ସନ୍ଥ ଓ ମହାମୂର୍ଖ

ଶ୍ରୀ ସନ୍ନ୍ୟାସୀ
ସନ୍ଥଙ୍କ ଆଶ୍ରମରେ ସକାଳେ ପହଞ୍ଚତ୍ବା ବେଳକୁ ମହାରାଜ ମୋବାଇଲ ଧରି ସେଥିରୁ କ’ଣ କିଛି ଦେଖିବାରେ ଗଭୀର ମଗ୍ନ ଥିଲେ। ଓଳଗିି ହୋଇ ପାଖରେ ପଡ଼ିଥିବା ଆସନରେ ବସିଲି। ମୋବାଇଲ ଦେଖୁଥିବା ଅବସ୍ଥାରେ ସନ୍ଥ ପଚାରିଲେ- ଘରୁ କେତେବେଳେ ବାହାରିଲ? – ଖୁବ୍‌ ଭୋରରୁ ଆଜ୍ଞା। କିଛି ସମୟ ବିତିଗଲା। ପୁଣି ପଦିଏ ପ୍ରଶ୍ନ- ଆଉ ସବୁ ଭଲ ତ? ମୁହଁ କିନ୍ତୁ ମୋବାଇଲ ଉପରେ ସେମିତି ଥାଏ। – ଆଜ୍ଞା, ଆପଣଙ୍କ କୃପାରୁ ସବୁ ଭଲ। ପାଖାପାଖି ପନ୍ଦର ମିନିଟ୍‌ କାଳ ମୋବାଇଲ ଉପରେ ସେମିତି ଦୃଷ୍ଟି ନିବଦ୍ଧ କରି ପୁନଶ୍ଚ ପ୍ରଶ୍ନ କଲେ- କଲେଜ ଖବର କ’ଣ? ‘ସବୁ କିଛି ଭଲ ଆଜ୍ଞା’। ଉତ୍ତର ଦେଲି। ପୁଣି କିଛି ସମୟ ନୀରବତା। ପାଖରେ ଜପାମାଳିଟା ଥୁଆ ହୋଇଥାଏ। ଏ ସମୟରେ ସନ୍ଥ ଜଣକ ପ୍ରାୟତଃ ଜପ କରୁଥିବାର ଦେଖାଯାଇଥାଏ। ହେଲେ ଗତ ପଚିଶ ମିନିଟରୁ ଊର୍ଦ୍ଧ୍ୱ ସମୟ ହେବ ମୋବାଇଲରେ ହ୍ବାଟ୍ସଆପ୍‌ ଦେଖା ଚାଲିଛି। ସେଥିରେ ପୁଣି ଏମିତି ମଗ୍ନ ଯେ କିଏ ଆଇଲା କିଏ ଗଲା- ମୁଣ୍ଡଟେକି ଦେଖିବାକୁ ବି ତର ନାହିଁ ତାଙ୍କର। କି ନିଶା ୟେ ମୋବାଇଲ୍‌ର! ମୁଁ ମନେ ମନେ ବସି ଭାବୁଥାଏ- କି ମାୟା ନ ଲଗେଇଛି ଏଇ ଜିନିଷଟି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସଭିଏଁ ଏଥିରେ ବାଇ। ଘଣ୍ଟାଘଣ୍ଟା ସମୟ ବିତୁଛି ଏଥିରେ। କିଏ ଗେମ୍‌ ଖେଳୁଛି ତ କିଏ ଫେସବୁକ୍‌, ହ୍ବାଟ୍ସଆପ୍‌, ୟୁଟ୍ୟୁବ୍‌ ବା ନେଟ୍‌ରେ ସମୟ କାଟୁଛି। କେବଳ ସାଂସାରୀ ଲୋକ ନୁହନ୍ତି, ସାଧୁସନ୍ଥମାନଙ୍କୁ ବି ନିଜ ଜାଲରେ ପକାଇସାରିଲାଣି ୟେ।
ଭାବରାଜ୍ୟରେ ଏମିତି କିଛି ଭାବନା ରାଜୁତି କରୁଥିବାବେଳେ ସନ୍ଥ ଜଣକ ହୋ ହୋ ହୋଇ ହସିଉଠିଲେ। ମନେମନେ ଆତଙ୍କିତ ହେଲି। ମୁଁ ଭାବୁଥିବା କଥାକୁ ସନ୍ଥ ଜାଣିପାରିଲେ କି ଆଉ। ନା, ସେମିତି କିଛି ହେଲାନି। ମୋବାଇଲଟିକୁ ନିକଟରେ ଥିବା ଖଟ ଉପରେ ଥିର କିନା ଫୋପାଡି ଦେଇ ମନକୁ ମନ ସନ୍ଥ କହିଲେ- ମହାମୂର୍ଖଟିଏ ମୁଁ।
ସନ୍ଥ ଥିଲେ ଖୁବ୍‌ ଉଚ୍ଚଶିକ୍ଷିତ। ହେଲେ ନିଜକୁ ମହାମୂର୍ଖ କହିଲେ କାହିଁକି? ବିନୀତ ଜିଜ୍ଞାସା କରିବାରୁ ସେ ଏଣିକି ମୋତେ ଚାହିଁ କହିବା ଆରମ୍ଭ କଲେ-
କେଜାଣି କାହିଁକି ଏଇ କିଛିଦିନ ହେବ ମୋ ଜପାମାଳାର ସ୍ଥାନ ଅକ୍ତିଆର କରିସାରିଲାଣି ଏଇ ମୋବାଇଲଟା। ଦିନକୁ ଯେତେ କଲ୍‌ ଆସୁଛି, ସେଗୁଡ଼ିକର ଉତ୍ତର ଦେବା ସମୟକୁ ମିଶାଇଲେ ପାଖାପାଖି ୩ ଘଣ୍ଟା ହେବ। ଶିଷ୍ୟମାନଙ୍କ ସାଙ୍ଗରେ ପଦେ ଦି ପଦ ଭଲକରି କଥା ନ ହେଲେ ସେମାନଙ୍କ ମନ ଊଣା ହେଉଛି। ତା’ ବାଦ୍‌ ମୋର ପ୍ରବଚନ ତଥା ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଗୁଡ଼ିକୁ ଭକ୍ତମାନେ ଫେସ୍‌ବୁକ୍‌ ଏବଂ ହ୍ବାଟ୍ସଆପ୍‌ରେ ପୋଷ୍ଟ କରିଦେଉଛନ୍ତି। ତେଣୁ କିଏ କ’ଣ ମତାମତ ଦେଲେ ଦେଖିବାକୁ ମନଟା ଉଚ୍ଚାଟ ହେଉଛି। ମୁଁ ଜାଣିଛି ଏହାକୁ ନ ଦେଖିଲେ ମୋର କିଛି ଅସୁବିଧା ହେବାର ନାହିଁ। ତଥାପି ମନଟା ଦୌଡୁଛି। ଏହା ଯୋଗୁ ସାଧନ, ଭଜନ, ଜପ ସବୁଥିରେ ବ୍ୟାଘାତ। ଆଜିଠୁ ସଂକଳ୍ପ କଲି ମୋବାଇଲ୍‌ ଛୁଇଁବିନି କି ‘ମହାମୂର୍ଖ’ ଉପାଧିରେ ଭୂଷିତ ହେବିନି।
ସନ୍ଥ ‘ମହାମୂର୍ଖ’ ଉପାଧିରେ ଗଣତି ହେବା କଥାଟା ଟିକେ ଅସ୍ପଷ୍ଟ ହେବାରୁ ପୁଣି ପଚାରିଲି ଏହାର ରହସ୍ୟ। କିଛି ସମୟ ପରେ ସନ୍ଥ କହିଲେ- ‘ଏଇ ସାଙ୍ଗେ ସାଙ୍ଗେ ଜପ କରିବା ଆରମ୍ଭ କରୁଥିଲି। ଅନ୍ୟ ଏକ ଆଶ୍ରମର ଯୁବ ମହନ୍ତ ଏକ ହ୍ବାଟ୍ସଆପ୍‌ ମେସେଜ୍‌ ପଠାଇଲେ। କିଛି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ବିବରଣୀ ଥିବ ଭାବି ଖୋଲି ଦେଖିବା ବେଳକୁ ‘ଆକବର-ବୀରବଲ’ଙ୍କ ସମ୍ବନ୍ଧୀୟ ଏଇ ଗପଟି।
ଦିନେ ଆକବର ୫ଟି ମହାମୂର୍ଖଙ୍କୁ ଆଣି ଭେଟି ଦେବା ପାଇଁ ବୀରବଲଙ୍କୁ ନିର୍ଦ୍ଦେଶ ଦେଲେ। ୪ ଦିନ ପରେ ଦୁଇଜଣ ମୂର୍ଖକୁ ଆଣି ବୀରବଲ ରାଜଦରବାରରେ ପହଞ୍ଚତ୍ଲେ। ରାଜା ପଚାରିଲେ- ଆଉ ତିନି କୁଆଡ଼େ ଗଲେ? ‘ସେମାନେ ସମସ୍ତେ ଏଇଠି ଅଛନ୍ତି’ କହି ପ୍ରଥମ ମୂର୍ଖ ଆଡକୁ ହାତ ଦେଖାଇ ବୀରବଲ କହିଲେ- ଇୟେ ଆଜ୍ଞା ଗୋଟିଏ ଘୋଡ଼ା ଗାଡ଼ିରେ ବସି ଯାଉଥିଲା। କିନ୍ତୁ ଘୋଡ଼ା ଉପରେ ଅଧିକ ଭାର ପଡ଼ିବ ଭାବି ନିଜ ଗଣ୍ଠିଲିକୁ ମୁଣ୍ଡରେ ମୁଣ୍ଡାଇଥିଲା। ଦ୍ୱିତୀୟ ମୂର୍ଖ ଆଡକୁ ଚାହିଁ ବୀରବଲ କହିଲେ- ମଣିମା! ଘର ଛାତ ଉପରେ କିଛି ଘାସ ଉଠିଥିବାରୁ ତାହାକୁ ଚରିବା ପାଇଁ ଏ ଲୋକଟି ନିଜ ବଳଦକୁ ଏକ ଶିଡି ଦ୍ୱାରା ଛାତ ଉପରକୁ ଉଠାଇବାର ପ୍ରୟାସ କରୁଥିଲା। ତେବେ ଆଉ ତିନି? ରାଜା ଚଢ଼ା ଗଳାରେ ପଚାରିଲେ। ଆଉ ଦୁଇ ମହାମୂର୍ଖ ହେଲେ ଆପଣ ଆଉ ମୁଁ। ରାଜ୍ୟ ସାରା କେତେ କେତେ ସମସ୍ୟା ଏବଂ ପ୍ରଜା ମଙ୍ଗଳ କାର୍ଯ୍ୟ କରିବାକୁ ବାକି ଥିବାବେଳେ ଆପଣ ମୋତେ ମୂର୍ଖ ଖୋଜିବା ପାଇଁ ପଠାଇବା ଏବଂ ଏହି ନିରର୍ଥକ କାମରେ ମୁଁ ଲାଗିରହିବାଟା ଆମ୍ଭ ଦୁହିଁଙ୍କ ମୂର୍ଖାମି ନୁହେଁ କି? ନିଜେ ମୂର୍ଖ ବୋଲି ଜଣେ ମନ୍ତ୍ରୀ ଭରା ରାଜସଭାରେ କରିଥିବା ଘୋଷଣାକୁ ଶୁଣି ଅସ୍ବସ୍ତି ଲାଗୁଥିଲେ ବି ବୀରବଲଙ୍କୁ ବହୁତ ଭଲପାଉଥିବା ଯୋଗୁ ରାଜା ନୀରବ ରହିଲେ ଓ କହିଲେ ଏବେ କୁହ ପଞ୍ଚମ ମୂର୍ଖ କିଏ? ନିଜର ସବୁ ଗୁରୁତ୍ୱପୂର୍ଣ୍ଣ କାମକୁ ଛାଡ଼ି ଯେଉଁ ବ୍ୟକ୍ତି ଏଇ ମେସେଜ୍‌କୁ ନିରିଖେଇ ପଢ଼ୁଛି, ସିଏ ହେଉଛି ପଞ୍ଚମ ମହାମୂର୍ଖ।
ଗପଟି ଏଇଠି ସରିଲା। କିନ୍ତୁ ଏଇ କିଛିଦିନ ହେଲା ଏଇ ପଞ୍ଚମ ମୂର୍ଖମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ପିଅନଠାରୁ ପ୍ରିନ୍ସିପାଲଙ୍କ ପର୍ଯ୍ୟନ୍ତ, ସିକ୍ୟୁରିଟି ଗାର୍ଡଠୁ ସିନିୟର ଅଫିସରଙ୍କ ପର୍ଯ୍ୟନ୍ତ, କି ଚାକିରିଆ କି ବେକାରିଆ ସଭିଏଁ ଏଥିରେ ଘଣ୍ଟା ଘଣ୍ଟା ସମୟ ନଷ୍ଟ କରୁଛନ୍ତି। ଫଳରେ କର୍ମ ସଂସ୍କୃତିରେ ମନ୍ଥରତା ଆସୁଛି। ‘ଫାଇଭ୍‌-ଜି’ର ବଜାର ପ୍ରବେଶ ଦ୍ୱାରା ଭବିଷ୍ୟତରେ ଏ ସମସ୍ୟାଟା ଯେ ଆହୁରି ଉତ୍କଟ ହେବ, ଏହା ଏବେଠୁ ଜଳ ଜଳ ହୋଇ ଦେଖାଗଲାଣି।
ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ, ମୋ-୯୪୩୮୦୫୨୬୧୧


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ...

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା...

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।...

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri