Categories: ବାଣିଜ୍ୟ

ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ୪ଜି ଫୋନ୍‌

ଭୁବନେଶ୍ୱର,୪।୭: ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ଆକର୍ଷଣୀୟ ୪ଜି ଫୋନ୍‌ ‘ଜିଓ ଭାରତ ଭି୨’ କୁ ସୋମବାର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଦେଶ ଭିତରେ ଉତ୍ପାଦନ କରାଯାଉଥିବା ଏବଂ ମାତ୍ର ୭୧ ଗ୍ରାମ ଓଜନର ଜିଓ ଭାରତ ଭି୨ ଫୋନ୍‌ ୪ଜି ନେଟ୍‌ୱର୍କରେ କାମ କରୁଛି। ଏପରିକି ଏଥିରେ ଏଚ୍‌ଡି ଭଏସ୍‌ କଲିଂ, ଏଫ୍‌ଏମ୍‌ ରେଡିଓ, ୧୨୮ଜିବିର ଏସ୍‌ଡି ମେମୋରି କାର୍ଡ ସପୋର୍ଟ ଭଳି ସୁବିଧା ରହିଛି। ସେହିଭଳି ଉକ୍ତ ମୋବାଇଲ୍‌ରେ ୪.୫ ସେମିର ଟିଏଫ୍‌ଟି ସ୍କ୍ରିନ୍‌, ୦.୩ ମେଗାପିକ୍‌ସେଲ୍‌ କ୍ୟାମେରା, ୧୦୦୦ଏମ୍‌ଏଏଚ୍‌ ବ୍ୟାଟେରି, ୩.୫ ଏମ୍‌ଏମ୍‌ର ହେଡ୍‌ଫୋନ୍‌ ଜ୍ୟାକ୍‌, ଶକ୍ତିଶାଳୀ ଲାଉଡ୍‌ସ୍ପିକର ଓ ଟର୍ଚ୍ଚ ଭଳି ସୁବିଧା ରହିଛି। ଅପରପକ୍ଷରେ ଜିଓ ଭାରତ ଭି୨ ମୋବାଇଲ୍‌ ଗ୍ରାହକମାନଙ୍କୁ ଜିଓ ସିନେମାର ସବ୍‌ସ୍କ୍ରିପ୍‌ସନ୍‌ ସହିତ ଜିଓ-ସାବନରେ ଥିବା ୮କୋଟି ଗୀତ ଶୁଣିବାର ସୁଯୋଗ ମିଳିବ। ଏହାର ଗ୍ରାହକମାନେ ଜିଓ ପେ’ଜରିଆରେ ୟୁପିଆଇ କାରବାର କରିପାରିବେ। ଭାରତର ପ୍ରମୁଖ ଭାଷାଭାଷୀ ଗ୍ରାହକମାନେ ଜିଓ ଭାରତ ଭି୨କୁ ବ୍ୟବହାର କରିପାରିବେ। ଏହି ମୋବାଇଲ୍‌ ୨୨ ଭାରତୀୟ ଭାଷାରେ କାମ କରିପାରିବ। ସୂଚନାଯୋଗ୍ୟ ୨୦୨୩ ଜୁଲାଇ ୭ରେ ଜିଓ ଭାରତ ଭି୨ର ବିଟା ପରୀକ୍ଷଣ ଶୁଭାରମ୍ଭ କରାଯିବ ବୋଲି ଜିଓ ପକ୍ଷରୁ ଘୋଷଣା କରାଯାଇଛି। ଜିଓ ଭାରତ ଭି୨ ଫୋନ୍‌କୁ ଦେଶର ୬୫୦୦ ତହସିଲରେ ପହଞ୍ଚାଇବାକୁ କମ୍ପାନି ଲକ୍ଷ୍ୟ ରଖିଛି।

Share