Posted inଫୁରସତ

ରୋଗମୁକ୍ତି ପାଇଁ ଶାମ୍ବଦଶମୀ ଭୋଗ

ଓଡ଼ିଶାର ଗଣଉତ୍ସବ ‘ଶାମ୍ବଦଶମୀ’ କିପରି ଶ୍ରୀମହାଭାସ୍କରଙ୍କ ନିକଟରେ ପାଳିତ ହେଉଥିଲା, ତାହାର ଏକ ଚିତ୍ର ଆମେ ଆଲୋଚନା କରିଥିଲୁ। ସୂର୍ଯ୍ୟଙ୍କ ମୂଳ ସ୍ଥାନ ମୂଲତାନ ବୋଲି ଯେଉଁ ଭାବନା କେତେକ ଆଲୋଚକଙ୍କ ମୁଣ୍ଡରେ ବସା ବାନ୍ଧିଥିଲା ଆଉ ସେମାନେ ସେ ଭାବନାକୁ ଲେଖିବା ପରେ କିପରି ବିଭ୍ରାନ୍ତି ସୃଷ୍ଟି ହୋଇଥିଲା, ତା’ର ନିରାକରଣ ଥିଲା ଆମର ମୂଳ ଲକ୍ଷ୍ୟ। ସେମାନଙ୍କୁ ଏଇ ପ୍ରସଙ୍ଗରେ ଆଉ ଗୋଟିଏ ଉଦାହରଣ ଦିଆଯାଇପାରେ। କେବଳ ଅର୍କକ୍ଷେତ୍ରରେ ଏହା ପାଳିତ ହେଉଥିଲା ତାହା ନୁହେଁ, ଦକ୍ଷିଣ ଓଡ଼ିଶାରେ ବି ଏହି ପରମ୍ପରା ଥିଲା, ଆଜି ବି ଅଛି।
ଗଞ୍ଜାମ ଜିଲାର ବୁଗୁଡ଼ାଠାରେ ଓଡ଼ିଆ ଶିଳ୍ପୀ ଗଢ଼ିଥିଲା କାଠର କୋଣାର୍କ। ଓଡ଼ିଶାର ଶିଳ୍ପୀ ୭୮୦ ବର୍ଷ ତଳେ ପଥରରେ ନିର୍ମାଣ କରିଥିଲା ବିଶ୍ୱବିସ୍ମୟ ଶ୍ରୀପଦ୍ମକେଶର ମନ୍ଦିର। ନିହଣ/ମୁଗୁର ବ୍ୟବହାର କରି ୨୫୦ ବର୍ଷ ତଳେ ପୁଣି ଏକ ବିସ୍ମୟ ସୃଷ୍ଟି କରିଥିଲା ଗଞ୍ଜାମର ବୁଗୁଡ଼ାଠାରେ। କାଠରେ ନିର୍ମିତ ଏହି ବିସ୍ମୟ ଶ୍ରୀବିରଞ୍ଚିନାରାୟଣଙ୍କ ପାଇଁ ସୃଷ୍ଟି ହୋଇଥିଲା। ବୁଗୁଡ଼ାର ସେଇ କାଠର ମନ୍ଦିରକୁ ପ୍ରତ୍ୟେକ ଓଡ଼ିଆ ଜୀବନରେ ଥରେ ଦେଖିବା କଥା। ଅଠଚାଳିଶଟି ପଥର ଖମ୍ବ ଏହି କାଠର ମନ୍ଦିରକୁ ଧରି ରଖିଛି। ଏକ ଚକବିଶିଷ୍ଟ ମନ୍ଦିରର ଅଗ୍ରଭାଗରେ ସାତୋଟି ଅଶ୍ୱ ଟାଣୁଥିବାର ଦୃଶ୍ୟ ବିରଳ। ସତେ ଯେମିତି ସୂର୍ଯ୍ୟ ଦେବତା କାଠ ରଥରେ ଗତି କରୁଛନ୍ତି। କୋଣାଦିତ୍ୟରେ ପଥର ରଥରେ ପୂର୍ବ ଅଭିମୁଖ ହୋଇ ଶ୍ରୀସୂର୍ଯ୍ୟଦେବତା ବିଜେ କରିଥିଲେ। ବୁଗୁଡ଼ାଠାରେ ଶ୍ରୀବିରଞ୍ଚିନାରାୟଣ ପଶ୍ଚିମ ଅଭିମୁଖ ହୋଇ ବିଜେ କରିଛନ୍ତି। ସୂର୍ଯ୍ୟଙ୍କର ଉଦୟକାଳୀନ କିରଣ ଯେପରି କୋଣାର୍କରେ ଶ୍ରୀବିଗ୍ରହଙ୍କୁ ପ୍ରଥମେ ସ୍ପର୍ଶ କରୁଥିଲା, ବୁଗୁଡ଼ାଠାରେ ସେହିପରି ଆଜି ବି ସୂର୍ଯ୍ୟାସ୍ତ ସମୟର ଅସ୍ତଗାମୀ ସୂର୍ଯ୍ୟଦେବଙ୍କ ରକ୍ତିମ ଆଭା ଶ୍ରୀବିରଞ୍ଚିନାରାୟଣଙ୍କୁ ସ୍ପର୍ଶ କରୁଛି। ଏପରି ଅଭିନବ ଶୈଳୀରେ ଓଡ଼ିଆ ଶିଳ୍ପୀ ବୁଗୁଡ଼ାରେ ମନ୍ଦିର ନିର୍ମାଣ କରିଛନ୍ତି ଯେ ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଅବସ୍ଥାନ କାଳରେ ସୂର୍ଯ୍ୟଙ୍କ ଆଭା ଶ୍ରୀବିରଞ୍ଚିନାରାୟଣଙ୍କୁ ସ୍ପର୍ଶ କରୁଅଛି।
ଅର୍କକ୍ଷେତ୍ରଠାରେ କୁଷ୍ଠରୋଗ ଉପଶମର ବିଶ୍ୱାସ ରହିଥିବା ବେଳେ ବୁଗୁଡ଼ା କ୍ଷେତ୍ରରେ ଚର୍ମରୋଗ ନିରାକରଣର ବିଶ୍ୱାସ ଆଜି ବି ରହିଛି। ଓଡ଼ିଆ ଐତିହ୍ୟ ପରିଷଦର ସଭାପତି ବିଭୁପ୍ରସାଦ ତ୍ରିପାଠୀ, ସମ୍ପାଦକ ଦେବୀପ୍ରସନ୍ନ ନନ୍ଦଙ୍କ ସମେତ କେତେଜଣ ଗବେଷକ ଓ ଆମେ ଅନୁସନ୍ଧାନ ପାଇଁ ବୁଗୁଡ଼ାଠାରେ ପହଞ୍ଚିବା ପରେ ବହୁ ନୂତନ ଐତିହ୍ୟ ଆମକୁ ବିସ୍ମିତ କରିଥିଲା।
ମାଘ ସପ୍ତମୀରେ ରଥଯାତ୍ରା ପରମ୍ପରା ଆଜି ବି ପ୍ରଚଳିତ ଅଛି। ଶାମ୍ବଦଶମୀରେ ଜଗତ କଲ୍ୟାଣ ପାଇଁ କୋଣାଦିତ୍ୟ ପରି ଏଠାରେ ଉପାସନା ହୋଇ ଯଜ୍ଞ ଅନୁଷ୍ଠିତ ହେଉଅଛି। ମନ୍ଦିରର ମୁଖଶାଳା, ଭଣ୍ଡାର ଘର ଓ ମଣୋହି ଘର କାଠର କାରୁକାର୍ଯ୍ୟରେ ସମ୍ପନ୍ନ ହୋଇଛି। ଦୁଇଶହ ପଚାଶ ବର୍ଷ ତଳେ ଶ୍ରୀକ୍ଷେତ୍ରର ମାନଚିତ୍ର ଅବିକଳ ଭାବରେ, ପଟ୍ଟଚିତ୍ର ଶୈଳୀରେ କାନ୍ଥରେ ସ୍ଥାନ ପାଇଛି।
ଆମେ ସମ୍ଭାବନା କରିଥିଲୁ ଶାମ୍ବଙ୍କର ତପସ୍ୟାର ସିଦ୍ଧିଲାଭର ସ୍ମାରକୀ ଦିବସ ବୋଧହୁଏ ଶାମ୍ବଦଶମୀ। ଏହି ଦିନ ମନେହୁଏ ସେ ରୋଗମୁକ୍ତ ହୋଇଥିଲେ। କାରଣ ଶାମ୍ବଦଶମୀ ପର୍ବରେ ଯେଉଁ ପିଠାପଣା ଏପରି କି ତରକାରି ହୁଏ ତାହା ମାନସିକ ଅନୁଯାୟୀ ହୁଏ। ସାରା ଓଡ଼ିଶାରେ ଏହି ମନୋବିଜ୍ଞାନ ରହିଛି। କାହା ପାଇଁ ଆରିସା, କାହା ଲାଗି କାକରା, କାହା ପାଇଁ ମଣ୍ଡା ଓ କାହା ଲାଗି ଘଡ଼ଘଡ଼ିଆ ତରକାରି ଏପରି ୩୦ରୁ ୩୫ ପ୍ରକାର ଭୋଗଦ୍ରବ୍ୟ ବଢ଼ାଯାଏ। ଏଇ ମାନସିକ ହୋଇଥାଏ ପିଲାର ରୋଗମୁକ୍ତି ପାଇଁ। ରହିଯାଏ ଜୀବନସାରା। ବୁଢ଼ାବୁଢ଼ୀ ହେବାପରେ ବି ପିଲାଦିନର ମାନସିକ କରିଥିବା ଭୋଗ ଅବ୍ୟାହତ ଥାଏ, ତେଣୁ ରୋଗ ନିରାକରଣ ମୂଳ ଲକ୍ଷ୍ୟ ଥିବାରୁ ମନେହୁଏ ଶାମ୍ବ ସେହିଦିନ ରୋଗମୁକ୍ତ ହୋଇଥିଲେ।
ଅଗନା ଅଗନି ବନସ୍ତର ଆଈ ମା’ ଗପ ପରି ଲାଗିପାରେ। ମାତ୍ର ଏହି ଗଣପର୍ବର ଐତିହ୍ୟ ଆମେ ଚର୍ଚ୍ଚା କରିବା କଥା। ଏକ ସାଂସ୍କୃତିକ ସହବନ୍ଧନ ଧାରାରେ ଗୋଟାଏ ଐତିହ୍ୟକୁ ଉତ୍ସବରେ ବାନ୍ଧିରଖିବା ପୁଣି ଶହ ଶହ ବର୍ଷ ଧରି! ଏ ସହଜ କଥା ନୁହେଁ। ଆମେ କେତେ ଏ ବନସ୍ତରେ ପଶିଛେ ବିଚାର କରିବା କଥା! ପିଁ କିରି ଉଡ଼ିଆସି ଦିଅଣ୍ଡା ମିଥୁନ ମୂର୍ତ୍ତି ଫଟୋ ଉଠେଇ ସିଁ କିରି ଉଡ଼ିଯାଇ ବହିଲେଖି ଛାପି ହଟଚମଟ ଚାହୁଁଥିବା ବାହାରିଆ ପଣ୍ଡିତେ ଏ ବନସ୍ତ ଭେଦ କରିବେ କିଅଁା?

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri