Posted inଜାତୀୟ

୯୦୦ କାରିଗର ୧୦ ଲକ୍ଷ ଘଣ୍ଟା ପରିଶ୍ରମ କରି ପ୍ରସ୍ତୁତ କରିଛନ୍ତି ନୂଆ ସଂସଦ ଭବନରେ ଲଗାଯାଇଥିବା କାର୍ପେଟ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ନୂତନ ସଂସଦ ଭବନର ‘ପ୍ରତ୍ୟେକ ବିବରଣୀ’ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଭିତରେ ଲୋକ ସଭା ଏବଂ ରାଜ୍ୟ ସଭାର ଚଟାଣରେ ଶୋଭା ପାଉଥିବା କାର୍ପେଟ ବିଷୟରେ ମଧ୍ୟ ଆଲୋଚନା ହେଉଛି। କୁହାଯାଇଛି ଯେ ଉତ୍ତରପ୍ରଦେଶର ପ୍ରାୟ ୯୦୦ କାରିଗର ୧୦ ଲକ୍ଷ ଘଣ୍ଟା ବୁଣାକାମ କରି କାର୍ପେଟ ପ୍ରସ୍ତୁତ କରିଛନ୍ତି।
ଲୋକ ସଭା ଏବଂ ରାଜ୍ୟ ସଭାର କାର୍ପେଟରେ ଯଥାକ୍ରମେ ଜାତୀୟ ପକ୍ଷୀ ମୟୂର ଏବଂ ଜାତୀୟ ଫୁଲ ପଦ୍ମର ଉତ୍କୃଷ୍ଟ ରୂପକୁ ଚିତ୍ରିତ କରାଯାଇଛି। ଏହି କାର୍ପେଟଗୁଡିକ ଉତ୍ପାଦନ କରୁଥିବା ୧୦୦ ବର୍ଷରୁ ଅଧିକ ପୁରୁଣା ଭାରତୀୟ କମ୍ପାନୀ ‘ଓବିଟି କାର୍ପେଟ’ କହିଛି ଯେ ବୁଣାକାରମାନେ ଲୋକ ସଭା ଏବଂ ରାଜ୍ୟ ସଭା ପାଇଁ ୧୫୦ରୁ ଅଧିକ କାର୍ପେଟ ତିଆରି କରିଥିଲେ ଏବଂ ପରେ ଏହାକୁ ୩୫,୦୦୦ ବର୍ଗଫୁଟର ଏକ କ୍ଷେତ୍ର ଉପରେ ବିଛାଇବା ପାଇଁ ଦୁଇଟି ଗୃହର ସ୍ଥାପତ୍ୟ ଅନୁଯାୟୀ ସେମି ସର୍କଲ ଆକାରରେ ରଖି ସିଲେଇ କରାଯାଇଛି।
ଓବିଟି କାର୍ପେଟର ସଭାପତି ରୁଦ୍ର ଚାଟାର୍ଜୀ କହିଛନ୍ତି, ବୁଣାକାରମାନେ ୧୭,୫୦୦ ବର୍ଗଫୁଟ ଉପରେ ବିସ୍ତାରିତ ସଂସଦ କକ୍ଷ ପାଇଁ କାର୍ପେଟ ପ୍ରସ୍ତୁତ କରିବାକୁ ପଡିଥିଲା। ଡିଜାଇନ ଟିମଙ୍କ ପାଇଁ ଏହା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା କାରଣ ସେମାନଙ୍କୁ କାର୍ପେଟର ବ୍ୟକ୍ତିଗତ ଖଣ୍ଡଗୁଡ଼ିକୁ ଯତ୍ନର ସହ ତିଆରି କରି ଏକତ୍ର ସିଲେଇ କରିବାକୁ ପଡୁଥିଲା, କାର୍ପେଟ ଏକତ୍ର ହେବା ପରେ ମଧ୍ୟ ବୁଣାକାରଙ୍କ ସୃଜନଶୀଳ ଦକ୍ଷତା ସଂରକ୍ଷିତ ହୋଇ ରହିଥିଲା ଏବଂ କାର୍ପେଟ ଏକ ବ୍ୟାପକ ପରିସରରେ ବହୁ ଲୋକଙ୍କ ଯିବା ଆସିବା ପରେ ମଧ୍ୟ ଏହା ଖରାପ ହେବ ନାହିଁ।
ରାଜ୍ୟ ସଭାରେ ବ୍ୟବହୃତ ରଙ୍ଗ ମୁଖ୍ୟତଃ କୁଙ୍କୁମ ଲାଲ ରଙ୍ଗ ଦ୍ୱାରା ଅନୁପ୍ରାଣିତ ହୋଇଥାଏ ଏବଂ ଲୋକ ସଭାରେ ବ୍ୟବହୃତ ସବୁଜ ରଙ୍ଗ ଭାରତୀୟ ମୟୂରର ପକ୍ଷି ଦ୍ୱାରା ଅନୁପ୍ରାଣିତ ହୋଇଥାଏ । କାରୁକାର୍ଯ୍ୟର ଜଟିଳତା ବିଷୟରେ ସେ କହିଛନ୍ତି ଯେ କାର୍ପେଟ ତିଆରି କରିବା ପାଇଁ ବର୍ଗ ଇଞ୍ଚ ପ୍ରତି ୧୨୦ ନଟ ବା ଗଣ୍ଠି ବୁଣା ହୋଇଛି, ଅର୍ଥାତ ୬୦କୋଟିରୁ ଅଧିକ ନଟ ବୁଣା ହୋଇଛି। ଉତ୍ତରପ୍ରଦେଶର ଭଦୋହି ଏବଂ ମିର୍ଜାପୁର ଜିଲ୍ଲାର ବୁଣାକାରମାନେ ନୂତନ ସଂସଦ ଗୃହର ଉପର ଓ ତଳ ଘର ପାଇଁ କାର୍ପେଟ ପ୍ରସ୍ତୁତ କରିବା ପାଇଁ ଏକ ଲକ୍ଷ ଘଣ୍ଟା ପରିଶ୍ରମ କରିଛନ୍ତି।

ଚାଟାର୍ଜୀ କହିଛନ୍ତି, ବିଶ୍ୱ ମହାମାରୀ ମଧ୍ୟରେ ଆମେ ଏହି କାର୍ଯ୍ୟ ୨୦୨୦ରେ ଆରମ୍ଭ କରିଛୁ। ସେପ୍ଟେମ୍ବର ୨୦୨୧ରୁ ଆରମ୍ଭ ହୋଇଥିବା ବୁଣା ପ୍ରକ୍ରିୟା ମେ ୨୦୨୨ ସୁଦ୍ଧା ଶେଷ ହୋଇଥିଲା ଏବଂ ନଭେମ୍ବର ୨୦୨୨ରେ ଏହାକୁ ବିଛାଇବା କାମ ଆରମ୍ଭ ହୋଇଥିଲା । ଏହି କାମ ଶେଷ କରିବାକୁ ସାତ ମାସ ସମୟ ଲାଗିଲା ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri