ଜଳପଥରେ ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଚାଲିଛି

ପାରାଦୀପ,୫।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ସମେତ ଦେଶର ସମସ୍ତ ବନ୍ଦର ଭିତ୍ତିକ ସହରରେ ବୁଧବାର ୬୦ ତମ ଜାତୀୟ ନୌବାଣିଜ୍ୟ ଦିବସ ପାଳନ ହେବ। ଏଥିପାଇଁ ପ୍ରତ୍ୟେକ ବନ୍ଦର କର୍ତ୍ତୃପକ୍ଷ ଓ ସେଠାରେ ଥିବା ବ୍ୟବହାରକାରୀ ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏବେ ବିଶ୍ୱର ପ୍ରମୁଖ ଅର୍ଥନୀତି ଜଳପଥରେ ହେଉଛି। ପାଲଟଣା ବୋଇତରୁ ଏବେ ବୃହତ୍‌ ପାନାମାକ୍ସ ଜାହାଜରେ ପଣ୍ୟ କାରବାର ହେଲାଣି। ନୌବାଣିଜ୍ୟ ପରମ୍ପରା ଓଡ଼ିଶାର ବୋଲି କୁହାଯାଏ। ସାଧବପୁଅମାନେ ସାତ ସମୁଦ୍ର ପାରହୋଇ ଜାଭା ସୁମାତ୍ରା ଆଦି ଦେଶ ଯାଉଥିଲେ ବୋଲି କାର୍ତ୍ତିକ ପୂର୍ଣ୍ଣିମା ବାଲିଯାତ୍ରା ସମୟରେ ଆଲୋଚନା ହୋଇଥାଏ। କିନ୍ତୁ ଆଧୁନିକ ଭାରତର ନୌବାଣିଜ୍ୟ ଦିବସ ପ୍ରତିବର୍ଷ ଏପ୍ରିଲ ୫ରେ ହିଁ ପାଳନ କରାଯାଇଥାଏ। କାରଣ ଏମ୍‌.ଭି.ଏସ୍‌.ଏସ.ଲୟାଲିଟି ନାମକ ପଣ୍ୟବାହୀ ଜାହାଜ ୧୯୧୯ ଏପ୍ରିଲ ୫ ତାରିଖରେ ବମ୍ବେ ବନ୍ଦରରୁ ଛାଡ଼ି ସଫଳତାର ସହ ୟୁନାଇଟେଡ୍‌ କିଙ୍ଗଡମ୍‌(ୟୁକେ)ରେ ପହଞ୍ଚତ୍ ଥିଲା। ତାହା ଥିଲା ଦେଶର ପ୍ରଥମ ଜାହାଜ। ସେଥିପାଇଁ ଦେଶ ସ୍ବାଧୀନତା ହାସଲ ପରେ ୧୯୬୩ରୁ ସରକାର ଜାତୀୟ ନୌବାଣିଜ୍ୟ ଦିବସ ଭାବେ ପାଳନ କରୁଛନ୍ତି । ଏ ସମ୍ପର୍କରେ ପାରାଦୀପ ବନ୍ଦର ନୌବାଣିଜ୍ୟ ସଂଗ୍ରହାଳୟରେ ଉଲ୍ଲେଖ ରହିଛି।
ସମଗ୍ର ବିଶ୍ୱରେ ୯୦ ପ୍ରତିଶତ ଅର୍ଥନୀତି ଓ ୭୬ ପ୍ରତିଶତ ପଣ୍ୟ ପରିବହନ ଜଳପଥରେ ହେଉଛି। ସେଥିପାଇଁ ବିଶ୍ୱସ୍ତରରେ ଆଇଏମ୍‌ଓ (ଇଣ୍ଟରନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେଶନ) ଆରମ୍ଭ ହୋଇଛି। ବିଶ୍ୱର ପ୍ରାୟ ସବୁ ଦେଶର ସମ୍ବିଧାନ ଓ ନିୟମ ଅଲଗା। କିନ୍ତୁ ଜାହାଜ ଚଳାଚଳ କ୍ଷେତ୍ରରେ ଗୋଟିଏ ଆଇନ ରହିଛି। ତାକୁ ଆଇଏମଓ କୁହାଯାଏ ବୋଲି ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ (ପିଆଇସିଟି)ମୁଖ୍ୟ ସୌଭିକ ସାହା କୁହନ୍ତି। ସମ୍ପ୍ରତି ନୌପରିବହନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଓଡ଼ିଶାର କିଛି ସ୍ଥାନରେ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ପାରାଦୀପର ଇଫ୍‌କୋ କାରଖାନା ପଛ ମହାନଦୀରେ ନଦୀଭିତ୍ତିକ ବନ୍ଦର କାର୍ଯ୍ୟକ୍ଷମ ହୋଇଛି ବୋଲି ଏ ସି ଇ କମର୍ସିଆଲ ମ୍ୟାନେଜର ଅକ୍ଷୟ ଚନ୍ଦ୍ର ସୂତାର କୁହନ୍ତି। କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନା ଅଧୀନରେ ନଦୀ ସଂଯୋଗ ପାଇଁ ପ୍ରସ୍ତାବ ରହିଛି। କିନ୍ତୁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ନୌବାଣିଜ୍ୟ ପାଠ ପଢ଼ିବା ପାଇଁ ସେଭଳି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ (ଓଡ଼ିଶା ମେରିଟାଇମ ଏକାଡେମୀ)ପାରାଦୀପରେ ଅଛି। ସେଠାରେ ମାତ୍ର ବର୍ଷକୁ ୪୦ ଜଣ ପିଲା ପଢ଼ିବାର ସୁଯୋଗ ଅଛି। ସେଥିରେ ଝିଅମାନଙ୍କ ପାଇଁ କୌଣସି ସୁବିଧା ନାହିଁ। ଯେଉଁ ନୌବାଣିଜ୍ୟ ପାଇଁ ଓଡିଶା ନିଜକୁ ଗର୍ବ କରେ, ସେଠାରେ ଆଉ ନାବିକ ସୃଷ୍ଟି ନ ହେବା ପରିତାପର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri