Posted inଜାତୀୟ

କାମକୁ ନୁହେଁ ବୈଠକ

ନୂଆଦିଲ୍ଲୀ, ୨୩।୧: ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଚାଷୀଙ୍କ ଆୟ ବୃଦ୍ଧିର ପ୍ରତିଶ୍ରୁତି ଦେଇ ୩ କୃଷି ଆଇନ ଆଣିଥିଲେ। ଏହାକୁ ବିରୋଧ କରି କୃଷକମାନେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି। ଅକ୍ଟୋବର ୧୪ରେ ଏନେଇ କେନ୍ଦ୍ର ସରକାର ଓ ୪୦ରୁ ଊର୍ଦ୍ଧ୍ୱ କୃଷକ ସଙ୍ଗଠନର ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ ହୋଇଥିଲା। ଇତିମଧ୍ୟରେ ଗୋଟିଏ ପରେ ଗୋଟିଏ ୧୧ ଥର ବୈଠକ ବସିଲାଣି। ହେଲେ ଅଚଳାବସ୍ଥା ଦୂର ହୋଇନାହିଁ। ସରକାର ଆଇନରେ ସଂଶୋଧନ ପାଇଁ ରାଜି ହୋଇଥିବାବେଳେ କୃଷକମାନେ ସମ୍ପୂର୍ଣ୍ଣ ଆଇନ ପ୍ରତ୍ୟାହାର ଦାବିରେ ଅଡ଼ିବସିଛନ୍ତି। ଫଳରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କେବଳ ଔପଚାରିକତାରେ ସୀମିତ ରହିଛି। ଏହାକୁ ଦେଖି ଅନେକେ କହିଲେଣି ‘ଏଭଳି ବୈଠକ କୌଣସି କାମକୁ ନୁହେଁ’।
ବିବାଦୀୟ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଦୁଇମାସରେ ପହଞ୍ଚତ୍ଥିବାବେଳେ ଅଚଳାବସ୍ଥା ଦୂର ହେବାର ନାଁ ନେଉନାହିଁ। କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ଏକାଦଶ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। ୩ କୃଷି ଆଇନ ସ୍ଥଗିତ ରଖିବା ପ୍ରସ୍ତାବର ପୁନର୍ବିଚାର ଲାଗି ସରକାର କୃଷକ ନେତାମାନଙ୍କୁ ଅନୁରୋଧ କରିଥିଲେ। ତେବେ ଚାଷୀ ସଂଗଠନଗୁଡ଼ିକ ବିବାଦୀୟ ଆଇନ ପ୍ରତ୍ୟାହାର ଏବଂ ଏମ୍‌ଏସ୍‌ପି ଉପରେ ଆଇନଗତ ଗ୍ୟାରେଣ୍ଟି ଦାବିରେ ଅଟଳ ରହିବାରୁ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ଏପରିକି ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ତାରିଖ ମଧ୍ୟ ସ୍ଥିର ହୋଇପାରି ନାହିଁ। ଫଳରେ ୨୬ ତାରିଖରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ହେବା ସହ ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରାଯିବ ବୋଲି ଚାଷୀନେତାମାନେ କହିଛନ୍ତି।
ଅନ୍ୟପକ୍ଷରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଆନ୍ଦୋଳନର ପବିତ୍ରତା ନଷ୍ଟ ହୋଇଥିବାବେଳେ କେତେକ ଶକ୍ତି ସେମାନଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଉଦ୍ଦେଶ୍ୟ ପାଇଁ ଅନ୍ଦୋଳନ ଜାରି ରହିବା ଚାହୁଁଛନ୍ତି। ବଲ୍‌ ଏବେ ଚାଷୀଙ୍କ କୋର୍ଟରେ ବୋଲି ତୋମାର କହିଥିଲେ।
ଆଲୋଚନାବେଳେ କୃଷିମନ୍ତ୍ରୀ କହିଥିଲେ, ୧୮ ମାସ ପର୍ଯ୍ୟନ୍ତ ଆଇନକୁ ସ୍ଥଗିତ ରଖିବା ଲାଗି ସରକାର ପ୍ରସ୍ତୁତ ବୋଲି ପ୍ରସ୍ତାବ ଦିଆଯାଇଥିଲା। ଯଦି ଚାଷୀଙ୍କ ପାଖରେ ଆଉ କିଛି ଭଲ ପ୍ରସ୍ତାବ ଅଛି ତେବେ ସେମାନେ ତାହା ଉପସ୍ଥାପନ କରିପାରିବେ। ଆଇନରେ କୌଣସି ସମସ୍ୟା ନାହିଁ। ତଥାପି କୃଷକମାନଙ୍କୁ ସମ୍ମାନ ଜଣାଇ ସରକାର ତାହାକୁ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି। ବୁଧବାର ଦଶମ ପର୍ଯ୍ୟାୟ ଆଲୋଚନାରେ ସରକାର ଆଇନ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲାବେଳେ ଗୁରୁବାର କୃଷକ ସଂଗଠନଗୁଡ଼ିକର ବୈଠକରେ ଏହାକୁ ଅଗ୍ରାହ୍ୟ କରାଯାଇଥିଲା। ଶନିବାର ସୁଦ୍ଧା ଯଦି କୃଷକ ସଂଗଠନଗୁଡ଼ିକ ସରକାରଙ୍କ ପ୍ରସ୍ତାବ ଗ୍ରହଣ କରିବାକୁ ପ୍ରସ୍ତୁତ ହୁଅନ୍ତି, ତେବେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ତାରିଖ ସ୍ଥିର ହେବ ବୋଲି କେନ୍ଦ୍ର କହିଥିବା ଭାରତୀୟ କିଷାନ ସଂଘ ମୁଖପାତ୍ର ରାକେଶ ଟିକାୟତ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଦୀର୍ଘ ୫ ଘଣ୍ଟା ବୈଠକ ହୋଇଥିଲେ ହେଁ ଉଭୟ ପକ୍ଷ ୩୦ ମିନିଟ୍‌ରୁ କମ୍‌ ସମୟ ପାଇଁ ମୁହାଁମୁହିଁ ବସିଥିଲେ। ଆଇନ ସ୍ଥଗିତ ରଖିବା ଲାଗି ସରକାରଙ୍କ ପ୍ରସ୍ତାବକୁ ସେମାନେ ଅଗ୍ରାହ୍ୟ କରିବାକୁ ନିଷ୍ପତ୍ତି ନେଇଥିବା କୃଷକ ପ୍ରତିନିଧିମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri