ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କଲେ ୯୦ କମ୍ପାନୀ, ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଫେସ୍‌ବୁକ୍‌

ନୂଆଦିଲ୍ଲୀ: ଆମେରିକାରେ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ (କଳା ଧଳା)ପ୍ରସଙ୍ଗ ସମଗ୍ର ବିଶ୍ୱରେ ଚର୍ଚ୍ଚା ପାଲଟିଛି। ଏହାର ପ୍ରଭାବ ସିଧାସଳଖ ସୋସିଆଲ ମିଡିଆ ଉପରେ ପଡ଼ିଛି। ପ୍ରାୟ ୯୦ କମ୍ପାନୀ ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କରି ଦେଇଛନ୍ତି। ଏଥିରେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଫେସ୍‌ବୁକ୍‌। ସୋସିଆଲ ନେଟୱାର୍କିଂ ସାଇଟ୍‌ ଫେସବୁକର୍‌ ସମାଲୋଚକମାନେ ସର୍ବଦା ନିନ୍ଦା କରୁଛନ୍ତି ଯେ, ଏହା ଘୃଣ୍ୟ କାର୍ଯ୍ୟକୁ ରୋକିବାରେ ବିଫଳ ହୋଇଛି। ଖାଲି ସେତିକି ନୁହେଁ, ଇନ୍‌ଷ୍ଟାଗ୍ରାମ୍‌, ଟୁଇଟରରେ ମଧ୍ୟ ବିଜ୍ଞାପନ ନିଷେଧ କରାଯାଇଛି।
ବିଶ୍ୱର ସର୍ବବୃହତ ବିଜ୍ଞାପନଦାତା ଏଚ୍‌ୟୁଏଲ୍‌(ହିନ୍ଦୁସ୍ତାନ ୟୁନିଲିଭର) ପକ୍ଷରୁ କୁହାଯାଇଛି ଯେ, ଗତ କିଛି ସପ୍ତାହ ମଧ୍ୟରେ ୯୦ କମ୍ପାନୀ ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ଟୁଇଟର୍‌ରେ ସେମାନଙ୍କର ବିଜ୍ଞାପନ ବନ୍ଦ କରି ଦେଇଛନ୍ତି। ସୋସିଆଲ ମିଡିଆ କମ୍ପାନୀଗୁଡିକ ପାଇଁ ବିଜ୍ଞାପନ ବନ୍ଦ କରିବା ସବୁଠୁ ଅଧିକ ରାଜସ୍ବ ହାନି ହୋଇଛି।

ଫେସବୁକ୍‌ କରୋନାଠାରୁ ବିଜ୍ଞାପନ ରାଜସ୍ବ ହରାଇବାକୁ ଭୟ କରିଥିଲା:
ଫେସବୁକ୍‌ ପୂର୍ବରୁ ଚେତାବନୀ ଦେଇଥିଲା ଯେ, ମହାମାରୀ କରୋନା ହେତୁ ବିଜ୍ଞାପନଦାତାମାନେ କମ୍‌ ଖର୍ଚ୍ଚ କରୁଛନ୍ତି। ବର୍ତ୍ତମାନ ସମାଜରେ ଖର୍ଚ୍ଚ କାଟିବା ଏବଂ ଜାତିଗତ  ଭେଦଭାବ ନେଇ ଜନସାଧାରଣଙ୍କ ଚିନ୍ତା ଉପରେ ଚାପ ପକାଉଛି। ସିଭିଲ ରାଇଟ୍ସ ଗ୍ରୁପ ଫେସବୁକ୍‌ରେ ଘୃଣା କଥାର ମୁକାବିଲା ପାଇଁ ଏକ ବିଜ୍ଞାପନ ବୈଠକର ଆୟୋଜନ କରିଥିଲା। ଅନ୍ୟ କମ୍ପାନୀମାନେ ଏହାକୁ ସହଯୋଗ କରିଥିଲେ।
ଏନ୍‌ଏଏସିପର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେରିକ ଜନସନ୍‌ ଏକ ବିବୃତ୍ତିରେ କହିଛନ୍ତି, ଏହା ସ୍ପଷ୍ଟ ଯେ ଫେସବୁକ୍‌ ଏବଂ ଏହାର ସିଇଓ ମାର୍କ ଜୁକରବର୍ଗ ଅବହେଳା କରିଥିଲେ। ବର୍ତ୍ତମାନ ଆମ ଗଣତନ୍ତ୍ରର କ୍ଷତି ସତ୍ତ୍ୱେ ଭୁଲ ତଥ୍ୟର ପ୍ରସାରରେ ସେମାନେ ସନ୍ତୁଷ୍ଟ। ଫେସବୁକ୍‌ ପରଦା ପଛରେ ରହି ଏସବୁ କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri