ପ୍ରତି ବର୍ଗକି.ମି.ରେ ୯୦ ପ୍ରାଣୀ

ସମ୍ବଲପୁର,୨୫।୬(ଶୁଭାଶିଷ ପାଢ଼ୀ)ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଗଣନା ଶେଷ ହୋଇଛି। ପ୍ରାୟ ୩୫୦ ବର୍ଗକିଲୋମିଟର ପରିମିତ ଅଭୟାରଣ୍ୟରେ ବନ୍ୟପ୍ରାଣୀ ସଂଖ୍ୟା ଚଳିତବର୍ଷ ବୃଦ୍ଧି ପାଇଛି। ଏଥିରେ ଉଭୟ ତୃଣଭୋଜୀ ଓ ମାଂସାହାରୀ ବନ୍ୟପ୍ରାଣୀ ଗଣନା କରାଯାଇଥିଲା। ବୈଜ୍ଞାନିକ ଓ ବୈଷୟିକ ପଦ୍ଧତିରେ ୬ଦିନ ଧରି ଗଣନା ଚାଲିଥିଲା। ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ପ୍ରତି ବର୍ଗକିଲୋମିଟରରେ ତୃଣଭୋଜୀ ପ୍ରାଣୀ ଯଥା ହରିଣ, ବାର୍‌ହା, ସମ୍ବର, ଚଉସିଂହା, ଗୟଳ ପ୍ରଭୃତି ବନ୍ୟଜନ୍ତୁଙ୍କ ଘନତା ୪୬ ରହିଥିବା ବେଳେ ପ୍ରତି ବର୍ଗକିଲୋମିଟରରେ ଏହି ପ୍ରଜାତିର ହାରାହାରି ୯୦ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବିଚରଣ କରୁଛନ୍ତି। ସେହିପରି ୧୦୯୯ ମାଂସାହାରୀ ପ୍ରାଣୀଙ୍କ ଉପସ୍ଥିତି ସର୍ବେକ୍ଷଣ କରାଯାଇଛି। ସେମାନଙ୍କ ମଧ୍ୟରେ ଭାଲୁ, କଲରାପତରିଆ (ଲିଓପାର୍ଡ଼) ସର୍ବାଧିକ ସଂଖ୍ୟାରେ ଆକଳନ କରାଯାଇଛି। ଗଣନା ସମୟରେ ଗୋଟିଏ ମହାବଳ ବାଘର ଉପସ୍ଥିତି ଠାବ କରାଯାଇଥିଲା। ବହୁ ଦଶନ୍ଧି ପରେ ମହାବଳ ବାଘ ଏଠାରେ ଥିବା ଜଣାପଡ଼ିଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ଶନିବାର ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି, ୮୨ କଲରାପତରିଆ ବାଘ ଓ ୪୬ଟି ଅନ୍ୟାନ୍ୟ ବନ୍ୟଜନ୍ତୁ ଅଭୟାରଣ୍ୟର ପ୍ରତି ବର୍ଗକିଲୋମିଟରରେ ରହୁଛନ୍ତି। ଅଭୟାରଣ୍ୟରେ ମହାବଳ ବାଘର ଉପସ୍ଥିତି ଓ ସୁରକ୍ଷା ପାଇଁ ୧୨ଟି ଦଳ ଏବଂ ତିନୋଟି ନିୟନ୍ତ୍ରଣ କକ୍ଷ ଜରିଆରେ ୨୪ ଘଣ୍ଟିଆ ପହରା ବ୍ୟବସ୍ଥା କରାଯାଇଛି। ନିୟନ୍ତ୍ରଣ କକ୍ଷରେ ଅଭୟାରଣ୍ୟ ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକରେ ବାଘର ଗତିବିଧି ଉପରେ ମଧ୍ୟ ନଜର ରଖାଯାଉଛି। ଅଭୟାରଣ୍ୟ ସୀମାରେ ଥିବା ୪୮ ଗ୍ରାମରେ ସୂଚନା ସଂଗ୍ରହ ବନ୍ଦୋବସ୍ତ କରାଯାଇଥିବା ବେଳେ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ବନ୍ୟପ୍ରାଣୀ ସଂରକ୍ଷଣ ନିୟମର ଉଲ୍ଲଂଘନକାରୀଙ୍କ ବାବଦରେ ସୂଚନା ଦେଲେ କର୍ତ୍ତୃପକ୍ଷ ଅର୍ଥ ପୁରସ୍କାର ବ୍ୟବସ୍ଥା କରିଛନ୍ତି। ଅଭୟାରଣ୍ୟ ମଧ୍ୟରେ ରହିଥିବା ଚାରିଗୋଟି ଗ୍ରାମର ୪୦୦ ପରିବାରକୁ ପରିପାର୍ଶ୍ୱରେ ଥଇଥାନ କରାଯିବା ପରେ ବନ୍ୟପ୍ରାଣୀଙ୍କ ପାଇଁ ଅଧିକ ପ୍ରାୟ ୫୦୦ ହେକ୍ଟର ଜମି ପ୍ରସ୍ତୁତ କରାଯାଇ ପାରିଛି। ସୂଚନାଯୋଗ୍ୟ, ଗତବର୍ଷ ଡ଼େବ୍ରିଗଡ଼ ଅଭୟାରଣ୍ୟକୁ ପ୍ରାକୃତିକ ପରିବେଶ ପାଇଁ ରେକର୍ଡ଼ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ କେନ୍ଦ୍ର ସରକାର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri