ଗଡ଼ ରକ୍ଷା ଅଭିଯାନରେ ଜୁଏଲ

ସୁନ୍ଦରଗଡ଼,୧୧ା୭(ଜୟନାରାୟଣ ମେଣ୍ଡୁଳି): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଗୁଡ଼ିକ କସରତ ଆରମ୍ଭ କଲେଣି। ସେମାନଙ୍କ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ମଧ୍ୟ ଅଗ୍ରାଧିକାର ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲାରେ କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ମହାଜନ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏମ୍‌ପି ଜୁଏଲ ଓରାମ ଏହା ମାଧ୍ୟମରେ ନିଜର ଗଡ଼ ରକ୍ଷା ଅଭିଯାନ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଲୋକସେବା କ୍ଷେତ୍ରରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ନାଗରିକ, ବୁଦ୍ଧିଜୀବୀ ଓ କର୍ମକର୍ତ୍ତାଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଜିଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରୁଛନ୍ତି। ସୁନ୍ଦରଗଡ଼ ସାଂଗଠନିକ ଜିଲା ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କୁତ୍ରା ମଣ୍ଡଳ ପକ୍ଷରୁ ମଣ୍ଡଳ କାର୍ଯ୍ୟକାରୀ ସଭାପତି ରାଜେଶ ଲାକ୍ରା ଏବଂ ଜାମପାଲି ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ମଖୁ ଟପ୍ପୋଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରଙ୍କ ସେବା, ସୁଶାସନ ଏବଂ ଗରିବକଲ୍ୟାଣକାରୀ ଯୋଜନାର ୯ବର୍ଷ ପୂର୍ତ୍ତ ଅବସରରେ ମହା ଜନ ସମ୍ପର୍କ ଅଭିଯାନ ଅନ୍ତର୍ଗତ ସମ୍ପର୍କରୁ ସମର୍ଥନ କାର୍ଯ୍ୟକ୍ରମରେ ପଦଯାତ୍ରା ଏବଂ ଜନସଭା ଅନୁଷ୍ଠିତ ହୋଇଥିଲା । ଏହି ଉଭୟ ମଣ୍ଡଳ କାର୍ଯ୍ୟକ୍ରମରେ ଜୁଏଲ ଯୋଗଦେଇ କୁତ୍ରା ମୁଖ୍ୟ ରାସ୍ତା ମାର୍କେଟ, ମାଳିଡ଼ିହି ଛକ, ଲୁଧାବସା, ବାହିଆମ, ବୁଢ଼ାଆମ୍ବ , ଡୁବୁକୁ , ଚମରାପଡ଼ା ଏବଂ ଗରିଆମୁଣ୍ଡା ଗ୍ରାମଠାରେ ଲିଫଲେଟ ବଣ୍ଟନ ଏବଂ ଦଳ ପକ୍ଷରୁ ଆୟୋଜିତ ବୁଢ଼ାଆମ,ଦୁବୁକି, ଚମରାପଡ଼ା ଏବଂ ଗରିଆମୁଣ୍ଡା ଗ୍ରାମରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ମୋଦିଙ୍କ ୯ବର୍ଷ ସୁସାଶନର ବାର୍ତ୍ତା ପହଞ୍ଚାଇ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର, ପୂର୍ବତନ ଜାତୀୟ ପରିଷଦ ସଭ୍ୟ ମହେନ୍ଦ୍ର ମାଝି, ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ପ୍ରଧାନ, ଜିଲା ସାଧାରଣ ସମ୍ପାଦକ ଯଶୋବନ୍ତ ନାଏକ, ଜିଲା କୋଷାଧ୍ୟକ୍ଷ ଦିନେଶ କର, କାଂଶବାହାଲ ମଣ୍ଡଳ ସଭାପତି ପ୍ରଦୀପ ଚୌଧୁରୀ, ମଞ୍ଜୁ ମିଞ୍ଜ, ପୂର୍ବତନ ଜିଲା ସମ୍ପାଦକ ରମେଶ ହାଜରା, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଅରବିନ୍ଦ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ବିତନା ମାଝି, ସନ୍ତୋଷ ତିର୍କୀ, ବିନୋଦ ବିହାରୀ ନାଗ ଯୋଗଦେଇଥିଲେ। ସେହିପରି କୁତ୍ରା ମଣ୍ଡଳ ପକ୍ଷରୁ ଭାଜପାର ବରିଷ୍ଠ ନେତା ଦେବେନ୍ଦ୍ର ସିଂହ, ରଜନୀକାନ୍ତ ହୋତା, ଏମପିଙ୍କ ବ୍ଲକ ପ୍ରତିନିଧି ମହାରାଜ ମାଝି, ମଧୁସ୍ମିତା ରାଉତ, ପୂର୍ବତନ ମଣ୍ଡଳ ସଭାପତି ଫ୍ରାନ୍ସସିସ ମିଞ୍ଜଙ୍କ ସମେତ ଉଭୟ ମଣ୍ଡଳର ସମସ୍ତ ଜିଲା, ମଣ୍ଡଳ ପଦାଧିକାରୀ ଓ ଭାଜପା ସମର୍ଥକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri