ରକଳ୍ପ ତ୍ରିବେଣୀ, ଏସାର, କଙ୍କର କ୍ଷେତ୍ରରେ ରହିଥିବା କୁହାଯାଇଛି। ପୂର୍ବରୁ ଯେକୌଣସି ଶିଳ୍ପ ପ୍ରତିଷ୍ଠା ବେଳେ ସରକାରୀ ଭାବେ ଇଆଇଏ (ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ) କରାଯାଇଥାଏ। ଏହାବ୍ୟତୀତ ପଲ୍ଲୀସଭା, ଗ୍ରାମସଭା, ଜନଶୁଣାଣି, ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ କ୍ଲିୟରାନ୍ସ, ପାଣି, ବିଦ୍ୟୁତ, ନିଯୁକ୍ତି, ପୁନର୍ବାସ ଥଇଥାନ ନିୟମ ଆଦି ଅଲଗା କରାଯାଉଥିଲା। ଏବେ ସରକାର ଶିଳ୍ପପତିଙ୍କ ସହଜ ପାଇଁ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ଶିଳ୍ପ ପ୍ରଭାବିତ ଲୋକଙ୍କୁ କେତେ ସୁଫଳ ମିଳିବ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୬।୫: ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri