Posted inଜାତୀୟ

୯ ହଜାର କୋଟିର ବ୍ୟାଙ୍କ ଠକେଇ

କୋଲକାତା,୧୬।୫: ବାଂଲାଦେଶର ଏକ ବ୍ୟାଙ୍କରୁ ୯ ହଜାର କୋଟି ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର ୬ ଜଣଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ୍‌ ପ୍ରଶାନ୍ତ ହଲଦାର ତାଙ୍କ ଦେଶର ବ୍ୟାଙ୍କରୁ ଋଣ ନେଇ ଜାଲ୍‌ ପ୍ରମାଣପତ୍ର ବଳରେ ପଶ୍ଚିମବଙ୍ଗରେ ସମ୍ପତ୍ତି କିଣିଛନ୍ତି। ସେ ବାଂଲାଦେଶ ନାଗରିକ ହୋଇଥିବାବେଳେ ନକଲି ରାଶନ କାର୍ଡ, ପ୍ୟାନ୍‌ କାର୍ଡ ସାଙ୍ଗକୁ ଆଧାର କାର୍ଡ ଆଦି ଦେଖାଇ ଛଦ୍ମ ନାମ ଶିବଶଙ୍କର ହଲଦାର ଭାବେ ଭାରତରେ ରହୁଥିଲେ।

ପ୍ରଶାନ୍ତ ଓ ତାଙ୍କ ୫ ସହଯୋଗୀଙ୍କୁ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡି ଗିରଫ କରିଛି। ବ୍ୟାଙ୍କରୁ ଆଣିଥିବା ଅର୍ଥରେ ପ୍ରଶାନ୍ତ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ସମ୍ପତ୍ତି କିଣିବା ସହ କିଛି ଜାଲ୍‌ କମ୍ପାନୀ ସ୍ଥାପନ କରିଥିବା ଜଣାପଡ଼ିଛିି। ମାମଲାର ତଦନ୍ତ ପାଇଁ ଇଡି ପଶ୍ଚିମବଙ୍ଗର ୧୧ଟି ସ୍ଥାନରେ ଚଢ଼ାଉ କରିଥିଲା। ତାଙ୍କ ନିକଟରୁ ବାଂଲାଦେଶ, ଭାରତ ଓ ଗ୍ରେନେଡାର ପାସ୍‌ପୋର୍ଟ ଇଡିର ହସ୍ତଗତ ହୋଇଛି। ବାଂଲାଦେଶ ସରକାରଙ୍କ ଅନୁରୋଧ କ୍ରମେ ଇଣ୍ଟରପୋଲ ପ୍ରଶାନ୍ତଙ୍କ ବିରୋଧରେ ରେଡ୍‌ କର୍ନର ନୋଟିସ ଜାରି କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କେବେ ସରିବ ଇରାନ-ଇସ୍ରାଏଲ ଯୁଦ୍ଧ? ଇରାନ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଅପଡ଼େଟ୍

ତେହରାନ,୩୧।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି, ତଥାପି ମିଶାଇଲ୍ ଏବଂ ଡ୍ରୋନର ଆକ୍ରମଣ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଆମେରିକା କିମ୍ବା…

ଇଣ୍ଡୋନେସିଆରେ ବୁଡ଼ିଲା ଡଙ୍ଗା, ୨୭ ନିଖୋଜ

ଜାକର୍ତ୍ତା,୩୧।୩: ଇଣ୍ଡୋନେସିଆର ଏକ ଦୁର୍ଗମ ଗ୍ରାମକୁ ଯାଉଥିବା ଏକ ଡଙ୍ଗା ଖରାପ ପାଗରେ ଫସିଯିବା ପରେ ବୁଡ଼ି ଯାଇଥିବା ଖବର ମିଳିଛିା। ଏହି ଘଟଣାରେ ୨୭ ଜଣ…

୪ ବର୍ଷ ହେଲା ସରୁନାହିଁ ପାନୀୟଜଳ ପ୍ରକଳ୍ପ କାମ: ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ପିପିଲିପାଲିରେ ପୋଖରୀ, ନାଲା ଶୁଖିଲା ପଡିଛି। ଏପରି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ। ଏଭଳି ପରିସ୍ଥିତିରେ…

ଭାରତ ଆସୁଥିବା ଇରାନୀ ବିମାନକୁ ଟାର୍ଗେଟ କଲା ଆମେରିକା, ବିଶ୍ବରେ ଚହଳ

ତେହରାନ,୩୧।୩: ଇରାନର ମଶାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ ହୋଇଥିବା ଏକ ମହାନ ଏୟାରର ଏକ ବିମାନ ଆମେରିକା ଏୟାରଷ୍ଟ୍ରାଇକର ଶିକାର ହୋଇଛି । ରିପୋର୍ଟ ଅନୁସାରେ, ମଶାଦ…

ସରକାରୀ ବସ୍‌ଷ୍ଟାଣ୍ଡ୍‌, ମିଳୁନି ମୌଳିକ ସେବା: ଯାତ୍ରୀ ହଟହଟା

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକଶିତ ହେଉଛି। ରାସ୍ତାଘାଟ ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଡ୍ରେନ୍‌ ନିର୍ମାଣ କରାଯାଉଛି। ଏଥିପାଇଁ ଅନେକ ଗରିବ ଖଟିଖିଆ ଲୋକଙ୍କୁ ସେମାନଙ୍କ ଉଠା…

ବିମାନର ଏମର୍ଜେନ୍ସି ଗେଟ୍‌ ଖୋଲୁଥିଲେ ଯାତ୍ରୀ, ପଚାରିବାରୁ ଏମିତି କହିଲେ, ସମସ୍ତେ ଆଶ୍ଚର୍ଯ୍ୟ

ବାରାଣସୀ, ୩୧ା୩:ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଶନିବାର ରାତିରେ ଆସୁଥିବା ଇଣ୍ଡିଗୋ ବିମାନ (୬ଇ-୧୮୫) ଭିତରେ ଘଟିଛି ହାଇଡ୍ରାମା। ଜଣେ ୨୬ ବର୍ଷୀୟ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ୧୦୦ରୁ…

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri