ପ୍ରେମ ପାଇଁ ୯୭ ଲକ୍ଷ ହଡ଼ପ

ଭୁବନେଶ୍ୱର, ୩୦।୪ (ବ୍ୟୁରୋ): ପ୍ରେମରେ ଅନ୍ଧ ହୋଇ ଏକ ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ୯୭ଲକ୍ଷ ଟଙ୍କା ହଡ଼ପ କରିଥିଲେ ମହିଳା ଆକାଉଣ୍ଟାଣ୍ଟ। ଉକ୍ତ ଟଙ୍କାକୁ ପ୍ରେମିକଙ୍କ ପାଖକୁ ପଠାଇ ନିଜ ସ୍ବପ୍ନକୁ ସାକାର କରିବାକୁ ଚାହିଁ ବସିଥିଲେ। ହେଲେ ଯାହା ପାଇଁ ମାଲିକଙ୍କ ବିଶ୍ୱାସରେ ବିଷ ଦେଇ ଟଙ୍କା ହଡ଼ପ କରିଥିଲେ, ସେ ମଧ୍ୟ ଶେଷରେ ଧୋକାଦେଲେ। ତେବେ ଶିକ୍ଷାନୁଷ୍ଠାନ ପକ୍ଷରୁ ଅଭିଯୋଗ ପରେ ଶେଷରେ ବନ୍ଧା ହୋଇଛନ୍ତି ସମ୍ପୃକ୍ତା ଆକାଉଣ୍ଟାଣ୍ଟ। ସେ ହେଲେ ତମାଣ୍ଡୋ ଅଞ୍ଚଳରେ ଥିବା ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟିର ଆକାଉଣ୍ଟାଣ୍ଟ କଟକ ଜିଲା ୪୨ମୌଜାର ପାୟଲ ମହାପାତ୍ର (୨୭)। ପୋଲିସ ମାମଲା (ନଂ.୧୧୦/୨୨) ରୁଜୁ କରି ଅଭିଯୁକ୍ତା ପାୟଲଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଟଙ୍କା ନେଇଥିବା ପ୍ରେମିକ ଝାଡ଼ଖଣ୍ଡ ରାଞ୍ଚତ୍ର ବିକାଶ କୁମାର ବୋଲି ଜଣାପଡ଼ିଛି। ତାଙ୍କୁ ଗିରଫ କରିବାକୁ ଏକ ସ୍ବତନ୍ତ୍ର ଟିମ୍‌ ଝାଡ଼ଖଣ୍ଡ ଯିବ ବୋଲି ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ପାୟଲ ସିଭି ରମଣ ବିଶ୍ୱବିଦ୍ୟାଳୟରେ ୨୦୧୭ ଫେବୃୟାରୀରୁ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ତେବେ ୨୦୧୯ରେ ପାସ୍‌ ଆଉଟ୍‌ ଛାତ୍ର ବିକାଶ କୁମାରଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ପରବର୍ତ୍ତୀ ସମୟରେ ପାୟଲଙ୍କୁ ପ୍ରେମ ଜାଲରେ ଫସାଇଥିଲେ ବିକାଶ। ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ। ପାଠପଢ଼ା ସରିବା ପରେ ବିକାଶ ଝାଡ଼ଖଣ୍ଡ ଚାଲିଯାଇଥିଲେ ମଧ୍ୟ ପାୟଲଙ୍କ ସହ ସବୁବେଳେ ଯୋଗାଯୋଗରେ ରହୁଥିଲେ। ବାପା ଓ ମା’ଙ୍କ ଦେହ ଖରାପ କହି ବିକାଶ ପ୍ରେମିକା ପାୟଲଙ୍କୁ ବାରମ୍ବାର ଟଙ୍କା ମାଗିଥିଲେ। ପ୍ରେମରେ ଅନ୍ଧ ହୋଇଯାଇଥିବା ପାୟଲ ଟଙ୍କା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ନିଜେ ବିଶ୍ୱବିଦ୍ୟାଳୟର ଟଙ୍କା କାରବାର ଦାୟିତ୍ୱରେ ଥିବାରୁ ତାହାକୁ ହଡ଼ପ କରିବାକୁ ସେ ଚିନ୍ତା କରିଥିଲେ। ତାଙ୍କ କାର୍ଯ୍ୟଥିଲା ଛାତ୍ରୀଛାତ୍ରଙ୍କଠାରୁ ଫି’ ସଂଗ୍ରହ କରି ଜେନେରାଲ ମ୍ୟାନେଜରଙ୍କୁ (ଆକାଉଣ୍ଟ୍‌ସ) ଜଣାଇ ଶିକ୍ଷାନୁଷ୍ଠାନ ଆକାଉଣ୍ଟରେ ଜମା କରିବା। କିନ୍ତୁ ସେ ପିଲାଙ୍କ ଟଙ୍କାକୁ ଉକ୍ତ ଆକାଉଣ୍ଟରେ ନ ରଖି ନିଜ ନାମରେ ଥିବା ୟୁନିଅନ ବ୍ୟାଙ୍କ ମହୁରା ଶାଖା ଓ ଆକ୍ସିସ୍‌ ବ୍ୟାଙ୍କ୍‌ ବାଦାମବାଡ଼ି ଶାଖା ଆକାଉଣ୍ଟରେ ଜମା କରୁଥିଲେ। ତାହାକୁ ଫୋନ୍‌ ପେ’ ଓ ଇ-ଟ୍ରାଞ୍ଜାକ୍ସନ ମାଧ୍ୟମରେ ପ୍ରେମିକ ବିକାଶ ପାଖକୁ ପଠାଉଥିଲେ। ଅଭିଯୋଗର ୭ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟର ବାର୍ଷିକ ଅଡିଟ୍‌ ସମୟରେ ଟଙ୍କା ଜମାରେ ହେରଫେର ହୋଇଥିବା ଜଣାପଡିଥିଲା। ଏହାପରେ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କୁ ଏନେଇ ପଚରାଉଚରା କରିବାରୁ ପାୟଲ ଟଙ୍କା ନେଇଥିବା ମାନିଥିଲେ। ଏନେଇ ବିଶ୍ୱବିଦ୍ୟାଳୟର ଜେନେରାଲ ମ୍ୟାନେଜର (ଆକାଉଣ୍ଟ୍‌ସ) ଫିରୋଦ କୁମାର ଶତପଥୀଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ପାୟଲଙ୍କୁ ତାଙ୍କ ଅଫିସରୁ ଗିରଫ କରିଥିଲା। ପୋଲିସ ପଚରାଉଚୁରାବେଳେ ସେ ବିକାଶଙ୍କ ପାଖକୁ ୯୭ଲକ୍ଷ ଟଙ୍କା ପଠାଇଥିବା କହିଥିଲେ। ଫଳରେ ପୋଲିସ ପାୟଲଙ୍କ ପ୍ରେମିକ ବିକାଶଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri