ଲୁକ୍କାୟିତ ସ୍ତରରୁ ବିକାଶ ପଥରେ

ସମବେଦନା ନୁହେଁ, ସମାନତାର ଲଢ଼େଇ। ସମାଜରେ ଭିନ୍ନ ଏକ ଶବ୍ଦରୁ ବାହାରକୁ ଆସିବାର ଚେଷ୍ଟା। ନିଜ ପାଇଁ ଅଧିକାର ସୃଷ୍ଟି କରିବାର ପ୍ରୟାସ। ସହିବାକୁ ପଡ଼ିଛି, ଆଜିବି ସହୁଛନ୍ତି କେତେ କଷ୍ଟ ଓ ଯନ୍ତ୍ରଣା। ସଂଘର୍ଷ ଭିତରେ ନିଜ ପାଇଁ ତିଆରି କରିସାରିଛନ୍ତି ସ୍ବତନ୍ତ୍ର ସ୍ଥାନ। ସକ୍ଷମ ରୂପକ ସଫଳତାର ଶିଡ଼ିରେ ଚଢ଼ି ପାଲଟିଯାଇଛନ୍ତି ଅନନ୍ୟା। ଉଦାହରଣ ସାଜିଛନ୍ତି, ପ୍ରେରଣା ଯୋଗାଉଛନ୍ତି ଅନେକଙ୍କୁ। ଆଉ ସାହସର ସହ କହୁଛନ୍ତି, ହଁ ମୁଁ କିନ୍ନର। ୨୦୧୪ ଏପ୍ରିଲ ୧୫ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ତୃତୀୟ ଲିଙ୍ଗ ବା କିନ୍ନରଙ୍କୁ ସ୍ବତନ୍ତ୍ର ପରିଚୟ ମିଳିଛି। ୨୦୧୧ ଜନଗଣନା ଅନୁଯାୟୀ ସେମାନଙ୍କ ସଂଖ୍ୟା ୨୦,୩୩୨ ହୋଇଥିବାବେଳେ ବର୍ତ୍ତମାନ ଏହା ୭୦ ହଜାରରୁ ଊର୍ଦ୍ଧ୍ୱ ହୋଇଥିବା ଅନୁମାନ କରାଯାଉଛି। ସବୁ ବର୍ଗଙ୍କ ପରି ସେମାନଙ୍କ ପାଇଁ ମଧ୍ୟ ସରକାର ବହୁ କଲ୍ୟାଣକାରୀ ଯୋଜନା ଓ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ବିଶେଷକରି ଓଡ଼ିଶାରେ କିନ୍ନର ସମ୍ପ୍ରଦାୟ ଏକ ଲୁକ୍କାୟିତ ସ୍ତରରୁ ବିକାଶ ଆଡକୁ ଅଗ୍ରସର ହେଉଥିବା ଦେଖିବାକୁ ମିଳୁଛି। ରାଜନୀତି, ସାମାଜିକ ସେବା, ସୁନ୍ଦରୀ ପ୍ରତିଯୋଗିତା ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କେତେଜଣ କିନ୍ନରଙ୍କ ମତାମତକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।

କିନ୍ନରଙ୍କୁ ସୁଯୋଗ ଦେଲେ ନୂଆ ପରିବର୍ତ୍ତନ ଆସିବ
କିନ୍ନରମାନେ ସମାଜ ଓ ଜୀବନର ପ୍ରତ୍ୟେକ ସୋପାନରୁ କଷଟି ହୋଇ ଆସିଛନ୍ତି। ସେମାନେ ସକ୍ରିୟ ରାଜନୀତିକୁ ଆସିଲେ ସମାଜରେ ନୂଆ ପରିବର୍ତ୍ତନ ଆଣିପାରିବେ। ସୁଯୋଗ ମିଳିଲେ ଆମେମାନେ ଜଣେ ଜଣେ ସଫଳ ରାଜନୀତିଜ୍ଞ ହୋଇପାରିବୁ ବୋଲି ରାଜ୍ୟ ସରକାରଙ୍କ ‘ମୋ ପରିବାର’ ଦାୟିତ୍ୱରେ ଥିବା ବିଜେଡି ରାଜ୍ୟ ସମ୍ପାଦିକା ତଥା କୋରାପୁଟ ବିଜେଡି ପର୍ଯ୍ୟବେକ୍ଷିକା ମୀରା ପରିଡ଼ା କହିଛନ୍ତି। ସେ କହିଛନ୍ତି, ମହାଭାରତ ସମୟରୁ ଏଯାଏ ନୀତି ଓ ରାଜନୀତି କ୍ଷେତ୍ରରେ କିନ୍ନରମାନେ ପ୍ରମୁଖ ଭୂମିକା ତୁଲାଇଆସିଛନ୍ତି। ବର୍ତ୍ତମାନ ଏ କ୍ଷେତ୍ରରେ ଆହୁରି ସୁଯୋଗ ଦିଆଯିବା ଆବଶ୍ୟକ।

ରୋଗୀଙ୍କ ସେବା କରି ଗର୍ବ ଅନୁଭବ କରୁଛି
କୋଭିଡ୍‌ ଆରମ୍ଭରେ ରୋଗୀଙ୍କ ସେବାରେ, ଆଉ ଏବେ ଟିକାକରଣରେ ନିଜକୁ ସାମିଲ କରିଛନ୍ତି ପ୍ରିନ୍‌ସେସ୍‌ କିନ୍ନର। ସେ କୁହନ୍ତି, ରୋଗୀଙ୍କ ସେବା କରି ନିଜକୁ ଗର୍ବ ଅନୁଭବ କରୁଛି। କରୋନା ସମୟରେ ନିଜ କ୍ଷେତ୍ରରେ ଅନେକ ସମସ୍ୟା ଉପୁଜିଥିଲେ ମଧ୍ୟ ରୋଗୀଙ୍କ ପାଇଁ ସେବା କରିବାକୁ ଆଗେଇ ଆସିଥିଲି। ମହାମାରୀ ଏହି ସୁଯୋଗ ଦେଇଥିଲା। ରାଉରକେଲାର ବିପିୟୁଟି କୋଭିଡ୍‌ କେୟାର ସେଣ୍ଟରରେ ପ୍ରଥମ କିନ୍ନର କୋଭିଡ୍‌ ଯୋଦ୍ଧା ଭାବେ କାର୍ଯ୍ୟ କରିଥିଲି। ସରକାରଙ୍କ ପକ୍ଷରୁ ମୋତେ ସେମିତି କିଛି ସୁଯୋଗ ଦିଆଯାଇ ନ ଥିବା ସେ କହିଛନ୍ତି।

ମିସ୍‌ ଟ୍ରାନ୍ସ କୁଇନ୍‌ ହେବାକୁ ସ୍ବପ୍ନ
ଜଣେ ମଡେଲ ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆୟେଶା ବେହେରା। ସେ କୁହନ୍ତି, ନିଜର ସୁନ୍ଦରତାକୁ ବାହାରକୁ ଆଣିବାକୁ ହେଲେ କୌଣସି ବର୍ଗର ଆବଶ୍ୟକତା ନ ଥାଏ। କିନ୍ତୁ ଓଡ଼ିଶାରେ ମଡେଲିଂ ପାଇଁ ବିଶେଷ ବ୍ୟବସ୍ଥା ନାହିଁ। ଏହା ସତ୍ତ୍ୱେ ବି ମୁଁ ଓଡ଼ିଶାରେ ହିଁ ରହି ପ୍ରସ୍ତୁତ ହେବା ସହ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଉଦ୍ୟମ କରିବି। ମିସ୍‌ ଇଣ୍ଡିଆ ନୟନତାରା-୨୦୨୦ ପ୍ରତିଯୋଗିତାରେ ୬ନମ୍ବର ସ୍ଥାନରେ ରହିଥିବା ଆୟେଶା ମିସ୍‌ ଟ୍ରାନ୍ସ କୁଇନ୍‌ ଇଣ୍ଡିଆ ମୁକୁଟ ପିନ୍ଧିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

ସଚେତନ ହୋଇ ନିଜ ଅଧିକାର ହାସଲ କରନ୍ତୁ
ସାମାଜିକ କ୍ଷେତ୍ରରେ ନିଜକୁ ସାମିଲ କରି ନୂଆ ପରିଚୟ ପାଇଛନ୍ତି ସାଧନା ମିଶ୍ର। ସୋସିଆଲ ଡେଭେଲପ୍‌ମେଣ୍ଟ କାର୍ଯ୍ୟକର୍ତ୍ତା ଭାବେ କିସ୍‌ରେ କାର୍ଯ୍ୟ କରୁଥିବା ସାଧନା କୁହନ୍ତି, ସରକାରଙ୍କ ପକ୍ଷରୁ ରାଶନ କାର୍ଡ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ବିଭିନ୍ନ ସୁବିଧାସୁଯୋଗ ଦିଆଯାଉଥିଲେ ମଧ୍ୟ ସମସ୍ୟା ଦୂର ହୋଇନି। ତେଣୁ ପ୍ରତ୍ୟେକ ସମସ୍ୟାକୁ ଆହ୍ବାନ ଭାବେ ଗ୍ରହଣ କରି ସମାଜରେ ଛିଡ଼ା ହେବା ଉଚିତ୍‌। ସଚେତନ ହୋଇ ନିଜ ଅଧିକାର ହାସଲ କରିବା ଆବଶ୍ୟକ।

କାଗଜ କଲମରେ ସୀମିତ ନ ରହୁ ଯୋଜନା
ଶିକ୍ଷା ହେଉ କି ରୋଜଗାର, ସବୁ କ୍ଷେତ୍ରରେ ମିଳୁଥିବା ସୁବିଧାସୁଯୋଗ କେବଳ କାଗଜ କଲମରେ ସୀମିତ ରହିଯାଉଛି। ଖୁବ୍‌ କମ୍‌ଜଣ କିନ୍ନର ନିଜ ଚେଷ୍ଟାରେ ଆଗକୁ ଆସି ପାରିଛନ୍ତି। ସ୍ବାବଲମ୍ବୀ ହେବା ପାଇଁ ଉପଯୁକ୍ତ ତାଲିମର ଅଭାବ ରହିଛି ବୋଲି ହାଉସିଂ ଆଣ୍ଡ୍‌ ରୁରାଲ ଡେଭେଲପ୍‌ମେଣ୍ଟ ବିଭାଗର ଜାତୀୟ ସହରାଞ୍ଚଳ ଜୀବନ ଜୀବିକା ମିଶନରେ କଟକ ସିଟି ମିଶନ ମ୍ୟାନେଜର ଭାବେ କାମ କରୁଥିବା ସୋନି ସିଲ କହିଛନ୍ତି। ସେ ନିଜ ଚେଷ୍ଟାରେ କେତେଜଣ ଅଳ୍ପଶିକ୍ଷିତ କିନ୍ନରଙ୍କୁ ରୋଜଗାର କ୍ଷମ କରାଇବାରେ ସଫଳ ହୋଇଛନ୍ତି। ସେ କୁହନ୍ତି, ସ୍ବାବଲମ୍ବୀ ହେଉ ଅବା ଚାକିରି ପାଇଁ କିନ୍ନରଙ୍କୁ ଶିକ୍ଷା ସହ ଉପଯୁକ୍ତ ପ୍ରଶିକ୍ଷଣ ଆବଶ୍ୟକ ରହିଛି।

ବିକାଶ ନଁାରେ ଆମେ ଅବହେଳିତ
ଯେଉଁ କେତେଜଣ କିନ୍ନର ବିବାହ କରି ସଂସାର ଗଢ଼ିଛନ୍ତି ସେମାନଙ୍କ ମଧ୍ୟରେ ମେଘନା ସାହୁ ଅନ୍ୟତମ। ସ୍ବାମୀ ଓ ଏକ ପୁଅ ସହ ସେ ବେଶ୍‌ ଖୁସିରେ ଅଛନ୍ତି। ଚେଷ୍ଟା କରି ନିଜକୁ ଅନେକ କ୍ଷେତ୍ରରେ ସଫଳ ବୋଲି ପ୍ରମାଣ କଲେ ବି ସମାଜରେ ଆଜି କିନ୍ନର ସମ୍ପ୍ରଦାୟ ଅବହେଳିତ, ନିଷ୍ପେଷିତ। ଖୁବ୍‌ କମ୍‌ ଲୋକ ସେମାନଙ୍କୁ ଗ୍ରହଣ କରନ୍ତି। ସମାଜରେ ମଣିଷ ଭଳି ବଞ୍ଚତ୍ବାର ସ୍ବୀକୃତି ଆଶାରେ ଆଜି ବି ଅନେକେ ଅପେକ୍ଷାରତ ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri