ଗାଁର ୯୦ ପ୍ରତିଶତ ଲୋକ କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ କ’ଣ ରହିଛି….

ଉଦଳା,୨ା୯(ସନ୍ତୋଷ କୁମାର ବାଚ୍ଛିନୀ): ଜଣା ପଡ଼ୁନାହିଁ କାରଣ, ହେଲେ କାୟା ବିସ୍ତାର କରିଚାଲିିଛି କିଡ୍‌ନୀଜନିତ ରୋଗ। ଏହି ରୋଗର ଭୟାବହତା ଭିତରେ ପୂରା ଗ୍ରାମ ଶଙ୍କାଗ୍ରସ୍ତ। କିଏ ଖଟିଆ ଉପରେ ଶୋଇ ରହିଛି ତ ଆଉ କିଏ ହାତରେ ଆଶାବାଡ଼ି ଧରି ଚାଲୁଛି। କାହାର ଶରୀର କ୍ଷୀଣ ଅବସ୍ଥାରେ ଅଛି ତ ପୁଣି କିଏ ଯୁବାବସ୍ଥାରେ ବି ଶଯ୍ୟାଶାୟୀ। ଗାଁକୁ ପଶିଲେ ପ୍ରତି ଘରେ ପ୍ରାୟ ଏପରି ଚିତ୍ର ଦେଖିବାକୁ ମିଳିବ। ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ରାଢ଼ୋ ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଗାଁରେ ୪୦ରୁ ଅଧିକ ପରିବାର ବସବାସ କରନ୍ତି। ସେଥିମଧ୍ୟରୁ ୯୦ ପ୍ରତିଶତ ପରିବାରର ସଦସ୍ୟମାନେ ଏବେ କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ। କିଏ ୪ ମାସ ହେଲା ତ ପୁଣି କିଏ ବର୍ଷେ ହେଲା, ଆଉ କେତେଜଣ ବର୍ଷ ବର୍ଷ ଧରି ଏହି ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ ହୋଇଯାଇଛନ୍ତି। ସବୁକିଛି ଠିକ୍‌ଠାକ୍‌ ଥିବାବେଳେ ହଠାତ୍‌ ଶରୀର ଅସୁସ୍ଥ ହୋଇପଡୁଛି। ତା’ ପରେ ପରୀକ୍ଷା କରିବାରୁ ରୋଗ ସମ୍ପର୍କରେ ଜଣାପଡ଼ୁଛି। ଏହି ରୋଗରେ ଆକ୍ରାନ୍ତ ଗ୍ରାମର କେତେଜଣ ଯୁବକଙ୍କ ଅଳ୍ପ ବୟସରେ ମୃତ୍ୟୁ ମଧ୍ୟ ହୋଇଛି। ଆକ୍ରାନ୍ତମାନେ ଡାକ୍ତରଖାନାକୁ ଯାଇ ଔଷଧ ଆଣୁଥିବା ବେଳେ ଅନେକ ଔଷଧ ବାହାରୁ କିଣିବାକୁ ପଡୁଛି। ଅଧିକ ଅର୍ଥ ଦେଇ ଔଷଧ କିଣିବା ସମସ୍ତଙ୍କ ପାଇଁ ସମ୍ଭବପର ହୋଇପାରୁ ନ ଥିବାରୁ ଅନେକେ ଔଷଧ ଖାଇବା ବନ୍ଦ ମଧ୍ୟ କରିଦେଇଛନ୍ତି।
ଏହି ଗ୍ରାମକୁ କୌଣସି ସରକାରୀ ଅଧିକାରୀ କିମ୍ବା ମେଡିକାଲ ଟିମ୍‌ ଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାଁ ଭାଁ କେତେବେଳେ କେମିତି ଆଶାକର୍ମୀ ସେମାନଙ୍କ ପାଖକୁ ଆସି ବୁଲି ଯାଉଥିବା କଥା କହିଛନ୍ତି ଗ୍ରାମବାସୀ। ତେବେ କିଡ୍‌ନୀଜନିତ ରୋଗର କାରଣ ଅଦ୍ୟାବଧି ଜଣାପଡ଼ି ନ ଥିବାବେଳେ ଆଇରନ ଯୁକ୍ତ ପାଣି ଯୋଗୁ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି। ପରିତାପର ବିଷୟ ଦୀର୍ଘବର୍ଷ ହେବ ଗ୍ରାମବାସୀ କିଡ୍‌ନୀଜନିତ ରୋଗ କବଳରେ କଲବଲ ହେଉଥିଲେ ସୁଦ୍ଧା ଏଥିପ୍ରତି କାହାର ନଜର ନାହିଁ।
ଏ ସମ୍ପର୍କରେ କପ୍ତିପଦା ଉପଖଣ୍ଡ ଚିକିତ୍ସା ଅଧିକାରୀ ଲକ୍ଷ୍ମୀକାନ୍ତ ପତିଙ୍କୁ ପଚାରିବାରୁ ସେ ଘଟଣାକୁ ଗୁରୁତର ସହିତ ଗ୍ରହଣ କରିଛନ୍ତି। ଖୁବ୍‌ଶୀଘ୍ର ତଦନ୍ତ ହେବ, ରୋଗର କାରଣ ଖୋଜାଯିବ ଓ ଆକ୍ରାନ୍ତମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ତେବେ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri