ବିଦ୍ୟୁତ୍‌ ଆଘାତରେ ୬ ବର୍ଷରେ ୯୬ ହାତୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୩ା୧୧ (ବନ୍ଦନା ସେଠୀ):ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ବଢି ଚାଲିଥିବାବେଳେ ପ୍ରତି ସପ୍ତାହରେ ବିଭିନ୍ନ ସ୍ଥାନରୁ ହାତୀ ମୃତ୍ୟୁ ଓ ଅସୁସ୍ଥ ଖବର ମିଳୁଛି। କେତେବେଳେ ଶିକାରୀଙ୍କ ଗୁଳି ତ ଆଉ କେତେବେଳେ ଟ୍ରେନ୍‌ ଦୁର୍ଘଟଣା ଏବଂ ବିଦ୍ୟୁତ୍‌ ଆଘାତ ସେମାନଙ୍କ ପାଇଁ କାଳ ସାଜୁଛି। ତେବେ ବିଦ୍ୟୁତ୍‌ ଆଘାତରେ ଅଧିକାଂଶ ହାତୀଙ୍କ ମୃତ୍ୟୁ ଘଟୁଛି। ଗତ ୬ବର୍ଷରେ ରାଜ୍ୟରେ ବିଦ୍ୟୁତ୍‌ ଆଘାତରେ ୯୬ ହାତୀଙ୍କ ଜୀବନ ଯାଇଥିବା ଜଣାପଡିଛି। ୨୦୧୯ରେ ବିଦ୍ୟୁତ୍‌ ଆଘାତରେ ୯ଟି ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିରୁ ୨ଟି ହାତୀଙ୍କର ଆକ୍ସିଡେଣ୍ଟାଲ୍‌ ଅର୍ଥାତ୍‌ ଝୁଲି ରହିଥିବା ବିଦ୍ୟୁତ୍‌ ତାର କିମ୍ବା ଟ୍ରାନ୍ସଫର୍ମରରେ ଶୁଣ୍ଢ ଗଳାଇ ଦୁର୍ଘଟଣା କାରଣରୁ ମୃତ୍ୟୁ ହୋଇଛି। ବାକି ୭ଟି ହାତୀଙ୍କ ଡେଲିବରେଟ୍‌ ଅର୍ଥାତ୍‌ ବିଦ୍ୟୁତ୍‌ ଫାଶ କିମ୍ବା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ୍‌ ତାର ଆଘାତରେ ମୃତ୍ୟୁ ହୋଇଛି। ସେହିପରି ୨୦୨୦ରେ ୮ ହାତୀ, ୨୦୨୧ରେ ୧୧ ହାତୀ, ୨୦୨୨ରେ ୨୧ ହାତୀ, ୨୦୨୩ରେ ୨୨ ହାତୀ ଏବଂ ୨୦୨୪ ନଭେମ୍ବର ୨୦ ସୁଦ୍ଧା ୨୫ ହାତୀଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ଏହିପରି ୬ବର୍ଷରେ ଆଖି ବୁଜିଥିବା ୯୬ଟି ହାତୀଙ୍କ ମଧ୍ୟରୁ ୭୯ଟି ହାତୀଙ୍କର ଡେଲିବରେଟ୍‌ ଏବଂ ୧୭ଟି ହାତୀଙ୍କ ଦୁର୍ଘଟଣାବଶତଃ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ସେହିପରି ଚଳିତବର୍ଷ ଜାନୁଆରୀରୁ ଏଯାଏ ୬୩ଟି ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ସେଥିରୁ ୫୦ଟି ହାତୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି। କେଉଁ କାରଣ ପାଇଁ ଏତେ ସଂଖ୍ୟକ ହାତୀଙ୍କ ମୃତ୍ୟୁ ହେଉଛି, ତାହାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏତେ ପରେ ବି ହାତୀମୃତ୍ୟୁରେ ରୋକ୍‌ ଲାଗିପାରୁ ନାହିଁ। ତେଣୁ ଏହାକୁ ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସେସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡିର ତଥ୍ୟ ଅନୁଯାୟୀ, ରାଜ୍ୟରେ ଯେତିକି ହାତୀ ରହିବା କଥା, ଏବେ ତା’ଠାରୁ ୪ଶହ ଅଧିକ ହାତୀ ଅର୍ଥାତ୍‌ ମୋଟ୍‌ ୨୦୯୮ ହାତୀ ଅଛନ୍ତି। ମାତ୍ର ଯେଉଁ ମାତ୍ରାରେ ହାତୀଙ୍କ ମୃତ୍ୟୁ ହେଉଛି ତାକୁ ଆକଳନ କଲେ, ଆଉ କିଛିବର୍ଷ ପରେ ରାଜ୍ୟ ହାତୀଶୂନ୍ୟ ହେବା ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ସୁଶାନ୍ତ ନନ୍ଦ କହିଛନ୍ତି, ବିଦ୍ୟୁତ୍‌ ଆଘାତରେ ହାତୀଙ୍କ ସମେତ ଅନେକ ସମୟରେ ଲୋକଙ୍କର ମଧ୍ୟ ଜୀବନ ଯାଉଛି। ତେଣୁ ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗ ମିଳିତ ଭାବେ କାମ କଲେ, ନିଶ୍ଚିତ ଭାବେ ହାତୀ ମୃତ୍ୟୁରେ ରୋକ ଲାଗିପାରିବ। ଏବେ ବନ ବିଭାଗ ମଧ୍ୟ ଓ୍ବାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ୍‌ ଆକ୍ଟ ଅନୁଯାୟୀ ନିଜଆଡୁ ମାମଲା ଦାୟର କରୁଛି ଏବଂ ଦୋଷୀଙ୍କୁ ଧରାଯାଉଛି। ବିଦ୍ୟୁତ୍‌ ବିଭାଗ ପାଓ୍ବାର ସପ୍ଲାଏ କରୁଛି। ତେଣୁ କୌଣସି ସ୍ଥାନରେ ହୁକିଂ ଦ୍ୱାରା ବିଦ୍ୟୁତ୍‌ ଚୋରି ହେଲେ ସେମାନେ ମାମଲା ଦାଏର କରିବା ଆବଶ୍ୟକ ବୋଲି ପିସିସିଏଫ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri