କୋଭିଡ୍‌ ଲଢ଼େଇରେ ଆର୍‌ବିଆଇ

ମୁମ୍ବାଇ,୨୩।୫: ଦେଶରେ ପ୍ରଥମ କରୋନା ମାମଲା ଜାନୁୟାରୀ ୩୦ରେ ସାମ୍ନାକୁ ଆସିଥିଲା। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ହୋଇଥିବା ଲକ୍‌ଡାଉନରେ ଦେଶକୁ ଅନେକ କ୍ଷତି ସହିବାକୁ ପଡୁଛି। କାରଣ ବର୍ତ୍ତମାନ ଅନେକ ଦିନ ଧରି ବନ୍ଦ ହୋଇ ପଡ଼ିଥିବା ଆର୍ଥତ୍କ କାର୍ଯ୍ୟକଳାପ କଟକଣା ଧୀରେ ଧୀରେ କୋହଳ ହେଉଥିଲେ ମଧ୍ୟ ସ୍ବାଭାବିକ ହେବାକୁ କଷ୍ଟକର ହେଉଛି। କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ସ୍ଥିିିିତିକୁ ସମ୍ଭାଳିବା ଲାଗି ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ସୁଧହାର ହ୍ରାସ ସହ ଅନ୍ୟ ଯୋଜନା ଏହା ମଧ୍ୟରେ ସାମିଲ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆର୍‌ବିଆଇ ଗ୍ରହଣ କରିଥିବା ପଦକ୍ଷେପର ଘଟଣାକ୍ରମ…
– ଫେବୃୟାରୀ ୬ରେ ପ୍ରଥମେ ଚାଇନାର କରୋନା ଭାଇରସ୍‌ ସମ୍ପର୍କରେ ରେଫରେନ୍ସ ଦେଇଥିଲା। ଏହାଦ୍ୱାରା ଅଶୋଧିତ ତୈଳ ଦରରେ ହ୍ରାସ ଏବଂ କରୋନା ମାମଲା ଯୋଗୁ ପୁଞ୍ଜିବଜାର ଉପରେ ଆସିବାକୁ ଥିବା ପ୍ରଭାବ ସମ୍ପର୍କରେ ଅବଗତ କରାଇଲା।
– ମାର୍ଚ୍ଚ ୩ରେ କୋଭିଡ୍‌-୧୯ଯୋଗୁ ବଜାରରେ ଉପୁଜିଥିବା ଅସ୍ଥିରତା ସମ୍ପର୍କରେ ଏକ ବିବୃତି ଜାରି କଲା। ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ମୁତାବକ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି କହିଥିଲା।
– ମାର୍ଚ୍ଚ ୬ରେ କରୋନା ମହାମାରୀ ଯୋଗୁ ଉପୁଜିଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ଲାଗି ରିଜର୍ଭ ବ୍ୟାଙ୍କ ସକ୍ଷମ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ। ଆର୍‌ବିଆଇ ଦ୍ୱାରା ଯାହା କିଛି ସମ୍ଭବ ସେ ଦିଗରେ ଯୋଜନା ହାତକୁ ନେବାକୁ କେନ୍ଦ୍ରୀୟ ବ୍ୟାଙ୍କ ପ୍ରସ୍ତୁତ ବୋଲି କହିଲା।
– ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିବା ପରେ ମାର୍ଚ୍ଚ ୧୬ରେ ବ୍ୟାଙ୍କଗୁଡିକୁ ଆର୍‌ବିଆଇ ଚିଠି ଲେଖିଥିଲା। ବାଣିଜ୍ୟ ପରିଚାଳନା ନେଇ ନିଶ୍ଚିତ କରିବାକୁ ଚିଠିରେ ଉଲ୍ଲେଖ ରହିଥିଲା।
– ମାର୍ଚ୍ଚ ମଧ୍ୟଭାଗରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ୧୫୦ ଅଧିକାରୀଙ୍କୁ ନେଇ ଏକ ଜରୁରିକାଳୀନ ଟିମ୍‌ ଗଠନ କଲା। ଦେଶର ଫାଇନାନ୍ସ ସିଷ୍ଟମକୁ ଠିକ୍‌ ଭାବେ ଚଳାଇବା ଲାଗି ଏଠାରେ ସବୁ ପଦକ୍ଷେପ ନିଆଯାଇଥିଲା।
– ୨୭ ମାର୍ଚ୍ଚରେ ଆର୍‌ବିଆଇ ୭୫ ବେସିସ୍‌ ପଏଣ୍ଟ ରେପୋ ରେଟ୍‌ ହ୍ରାସ କଲା। କ୍ୟାଶ ରିଜର୍ଭ ରେସିଓ (ସିଆର୍‌ଆର୍‌)ରେ ୧୦୦ ବେସିସ୍‌ ପଏଣ୍ଟ ହ୍ରାସ କରାଗଲା। ଦୀର୍ଘ ମିଆଦୀ ରେପୋ ଅପରେଶନ(ଏଲ୍‌ଟିଆର୍‌ଓ) ଦ୍ୱାରା ୧ ଲକ୍ଷ କୋଟି ଟଙ୍କାର ନଗଦ ବ୍ୟବସ୍ଥା ମଧ୍ୟ ଏହା ହାତକୁ ନେଲା।
– ମାର୍ଚ୍ଚ ୩୧ରେ ଋଣ ପଇଠ ଉପରେ ୩ମାସର ମୋରାଟୋରିୟମ ସୁବିଧା ଦିଆଗଲା।
– ଏପ୍ରିଲ ୩ରେ ରିଜର୍ଭ ବ୍ୟାଙ୍କ ଦୈନିକ ମନି ମାର୍କେଟ ଟ୍ରେଡିଂ ସମୟକୁ ୪ ଘଣ୍ଟାକୁ ଖସାଇଲା। ଏହା ୧୦ରୁ ୨ଟା ଯାଏ କାମ କରିବ ବୋଲି ନିର୍ଦ୍ଦେଶ ରହିଛି।
– ଏପ୍ରିଲ ୧୭ରେ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋ ରେଟ୍‌କୁ ୨୫ ବେସିସ୍‌ ପଏଣ୍ଟ ଖସାଇବା ସହ ଅନ୍ୟ ପଦକ୍ଷେପ ହାତକୁ ନେଲା। ନାବାର୍ଡ, ସିଡ୍‌ବୀ ଏବଂ ନ୍ୟାଶନାଲ ହାଉସିଂ ବ୍ୟାଙ୍କ ଲାଗି ୫୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ଫାଇନାନ୍ସ ସୁବିଧା କରାଗଲା। ଟାର୍ଗେଟେଡ ଏଲ୍‌ଟିଆର୍‌ଓରେ ୫୦ ହଜାର କୋଟି, ଏନ୍‌ପିଏ ଶ୍ରେଣୀକରଣରେ ପରିବର୍ତ୍ତନ ବ୍ୟବସ୍ଥା କରାଗଲା।
– ଏପ୍ରିଲ ୨୭ରେ ମ୍ୟୁଚୁଆଲ ଫଣ୍ଡ ଲାଗି ୫୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ନଗଦ ସୁବିଧା(ଏସ୍‌ଏଲ୍‌ଏଫ୍‌) ଘୋଷଣା କଲା ଆର୍‌ବିଆଇ।
– ମେ ୨୨ରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଦ୍ୱିତୀୟ ମୁଦ୍ରାନୀତି କମିଟି ବୈଠକରେ ୪୦ ବେସସ୍‌ ପଏଣ୍ଟ ରେପୋ ହ୍ରାସ, ୩ ମାସର ମୋରାଟୋରିୟମ ବୃଦ୍ଧି ସହ ମୋଟ୍‌ ୯ ପଦକ୍ଷେପ ହାତକୁ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

କଟକରେ ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ: ଉଦଘାଟନ କରିବେ ରବିନା ଟଣ୍ଡନ, ଅର୍ଚ୍ଚିତା

ଭୁବନେଶ୍ୱର,୬।୫( (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ କଟକର କ୍ୟାଣ୍ଟନମେଣ୍ଟ ଛକଠାରେ ଖୋଲିବାକୁ ଯାଉଛି। ଏପରିକି ଆଜି...

ଏପ୍ରିଲ୍‌ରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି

ଭୁବନେଶ୍ୱର,୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ...

ବଜାରରେ ବାଗୀର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୫: ବଜାଜ୍‌ ଆଲିଆଞ୍ଜ୍‌ ଜେନେରାଲ ଇନ୍‌ସ୍ୟୁରାନ୍ସ (ବିଏଜିଆଇ ବା ବାଗୀ)ର ନୂତନ ଉତ୍ପାଦ ‘ପ୍ରିଭେ’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଏକ ବର୍ଦ୍ଧିତ ଏବଂ...

ଦେଶରେ ଦୈନିକ ଖୋଲୁଛି ୫୦୦ରୁ ଅଧିକ କମ୍ପାନୀ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଦେଶରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଲୋକମାନେ ଚାକିରି ଖୋଜିବା ପରିବର୍ତ୍ତେ କିପରି ନିଯୁକ୍ତି ପ୍ରଦାନ କରିପାରିବେ ସେ ଦିଗ ପ୍ରତି ଗୁରୁତ୍ୱ...

ପେଟିଏମ୍‌କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୫।୫ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ପେଟିଏମକୁ ଆଉ ଏକ ଝଟ୍‌କା ଲାଗିଛି। କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri