Posted inଜାତୀୟ

ଜୈବିକ ସାର ଉତ୍ପାଦନରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ,୨୬।୪ ଭାରତ ୨୦୧୭-୧୮ ବର୍ଷରେ ୩୩୮.୭୨ ନିୟୁତ ଟନ୍‌ ଜୈବିକ ସାର ଉତ୍ପାଦନ କରିଥିବାବେଳେ ୨୦୨୦-୨୧ରେ ମାତ୍ର ୩.୮୮ ନିୟୁତ ଟନ୍‌ ଉତ୍ପାଦନ କରିଛି। ଜୈବିକ ତଥା ପ୍ରାକୃତିକ କୃଷିକୁ ପ୍ରାଧାନ୍ୟ ଦେଇ ଆଗେଇବାକୁ ହେଲେ ଦେଶବ୍ୟାପୀ ଏକ ଲକ୍ଷ୍ୟଭିତ୍ତିକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବା ଜରୁରୀ ବୋଲି ସିଏସ୍‌ଇ (ବିଜ୍ଞାନ ଓ ପରିବେଶ କେନ୍ଦ୍ର) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
ଜୈବ ଖତ ଓ ଜୈବିକ ସାର ଉତ୍ପାଦନ ଓ ବ୍ୟବହାର ବଢ଼ାଇବା ପାଇଁ କେନ୍ଦ୍ର ସରକାର ଏକାଧିକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ପରମ୍ପରାଗତ କୃଷି ବିକାଶ ଯୋଜନା, ଉତ୍ତରପୂର୍ବାଞ୍ଚଳ ପାଇଁ ମିଶନ ଅର୍ଗାନିକ୍‌ ଭାଲ୍ୟୁ ଚେନ୍‌ ଡେଭେଲପମେଣ୍ଟ, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଏବଂ ଜାତୀୟ ତୈଳବୀଜ ଓ ପାମ୍‌ ଅଏଲ୍‌ ମିଶନ ସେଥିରୁ ଅନ୍ୟତମ। ତେବେ ଏଥିରେ ବ୍ୟୟ ହେଉଥିବା ମୋଟ ପାଣ୍ଠି ପରିମାଣ ରାସାୟନିକ ସାର ଉପରେ ଦିଆଯାଉଥିବା ବାର୍ଷିକ ସବ୍‌ସିଡି ତୁଳନାରେ ଯଥେଷ୍ଟ କମ୍‌। କାରଣ ଦେଶରେ ମୋଟ ୧୪୦.୧ ନିୟୁତ ହେକ୍ଟର ଜମିରେ ଚାଷ ହେଉଥିବାବେଳେ ସେଥିରୁ ଉପରୋକ୍ତ ଯୋଜନାରେ ଜୈବିକ କୃଷି ହେଉଥିବା ଜମି ପରିମାଣ ପ୍ରାୟ ୨.୭ ପ୍ରତିଶତ ବୋଲି ସିଏସ୍‌ଇ ରିପୋର୍ଟରେ କୁହାଯାଇଛି। ୨୦୧୮ରୁ ୨୦୨୧ ମଧ୍ୟରେ ପରମ୍ପରାଗତ କୃଷି ବିକାଶ ଯୋଜନା ପାଇଁ ୯୯୪ କୋଟି ଟଙ୍କା ମଞ୍ଜୁରୀ ହୋଇଥିବାବେଳେ ମିଶନ ଅର୍ଗାନିକ ଭାଲ୍ୟୁ ଚେନ୍‌ ଡେଭେଲପମେଣ୍ଟ ଯୋଜନାରେ ୪୧୬ କୋଟି, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅଧୀନରେ ଜୈବସାର ପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି। ଅନ୍ୟ ପକ୍ଷରେ ରାସାୟନିକ ସାର ଉପରେ ସବସିଡି ପ୍ରତିବର୍ଷ ବଢ଼ିଚାଲିଛି। ୨୦୨୦-୨୧ରେ ଏହି ସବ୍‌ସିଡି ପରିମାଣ ୧,୩୧,୨୩୦ କୋଟି ଟଙ୍କା ରହିଥିଲା।
୩ ବର୍ଷ ମଧ୍ୟରେ ଜୈବିକ ସାର ଉତ୍ପାଦନ ଏତେମାତ୍ରାରେ ହ୍ରାସ ପାଇବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ତେବେ ୨୦୨୦-୨୧ରେ ମୋଟ ତରଳ ଜୈବସାର ଉତ୍ପାଦନ ୨୬,୪୪୨ କିଲୋଲିଟର ରହିଛି, ଯାହା ୨୦୧୪-୧୫ ତୁଳନାରେ ୫୫୨ ପ୍ରତିଶତ ଅଧିକ। ୨୦୨୦୨୧ରେ କ୍ୟାରିୟର ଭିତ୍ତିକ କଠିନ ଜୈବସାର ଉତ୍ପାଦନ ୧,୩୪,୩୨୩ ଟନ୍‌ ରହିଛି ଯାହା ୨୦୦୮-୦୯ ତୁଳନାରେ ୪୩୫ ପ୍ରତିଶତ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri