ନବମ, ଦଶମ ସମ୍ମେଟିଭ-୨ ପରୀକ୍ଷା ଫି’ ଛାଡ଼ ହେବ

ଭୁବନେଶ୍ବର,୭ା୧(ବ୍ୟୁରୋ): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ(ଏସ୍‌ଏ-୨) ପରୀକ୍ଷା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିଖରେ ସରିବ। ସେହିପରି ନବମ ସମ୍ମେଟିଭ-୨ ପରୀକ୍ଷା ଫେବୃୟାରୀ ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ମେଟିଭ୍‌ ଆସେସ୍‌ମେଣ୍ଟ-୧ ପରି ଉଭୟ ସମ୍ମେଟିଭ-୨ ପରୀକ୍ଷା ପଦ୍ଧତି ସମାନ ରହିବ। ହେଲେ ଚଳିତ ବର୍ଷ ରାଜ୍ୟ ସରକାର ୯ମ ଓ ୧୦ମ ସମ୍ମେଟିଭ-୨ ପରୀକ୍ଷା ଫି’ ଛାଡ଼ କରିବାକୁ ଯୋଜନା କରିଛନ୍ତି। ଏନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚିଠି ହୋଇସାରିଥିବାବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁମୋଦନ ବାକି ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଖୁବ୍‌ଶୀଘ୍ର ଏନେଇ ଘୋଷଣା ହେବ ବୋଲି ସୂଚନା ମିଳିଛି।
ବୋର୍ଡ ପକ୍ଷରୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୧୦ମ ସମ୍ମେଟିଭ୍‌-୧ ଓ ୨ ପାଇଁ ୪୨୦ ଟଙ୍କା ଲେଖାଏ ପରୀକ୍ଷା ଫି’ ନିଆଯାଇଥାଏ। ସେହିପରି ନବମ ସମ୍ମେଟିଭ-୧ ଓ ୨ ଲାଗି ୧୫୦ ଟଙ୍କା ଲେଖାଏ ଆଦାୟ ହୋଇଥାଏ। ପରୀକ୍ଷା ପରିଚାଳନା ବାବଦ ଖର୍ଚ୍ଚ ଲାଗି ସରକାର ଏହି ଫି’ ଛାତ୍ରୀଛାତ୍ରଙ୍କଠାରୁ ନେଇଥାନ୍ତି। ହେଲେ କୋଭିଡ୍‌ ଯୋଗୁ ଅଭିଭାବକଙ୍କ ସ୍ଥିତି ଭଲ ନ ଥିବାରୁ ରାଜ୍ୟ ସରକାର ଏହି ଫି’ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୋଟିଏଥର ନବମ ଓ ଦଶମ ସମ୍ମେଟିଭ ପରୀକ୍ଷା ପରିଚାଳନା ଲାଗି ବୋର୍ଡ ୩୦ କୋଟି ଟଙ୍କାର ଫି’ ଆଦାୟ କରିଥାଏ। ହେଲେ ଚଳିତ ବର୍ଷ ଏହି ଅର୍ଥ ସରକାର ବହନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଦଶମ ସମ୍ମେଟିଭ-୧ରେ ହୋଇଥିବା ସମସ୍ତ ନୋଡାଲ ସେଣ୍ଟରରେ ସମ୍ମେଟିଭ୍‌-୨ ପରୀକ୍ଷା ହେବ। ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ। ରାଜ୍ୟରେ ମୋଟ ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୩୨ ହଜାର ୭୦୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେବେ। ଫର୍ମ ପୂରଣ ଲାଗି ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତବର୍ଷ ଦଶମ ସମ୍ମେଟିଭ-୧ ପରୀକ୍ଷା ଫଳ ଆସନ୍ତା ୧୦ଦିନ ମଧ୍ୟରେ ପ୍ରକାଶ ପାଇବ। ଯେଉଁମାନେ ସମ୍ମେଟିଭ-୧ ପରୀକ୍ଷା ଦେଇଛନ୍ତି ସେମାନେ ସମ୍ମେଟିଭ-୨ ପରୀକ୍ଷା ଦେଇପାରିବେ। ସମ୍ମେଟିଭ-୧ ପରୀକ୍ଷା ଦେଇ ନ ଥିବା ବିଦ୍ୟାର୍ଥୀମାନେ ମଧ୍ୟ ସମ୍ମେଟିଭ-୨ ପରୀକ୍ଷା ଦେଇପାରିବେ। ହେଲେ ସମ୍ମେଟିଭ-୧ର ମାର୍କ ସେମାନଙ୍କ ମାର୍କିଂରୁ ବାଦ୍‌ ପଡିବ। ଉଭୟ ସମ୍ମେଟିଭ ପରୀକ୍ଷା ପଦ୍ଧତି ସମାନ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri