ପ୍ଲାଜ୍‌ମା ଚିକିତ୍ସାକୁ ଗୁରୁତ୍ୱ

ଡା. ଉମେଶ ଚନ୍ଦ୍ର ପାତ୍ର

ରାଜ୍ୟରେ ଏ ପର୍ଯ୍ୟନ୍ତ ୫୫୯ ଜଣ କରୋନା ରୋଗୀଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇ ସାରିଲାଣି। ୪୮୨ ଜଣ ଗୁରୁତର କୋଭିଡ ରୋଗୀଙ୍କୁ ପ୍ଲାଜ୍‌ମା ଚିକିତ୍ସା ଦିଆଯାଇଛି। ସେ ମଧ୍ୟରୁ ସୁସ୍ଥ ହୋଇ ୬୩ଜଣ ଘରକୁ ଗଲେଣି। ରାଜ୍ୟରେ ପ୍ଲାଜ୍‌ମା ଚିକିତ୍ସା ସଫଳତା ସମ୍ପର୍କରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏଇଥିପାଇଁ ଯେ ସରକାର ନିଷ୍ପତ୍ତି ନେଇଛନ୍ତି, ପ୍ଲାଜ୍‌ମା ଥେରାପି ବା ଚିକିତ୍ସା ବ୍ୟବସ୍ଥାକୁ ଅଧିକରୁ ଅଧିକ ଗୁରୁତ୍ୱ ଦିଆଯିବ ଓ ଏହାର ସୁଦୃଢ଼ୀକରଣ କରାଯିବ। ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କାରଣରୁ ଓଡ଼ିଶାରେ କୋଭିଡ୍‌ ମୃତ୍ୟୁ ହ୍ରାସ ପାଇଛି। କେବଳ ସେତିକି ନୁହେଁ, ଗତ ୪୦ ଦିନ ମଧ୍ୟରେ ରାଜ୍ୟରେ ୬ଟି ପ୍ଲାଜମା ବ୍ୟାଙ୍କ ବି ସ୍ଥାପନ କରାଯାଇଛି। ଜୁଲାଇ ୧୫ ତାରିଖ ଦିନ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରଥମ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ ଭୁବନେଶ୍ୱର, ରାଉରକେଲାର ଆଇଜିଏଚ୍‌, ବ୍ରହ୍ମପୁର ଏମ୍‌କେସିଜି, ବୁର୍ଲାସ୍ଥିତ ଭୀମସାର ଓ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏଭଳି ସୁବିଧା ଦିଆଯାଇଛି। କେବଳ ସେତିକି ନୁହେଁ, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ଲାଜମା ଆବଶ୍ୟକତାକୁ ଲକ୍ଷ୍ୟ କରି ବାଲେଶ୍ୱର ମେଡିକାଲ କଲେଜରେ ପ୍ଲାଜ୍‌ମା ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ୪୮୨ ଜଣ ଗୁରୁତର ଅସୁସ୍ଥଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କାରଣରୁ ଓଡ଼ିଶାରେ ଏବେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ସର୍ବନିମ୍ନସ୍ତରରେ ଅର୍ଥାତ୍‌ ୦.୫୧ପ୍ରତିଶତରେ ପହଞ୍ଚତ୍ଛି। ଏଭଳି ଉତ୍ସାହଜନକ ଫଳାଫଳକୁ ନେଇ ରାଜ୍ୟ ସରକାର କୋଭିଡ୍‌ ଚିକିତ୍ସା କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି। ଏଣୁ ଅଧିକରୁ ଅଧିକ ସୁସ୍ଥ ରୋଗୀଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ଉତ୍ସାହିତ କରାଯାଉଛି। ସମାନ୍ତରାଳ ଭାବରେ ଜିଲାସ୍ତରରେ ଥିବା ବ୍ଲଡ ବ୍ୟାଙ୍କକୁ ଅଧିକ ସକ୍ରିୟ କରାଯାଇଛି, ଯାହାଫଳରେ ସେମାନେ ଆଣ୍ଟିବଡ଼ିସ୍ତର ପରୀକ୍ଷା କରି ସଂପୃକ୍ତ ବ୍ୟକ୍ତି ପ୍ଲାଜ୍‌ମା ଦାନ କରିବାକୁ ଯୋଗ୍ୟ ନା ନାହିଁ, ତାହା ଜାଣିପାରିବେ।
ସଂପ୍ରତି କୋଭିଡ ପାଇଁ ପ୍ଲାଜ୍‌ମା ଚିକିତ୍ସା ପଦ୍ଧତିରେ ଭାରତ ନୁହେଁ, ସାରା ବିଶ୍ୱରେ ଓଡ଼ିଶା ଏକ ଅଗ୍ରଗଣ୍ୟ ସ୍ଥାନ ହାସଲ କରିପାରିଛି। ଓଡ଼ିଶାର ଡାକ୍ତର ଓ ମେଡିକାଲ ଟିମ୍‌ର ଦକ୍ଷତା ଓ ପ୍ରତିବଦ୍ଧତା ଯୋଗୁ ଏହା ସଫଳ ହୋଇପାରିଛି। କରୋନା ଲୋକମାନଙ୍କ ଭିତରେ ଛାତିଥରା ଅହେତୁକ ଭୟ ସୃଷ୍ଟି କରିଥିବାବେଳେ ସମଗ୍ର ବିଶ୍ୱରେ ଏହାର କାୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ କରୋନା ଚିକିତ୍ସା ପାଇଁ ପ୍ଲାଜ୍‌ମା ଥେରାପି ଚିକିତ୍ସାକୁ ଗ୍ରହଣୀୟ ଭାବେ ବିଚାର କରାଯାଉଥିବାବେଳେ ଓଡ଼ିଶାରେ ଇତିମଧ୍ୟରେ ଆରମ୍ଭ ହୋଇଛି ପ୍ଲାଜ୍‌ମା ଥେରାପି। କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ, ଯାହାଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚତ୍ପାରିବ। ଓଡ଼ିଶାରେ ରାଜ୍ୟର ଚାରୋଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଯଥା କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, ଅଶ୍ୱିନୀ ହସ୍ପିଟାଲ, ଆଇଏମ୍‌ଏସ୍‌, ସମ୍‌ ହସ୍ପିଟାଲ ଓ କିମ୍‌ସ୍‌ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଏହା ଆରମ୍ଭ ହୋଇଛି।
ଅତି ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କ କ୍ଷେତ୍ରରେ କରୋନା ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜ୍‌ମା ଥେରାପି ଫଳପ୍ରଦ ହେଉଥିବା କୁହାଯାଉଛି। ରକ୍ତରେ ପ୍ଲାଜ୍‌ମା ବାଦ ଆରବିସି, ଡବ୍ଲ୍ୟୁବିସି ଓ ପ୍ଲାଟଲେଟ ରହିଛି। ତେବେ ଯେଉଁ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ତାଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ। ଗୁରୁତର ରୋଗୀଙ୍କ ଶରୀରରେ ଏହି ଆଣ୍ଟିବଡ଼ି କରୋନା ଭୂତାଣୁ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ପ୍ଳାଜ୍‌ମା ହେଉଛି ରକ୍ତର ଲିକ୍ୟୁଇଡ଼ କମ୍ପୋନେଣ୍ଟ। କରୋନା ରୋଗୀ ସୁସ୍ଥ ହେବା ପରେ ସେମାନଙ୍କ ରକ୍ତର ପ୍ଲାଜ୍‌ମାରେ ଆଣ୍ଟିବଡ଼ି ତିଆରି ହୋଇଥାଏ। ଏହି ପ୍ଲାଜ୍‌ମାକୁ ଆଣି କରୋନା ଆକ୍ରାନ୍ତକୁ ଦିଆଗଲେ ଆଣ୍ଟିବଡ଼ି ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସାରେ ସହାୟକ ହେବ। ପ୍ଲାଜମା ଥେରାପି ଏବେ ନୁହେଁ। ୧୮୯୨ରୁ ଏହି ପ୍ରକ୍ରିୟାରେ ଚିକିତ୍ସା କରାଯାଉଛି। ଡିଫେରିଆ ନାମକ ରୋଗର ଚିକିତ୍ସା ପାଇଁ ପ୍ରଥମେ ପ୍ଲାଜ୍‌ମା ଥେରାପି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଇବୋଲା, ସ୍ବାଇନ୍‌ ଫ୍ଲୁ, ସାର୍ସ ଭଳିରୋଗର ଚିକିତ୍ସା ପାଇଁ ମଧ୍ୟ ପ୍ଲାଜମା ଥେରାପି ଦିଆଯାଇଛି। ଆକ୍ରାନ୍ତ ସୁସ୍ଥ ହେବାର ୧୪ ଦିନ ପରେ ଯାଇ ପ୍ଲାଜ୍‌ମା ଦାନ କରିପାରିବେ। ୧୮ରୁ ୬୦ ବର୍ଷ ବୟସର ଲୋକଙ୍କଠାରୁ ପ୍ଲାଜ୍‌ମା ନିଆଯାଇପାରିବ। ବ୍ୟକ୍ତିର ଓଜନ ୫୦ କିଲୋରୁ କମ୍‌ ହୋଇ ନ ଥିବ। ପ୍ଲାଜ୍‌ମା ଦେବା ପୂର୍ବରୁ ସେ ସୁସ୍ଥ ଅଛନ୍ତି କି ନାହିଁ ଏହାକୁ ଦେଖିବାକୁ ହେବ। ପ୍ଲାଜ୍‌ମା ଦାତାଙ୍କଠାରୁ ମେଶିନ୍‌ରେ ରକ୍ତ ନିଆଯିବ। ତେବେ କେବଳ ପ୍ଲାଜ୍‌ମାକୁ ଗ୍ରହଣ କରିବା ପରେ ରକ୍ତ ପୁଣିଥରେ ବ୍ୟକ୍ତି ଦେହକୁ ଫେରି ଯିବ। ତିନି ମାସ ବ୍ୟବଧାନରେ ରକ୍ତଦାନ କରିବାକୁ ଥିବାବେଳେ ପ୍ଲାଜ୍‌ମା କିନ୍ତୁ ଜଣେ ସପ୍ତାହକୁ ଦୁଇଥର ଦାନ କରିପାରିବେ। ତେବେ ପ୍ଲାଜ୍‌ମା ଦାନ ପୂର୍ବରୁ ଏଚ୍‌ଆଇଭି, ହେପାଟାଇଟିସ୍‌ ବି ଓ ସି’ର ପରୀକ୍ଷା କରାଯିବ। ପ୍ଲାଜମାକୁ ଅଧିକ ଦିନ ଯାଏ ଷ୍ଟୋର କରି ମଧ୍ୟ ରଖିହେବ। ଜଣେ ଡୋନରଙ୍କଠାରୁ ନିଆଯାଇଥିବା ପ୍ଲାଜ୍‌ମାକୁ ଦୁଇଜଣଙ୍କୁ ଦିଆଯାଇପାରିବ। ବାସ୍ତବକଥା ହେଉଛି ଏକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ହେଉଛି ପ୍ଲାଜ୍‌ମା। କରୋନା ସଂକ୍ରମିତମାନେ ସୁସ୍ଥତା ପାଇବା ପରେ ସେମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ସେମାନଙ୍କ ରକ୍ତରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇ ମୁର୍ମୂଷୁ ଅବସ୍ଥାରେ ଥିବା ରୋଗୀଙ୍କ ଶରୀରରେ ଏହାକୁ ପ୍ରୟୋଗ କରାଯାଇଥାଏ। ଦେଶବ୍ୟାପୀ ଏହି ଚିକିତ୍ସା ପଦ୍ଧତି ବିଭିନ୍ନ ରାଜ୍ୟରେ ସଫଳତା ପାଇପାରିଛି।
ଓଡ଼ିଶାରେ ସର୍ବପ୍ରଥମେ ଏସ୍‌ସିବି ମେଡିକାଲ କଲେଜ ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗ ପରିସରରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହୋଇଛି। ବ୍ଲଡବ୍ୟାଙ୍କ ଉପରେ ଏହି ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି। ହଜାରେ ୟୁନିଟ ପ୍ଲାଜ୍‌ମା ରଖିବାକୁ ବ୍ୟବସ୍ଥା କରାଯାଇଛି। ମାଇନସ୍‌ ୪୦ ଡିଗ୍ରୀ ସେଲସିୟସରେ ଏହାକୁ ରଖାଯିବ। ୧ବର୍ଷ ପର୍ଯ୍ୟନ୍ତ ଏହି ପ୍ଲାଜମା ସଂରକ୍ଷିତ ରହିପାରିବ। ପରେ ଅନ୍ୟ ହସ୍ପିଟାଲଗୁଡ଼ିକରେ ନିଜ ନିଜର ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ସେମାନଙ୍କୁ ପ୍ରୋତ୍ସାହନ କରାଯିବ। ଏସ୍‌ସିବିରେ ରକ୍ତ ସଂଗ୍ରହ କରାଯିବା ପରେ ଅନ୍ୟ ଡାକ୍ତରଖାନାଗୁଡ଼ିକୁ ସଂରକ୍ଷିତ ରଖାଯିବା ପାଇଁ ପଠାଯିବ। ରାଜ୍ୟରେ ପ୍ଲାଜ୍‌ମା ଥେରାପି କାର୍ଯ୍ୟ କରିବା ପାଇଁ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ, ଡିଏମ୍‌ଇଟି ବିଧିବଦ୍ଧ ଭାବେ ଏକ ବୈଷୟିକ କମିଟି ଗଠନ କରାଯିବା ସହ ସେହିପରି କରୋନାରୁ ମୁକ୍ତ ହେଉଥିବା ରୋଗୀମାନଙ୍କ ସବିଶେଷ ତଥ୍ୟ ଓ ପ୍ଲାଜ୍‌ମା ଦେବାଲାଗି ଆଗ୍ରହୀ ବ୍ୟକ୍ତିଙ୍କ ସମ୍ବଳିତ ଏକ କେନ୍ଦ୍ରୀୟ ଡାଟାବେସ ଏସ୍‌ସିବିରେ ପ୍ରସ୍ତୁତ ହୋଇ ରହିବାର ବ୍ୟବସ୍ଥା ହୋଇଛି। ରାଜ୍ୟର ସମସ୍ତ କୋଭିଡ୍‌ ହସ୍ପିଟାଲଗୁଡ଼ିକ ପ୍ଲାଜମା ଦେବାଲାଗି ଇଚ୍ଛା କରୁଥିବା ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। କରୋନା ପାଇଁ ରୋଗପ୍ରତିରୋଧକ ଶକ୍ତି ମୂଳ ଅସ୍ତ୍ର ହୋଇଥିବାବେଳେ ପ୍ଲାଜ୍‌ମା ଥେରାପିକୁ ନେଇ ଚିକିତ୍ସା ମହଲରେ ଅନେକ ଆଶା ଓ ଉତ୍ସାହ ରହିବା ସ୍ବାଭାବିକ।

ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ- ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri