ସାମାଜିକ ଅର୍ଥନୈତିକ ବିକାଶରେ ଜାତିସଂଘ

୧୯୪୫ ଜୁନ୍‌ ୨୬ରେ ୫୦ଟି ଦେଶ ଜାତିସଂଘ ଅଧିକାରପତ୍ରରେ ସ୍ବାକ୍ଷର କରିବା ପରେ ଜାତିସଂଘ ଅକ୍ଟୋବର୨୪,୧୯୪୫ରେ ସ୍ଥାପିତ ହୋଇଥିଲା। ଏହି ସମୟରେ ଚାଇନା ୟୁନାଇଟେଡ୍‌ ଷ୍ଟେଟ୍‌, ଫ୍ରାନ୍ସ, ସଂଯୁକ୍ତ ରାଜ୍ୟ, ୟୁନାଇଟେଡ୍‌ କିଙ୍ଗଣ୍ଡମ୍‌ ଓ ସୋଭିଏଟ୍‌ ସଂଘ ଏହାକୁ ସ୍ବୀକୃତି ଦେଇଥିଲେ । ୧୯୪୮ରେ ଜାତିସଂଘ ସାଧାରଣ ପରିଷଦ ଜାତିସଂଘର ଲକ୍ଷ୍ୟ ଓ ଉପଲବ୍ଧି ତଥା ଲୋକମାନଙ୍କର ସମର୍ଥନ ସମ୍ବନ୍ଧରେ ସୂଚନା ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୨୪କୁ ଜାତିସଂଘ ଦିବସ ଭାବେ ପାଳନ କରାଯିବା ପାଇଁ ଘୋଷଣା କରିଥିଲା। ବିଶ୍ୱର ବିଭିନ୍ନ ଦେଶରେ ଥିବା ଜାତିସଂଘ ସୂଚନା କେନ୍ଦ୍ରଗୁଡିକ ଦ୍ୱାରା ଜାତିସଂଘ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହା ୬୩ଟି ଦେଶରେ ରହିଛି। ଭାରତରେ ୧୯୪୭ରୁ ଏହା କାର୍ଯ୍ୟ କରୁଛି। ଏହି କେନ୍ଦ୍ର ମାଧ୍ୟମରେ ଜାତିସଂଘ ତା’ର ବାର୍ତ୍ତା ବିଭିନ୍ନ ଦେଶରେ ପ୍ରସାର କରିବା ସହ ବିଶ୍ୱର ସବୁ ଲୋକଙ୍କୁ ଯୋଡିବାରେ ଲାଗିଛି। ଜାତିସଂଘ ଏହି କେନ୍ଦ୍ର ସାହାଯ୍ୟରେ ଦେଶର ନିର୍ବାଚିତ ପ୍ରତିନିଧି, ସରକାରୀ ଅଧିକାରୀ, ଗଣମାଧ୍ୟମ,ସମାଜସେବୀ ତଥା ବୁଦ୍ଧିଜୀବୀ, ଛାତ୍ର, ଶିକ୍ଷକ ଓ ବୈଜ୍ଞାନିକଙ୍କୁ ନୂଆ ସୂଚନା ପ୍ରଦାନ କରିଥାଏ। ଜାତିସଂଘ ଦିବସ ପାଳନ ଅବସରରେ ଏହାର ସଫଳତା ଓ କାର୍ଯ୍ୟଧାରାକୁ ଲୋଙ୍କ ପାଖରେ ପହଞ୍ଚାଇବାରେ ଏମାନଙ୍କର ମହତ୍ତ୍ୱପର୍ଣ୍ଣ ଭୂମିକା ରହିଥାଏ। ଏହାର ବିଭିନ୍ନ କାର୍ଯ୍ୟଧାରା ଉପରେ ସେମିନାର ମଧ୍ୟ ଆୟୋଜନ କରାଯାଏ।
ଜାତିସଂଘ ବିଶ୍ୱରେ ୮୦ଟି ଦେଶରେ ୮୦ ମିଲିୟନ ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ଦିଗରେ କାର୍ଯ୍ୟ କରୁଛି। ବିଶ୍ୱରେ ପିଲାମାନଙ୍କ ପାଇଁ ଆବଶ୍ୟକ ହେଉଥିବା ମୋଟ୍‌ ଟିକାର ୪୫ ପ୍ରତିଶତ ଯୋଗାଉଛି। ଏହାଦ୍ୱାରା ଜାତିସଂଘ ବର୍ଷକୁ ୩ ମିଲିୟନ ପିଲାଙ୍କ ଜୀବନ ବଞ୍ଚାଇପାରୁଛି। ଯୁଦ୍ଧ ଓ ପ୍ରାକୃତିକ ବିପର୍ଯ୍ୟୟ ଓ ଉପତ୍ୀଡନ ଦ୍ୱାରା ପ୍ରଭାବିତ ୬୫.୩ ମିଲିୟନ ଲୋକଙ୍କୁ ଜାତିସଂଘ ସାହାଯ୍ୟ ଓ ସହଯୋଗ ବି କରିଆସୁଛି। ବିଶ୍ୱତାପନ କିପରି ହ୍ରାସ ପାଇବ ସେଥିପାଇଁ ୧୯୫ଟି ଦେଶ ସହ ମିଶି କାର୍ଯ୍ୟ କରୁଛି। ୪ଟି ଦେଶରେ ୧୫ଟି ଅପରେଶନ୍‌ରେ ୧,୧୭,୦୦୦ ଶାନ୍ତିଦୂତଙ୍କ ସହଯୋଗରେ ଶାନ୍ତି ଆଣିବାର ଚେଷ୍ଟା ଜାରି ରଖିଛି। ଜାତିସଂଘ ଦାରିଦ୍ର୍ୟ ବିରୋଧରେ ଲଢେଇ କରୁଛି ଓ ୧.୧ ବିଲିୟନ ଲୋକଙ୍କ ଜୀବନରେ ସୁଧାର ଆଣିବା ପାଇଁ ସହଯୋଗ କରୁଛି। ବିଶ୍ୱରେ ୮୦ଟି ଚୁକ୍ତିନାମା ବା ଘୋଷଣାପତ୍ର ମାଧ୍ୟମରେ ମାନବ ଅଧିକାରର ସୁରକ୍ଷା ଓ ପ୍ରସାର କରିବାରେ ମୁଖ୍ୟ ଭୂମିକା ନିଭାଉଛି। ଜାତିସଂଘ ୯୩.୫ ମିଲିୟନ ଲୋକଙ୍କ ଆବଶ୍ୟକତା ପୂରଣ କରିବାର ଆଗ୍ରହ ପ୍ରକାଶ କରି ୨୨.୫ ବିଲିୟନ ଆମେରିକୀୟ ଡଲାର୍‌ର ଯୋଗାଡ କରିବା ଏହାର ବିଶ୍ୱମୁଖୀ କାର୍ଯ୍ୟଧାରାର ଏକ ଉଦାହରଣ। ବିଶ୍ୱସ୍ତରରେ ଦେଖାଯାଉଥିବା ବିଭିନ୍ନ ବିବାଦର ସମାଧାନ କରିବା ପାଇଁ କୂଟନୀତି ସ୍ତରରେ ସମାଧାନ କରିବାରେ ଏହା ମୁଖ୍ୟ ଭୂମିକା ନେଉଛି। ମାଟରନାଲ ହେଲ୍‌ଥର ବିକାଶ ଲାଗି କାର୍ଯ୍ୟ କରିବା ସହ ମାସକୁ ୧ ମିଲିୟନ ମହିଳାଙ୍କୁ ଗର୍ଭଧାରଣ ଜନିତ ବିପଦରୁ ମୁକ୍ତ କରିପାରୁଛି। ସମ୍ପ୍ରତି ବିଶ୍ୱରେ ସାମାଜିକ, ଅର୍ଥନୈତିକ ତଥା ସୁରକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇର୍ଁ ଜାତିସଂଘର ଭୂମିକା ଗୁରୁତ୍ୱପୂର୍ଣ୍ଣ ମନେହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri