ବରଗଡ଼ରୁ ୯୦ ନୂଆ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୭୬୯୮ରେ ପହଞ୍ଚିଲା

ବରଗଡ଼ ଅଫିସ,୧୪।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବୁଧବାର ଜିଲାରେ ପୁଣି ୯୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ୧୩, ଭେଡେନ ବ୍ଲକର ୮, ବରଗଡ଼ ପୌରାଞ୍ଚଳରେ ୧୬, ବରଗଡ଼ ବ୍ଲକର ୯, ଅତାବିରା ବ୍ଲକର ୧୨, ଅତାବିରା ଏନ୍‌ଏସିର ଜଣେ, ପଦ୍ମପୁର ବ୍ଲକର ୮, ପଦ୍ମପୁର ଏନ୍‌ଏସିର ୬, ଭଟଲି ବ୍ଲକର ୨, ପାଇକମାଳ ବ୍ଲକର ୪, ଅମ୍ବାଭୋନା ୨, ବିଜେପୁର ବ୍ଲକର ୪, ଗାଇସିଲେଟ ବ୍ଲକର ୩, ଝାରବନ୍ଧ ବ୍ଲକର ଜଣେ ଆକ୍ରାନ୍ତ ରହିଛନ୍ତି। ସେହିପରି ବରଗଡରେ ଚିକିତ୍ସାଧିନ ଅନ୍ୟ ଜିଲାର ଜଣେ ଆକ୍ରାନ୍ତ ଅଛନ୍ତି । ଏହାପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬୯୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୮୭୮ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୮୦୫ ଜଣ ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ହୋମ ଆଇସୋଲେଶନରେ ରହି ଚିକିତ୍ସାଧିନ ଅଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।