ଏହି ପ୍ରସିଦ୍ଧ ଅଭିନେତାଙ୍କ ସହ ନୂଆ ଫିଲ୍ମ ଶୁଟିଂ କରୁଛନ୍ତି ଦୀପିକା: ବକ୍ସ ଅଫିସ୍‌ରେ ସୁପର ହିଟ୍‌ ଯୋଡି ଭାବେ ଜଣାଶୁଣା

ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ କିଛି ଦିନ ପୂର୍ବରୁ ଶକୁନ ବତ୍ରାଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ ଡ୍ରାମା ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲେ। ବର୍ତ୍ତମାନ ସେ ଅଭିନେତା ଶାହରୁଖ ଖାଁଙ୍କ ସହ ଫିଲ୍ମ ‘ପଠାନ’ର ଶୁଟିଂ ଆରମ୍ଭ କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୀପିକା ସୋମବାର ଠାରୁ ସେଟ୍‌ରେ କାମ ଆରମ୍ଭ କରିଛନ୍ତି।

ସେ ମୁମ୍ବାଇର ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ଶାହରୁଖଙ୍କ ସହ ‘ପଠାନ’ର ଶୁଟିଂ ଆରମ୍ଭ କରିଛନ୍ତି। ଫିଲ୍ମର ମୁଖ୍ୟ ଅଭିନେତା ଶାହରୁଖ ମୁମ୍ବାଇରେ କିଛି ଦିନ ପୂର୍ବରୁ ଶୁଟିଂ ଆରମ୍ଭ କରିଥିଲେ। ଚତୁର୍ଥ ଥର ପାଇଁ ‘ପଠାନ’ରେ ଉଭୟ ରୋମାଣ୍ଟିକ ଯୋଡି ଭାବେ ନଜରକୁ ଆସିବେ। ଏହାପୂର୍ବରୁ ‘ଓମ୍‌ ଶାନ୍ତି ଓମ୍‌’, ‘ହାପି ନ୍ୟୁ ଇୟର’ ଏବଂ ‘ଚେନ୍ନାଇ ଏକ୍ସପ୍ରେସ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ଏକାଠି କାମ କରିଛନ୍ତି। ଏହି ୩ ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପର ହିଟ୍‌ ହୋଇଥିଲା। ଫିଲ୍ମରେ ଶାହରୁଖଙ୍କ ହିରୋଇନ ଭାବେ ଦୀପିକା ଓ ଭିଲେନ ଭୂମିକାରେ ଜନ୍‌ ଆବ୍ରାହମ୍‌ଙ୍କୁ ଦେଖିବାକୁ ମିଳିବ। ଜନ୍‌ ପାଇଁ ଶୁଟିଂ ଆରମ୍ଭ କରିନାହାଁନ୍ତି। ସେ ଅନ୍ୟ ଫିଲ୍ମରେ ବର୍ତ୍ତମାନ ବ୍ୟସ୍ତ ଥିବା ବେଳେ ଫିଲ୍ମ ଶେଷ ପରେ ଶାହରୁଖଙ୍କ ସହ କାମ କରିବେ।

Share