Posted inଫୁରସତ

୯ବର୍ଷୀୟା ଫ୍ୟାଶନ୍‌ ଡିଜାଇନର୍‌

ପିଲାଦିନର କାର୍ଯ୍ୟକଳାପ ଅନେକ ସମୟରେ ସେମାନଙ୍କ ଭବିଷ୍ୟତକୁ ଦର୍ଶାଇଦେଇଥାଏ। ଠିକ୍‌ ଯେମିତି କଲରାଡୋର ୯ ବର୍ଷୀୟା କାଇଆ ଆରାଗୋନ। ଏଇ ବୟସରେ ସେ ତିଆରି କରିପାରୁଛନ୍ତି ଅନେକ ପ୍ରକାରର ଡିଜାଇନର୍‌ ପୋଷାକ। ୨୦୨୧ରେ ତାଙ୍କ ମା’ ତୋନ୍ୟା ତାଙ୍କୁ ସିଲେଇ କରିବା ସିଖାଇଥିଲେ। କାରଣ କାଇଆ ମା’ଙ୍କୁ କହିଥିଲେ, ସେ ବଡ ହେଲେ ଫ୍ୟାଶନ ଡିଜାଇନର୍‌ ହେବାକୁ ଚାହୁଁଛନ୍ତି। ଏହା ଶୁଣି ମା’ ତୋନ୍ୟା କହିଥିଲେ ବଡ ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଏବେଠାରୁ ପୋଷାକ ତିଆରି କରିବା ଆରମ୍ଭ ହେଇଯାଉ। ଆଉ ସେ ଝିଅ କାଇଆକୁ ସିଲେଇ ଶିଖାଇଲେ। ଏବେ କାଇଆ ଡ୍ରେସ୍‌, ଗାଉନ୍‌, ଟୁ ପିସ୍‌ ଭଳି ଅନେକ ଡିଜାଇନର୍‌ ପୋଷାକ ତିଆରି କରିପାରୁଛନ୍ତି। ପ୍ରାୟ ସବୁ ଡ୍ରେସ୍‌କୁ ସେ ନିଜ ସାଇଜ୍‌ ଅନୁସାରେ ତିଆରି କରନ୍ତି। ଆଉ ଡ୍ରେସ୍‌ଗୁଡିକ କିଭଳି କମ୍ଫର୍ଟେବୁଲ ହେବ ସେଥିପ୍ରତି ସେ ଅଧିକ ଗୁରୁତ୍ୱ ଦିଅନ୍ତି। ଡ୍ରେସ୍‌ ତିଆରି କରିବା ପରେ ତାକୁ ସେ ପିନ୍ଧି ଘରେ କ୍ୟାଟ୍‌ ଓ୍ବାକ୍‌ କରନ୍ତି। ତା’ର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ ବି କରନ୍ତି। ଫଳରେ ଏବେ ତାଙ୍କର ଅନେକ ଫ୍ୟାନ ଅଛନ୍ତି। କାଇଆ ଭବିଷ୍ୟତରେ ଜଣେ ପ୍ରଫେଶନାଲ ଓ ନାମକରା ଫ୍ୟାଶନ ଡିଜାଇନର୍‌ ହେବାକୁ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri