ସାଇବର ଠକ ଲୁଟିନେଲେ ୯୬ ହଜାର

ବ୍ରହ୍ମପୁର ଅଫିସ,୩୧ା୧୨: ଜଣେ ମହିଳା ଫ୍ଲିପକାର୍ଟରେ ଏକ ସ୍ବେଟର୍‌ ମଗାଇଥିଲେ। ତାହା ପସନ୍ଦ ନ ହେବାରୁ ଫେରାଇବାକୁ ଚାହିଁଥିଲେ। ସାଇବର ଠକ କୌଣସି ସୂତ୍ରରୁ ଏହା ଜାଣିଯାଇଥିଲେ। ଅଜଣା ନମ୍ବରରୁ ସମ୍ପୃକ୍ତ ମହିଳାଙ୍କୁ ଫୋନ୍‌ କରି ବିଶ୍ୱାସଭାଜନ ହେବାପରେ ଅନଲାଇନରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ଏନେଇ ମହିଳା ଜଣଙ୍କ ସାଇବର ଅର୍ଥନେତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି।
ଅନ୍ଧପସରା ରୋଡ଼ ସ୍ଥିତ ନନ୍ଦିବିହାରରେ ରହୁଥିବା ଜଣେ ମହିଳା ଫ୍ଲିପକାର୍ଟରେ ଏକ ସ୍ବେଟର୍‌ ମଗାଇଥିଲେ, ଯାହାର ଦାମ୍‌ ୩୧୬୦ ଟଙ୍କା ଥିଲା। ଗତ ୨ ତାରିଖରେ ତାଙ୍କ ଅର୍ଡ଼ର ପହଞ୍ଚତ୍ଥିଲା। ସେ ଉଲ୍‌ ସ୍ବେଟର୍‌ ମଗାଇଥିବା ବେଳେ କଟନ୍‌ ସ୍ବେଟର୍‌ ଆସିଥିବାରୁ ତାକୁ ଫେରାଇବାକୁ ଚାହିଁଥିଲେ। ଡେଲିଭରି ବୟ ଦୁଇଥର ତାଙ୍କୁ ମନା କରିବାରୁ ବାଧ୍ୟ ହୋଇ ମହିଳା ଜଣକ କଷ୍ଟମର୍‌ କେୟାରକୁ ଗତ ୧୧ତାରିଖରେ ଯୋଗାଯୋଗ କରିଥିଲେ। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶ୍ୱାସନା ମିଳିଥିଲା। ଗତ ୧୨ ତାରିଖରେ ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ ଫୋନକଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ସେ ଫେରସ୍ତ କରିବାକୁ ଚାହୁଁଥିବା ସ୍ବେଟରର ସବିଶେଷ ବିବରଣୀ ଦେଇଥିଲେ। ତେଣୁ ତାଙ୍କ ଉପରେ ମହିଳାଙ୍କ ବିଶ୍ୱାସ ଆସିଥିଲା। ଏହାପରେ ସେ ମୋବାଇଲ ପ୍ଲେ ଷ୍ଟୋରରୁ ‘ଏନି ଡେସ୍କ’ ଆପ୍‌ ଡାଉନଲୋଡ କରିବାକୁ କହିଥିଲେ। ଉକ୍ତ ଆପ୍‌ ଡାଉନଲୋଡ କରିବା ପରେ ଫୋନପେ ଆପ୍ଲିକେସନକୁ ଖୋଲିବାକୁ କହିଥିଲେ। ଫୋନ ପେ ଆପ୍ଲିକେସନ୍‌ ଖୋଲିବାର କିଛି ସମୟ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ଟି ଟ୍ରାଞ୍ଜାକ୍ସନରେ ୯୬,୪୪୩ଟଙ୍କା ଅନ୍ୟ ଏକ ଅଜଣା ମୋବାଇଲ୍‌ ନମ୍ବରକୁ ସ୍ଥାନାନ୍ତର ହୋଇଗଲା। ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇ ସେ ସାଇବର ଓ ଅର୍ଥନେତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ୫୫/୨୨ ରେ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri