ବରଗଡ଼ରେ ପୁଣି ୯୯ ନୂଆ କରୋନା ଆକ୍ରାନ୍ତ, ଏମାନଙ୍କ ମଧ୍ୟରେ ଅଛନ୍ତି ୬ ଶିଶୁ

ବରଗଡ଼ ଅଫିସ,୧ା୧୧: ବରଗଡ଼ ଜିଲାରେ ରବିବାର ପୁଣି ୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ। ଏମାନଙ୍କ ମଧ୍ୟରେ ୬ ଶିଶୁଙ୍କ ସମେତ ୩୩ ମହିଳା ଓ ୬୬ ପୁରୁଷ ଅଛନ୍ତି। ନୂଆ ପଜିଟିଭ୍‌ଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୭୨୯ରେ ପହଞ୍ଚିଛି।  ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୨୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।