୯ ଶିକ୍ଷକ ସିଆର୍‌ସିସି ପଦ ଛାଡ଼ିବେ

ରସୁଲପୁର,୨୯ା୮(ଡି.ଏନ.ଏ.): କ୍ଲଷ୍ଟର ରିସୋର୍ସ ସେଣ୍ଟର୍‌ କୋର୍ଡିନେଟର (ସିଆର୍‌ସିସି) ଭାବେ ୫ ବର୍ଷ କାର୍ଯ୍ୟ କରିଥିବା, ଲେଭଲ-୪କୁ ପଦୋନ୍ନତି ହୋଇଥିବା ଓ ଗ୍ରାଜୁଏଟ୍‌ ଶିକ୍ଷକଙ୍କ ତାଲିକା ଦେବାକୁ ଯାଜପୁର ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯିବା ପରେ ରସୁଲପୁର ବ୍ଲକ ସିଆରସିସିଙ୍କ କାର୍ଯ୍ୟକାଳକୁ ନେଇ ତନାଘନା ଜାରି ରହିଛି। ଚିଠି ନଂ.୧୯୨୯/ ୨୨ା୦୮ା୨୦୨୨ ଅନୁସାରେ ବ୍ଲକ୍‌ ଶିକ୍ଷାଧିକାରୀମାନେ ଗତ ୨୬ ତାରିଖରେ ପ୍ରକଳ୍ପ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିଛନ୍ତି। ରସୁଲପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଲିକ ମଧ୍ୟ ରିପୋର୍ଟ ଦେଇଛନ୍ତି। ତାଙ୍କ ରିପୋର୍ଟ ଅନୁସାରେ ଉକ୍ତ ବ୍ଲକରୁ ୯ ଶିକ୍ଷକ ସିଆର୍‌ସିସି ପଦ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଛି। ପରେ ଖାଲିପଡୁଥିବା ସିଆର୍‌ସିସି ପଦ ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ଭିଜନିଂ ଟେଷ୍ଟ କରାଯାଇ ନିଯୁକ୍ତି ଦିଆଯିବ ବୋଲି ସ୍ପଷ୍ଟ କରାଯାଇଛି।
ଏହି ବ୍ଲକର ୨୮ ପଞ୍ଚାୟତକୁ ୧୪ ଶିକ୍ଷା କ୍ଲଷ୍ଟରରେ ବିଭକ୍ତ କରାଯାଇଛି। ଉକ୍ତ କ୍ଲଷ୍ଟରଗୁଡିକ ପାଇଁ ଜଣେ ଲେଖାଏ ଶିକ୍ଷକଙ୍କୁ ସିଆରସିସି ଭାବେ ଚୟନ କରାଯାଇଛି। ସିଆର୍‌ସିସିଙ୍କ କାର୍ଯ୍ୟକାଳ ୫ବର୍ଷ ହୋଇଥାଏ। କେତେକ କ୍ଷେତ୍ରରେ ନିର୍ଦ୍ଧାରିତ କାର୍ଯ୍ୟକାଳ ପରେ ବି ଶିକ୍ଷକମାନେ ପଦ ମାଡ଼ି ବସିଥିବା ଦେଖାଯାଇଛି। ଆଉ କେତେକ କ୍ଷେତ୍ରରେ ଅଣତାଲିମପ୍ରାପ୍ତ ଓ ଭିଜନିଂ ଟେଷ୍ଟର ସମ୍ମୁଖୀନ ନ ହୋଇ ସିଆରସିସି ପଦାସୀନ ହୋଇଛନ୍ତି। ଏହାଛଡ଼ା ଲେଭଲ-୪କୁ ପଦୋନ୍ନତି ହୋଇଥିବା ଓ ଗ୍ରାଜୁଏଟ୍‌ ଶିକ୍ଷକମାନେ ଏହି ପଦରେ ରହିପାରିବେ ନାହିଁ। ଏସବୁ କାରଣକୁ ଦୃଷ୍ଟିରେ ରଖିଲେ ୯ଜଣ ଶିକ୍ଷକ ସିଆରସିସି ପଦ ହରାଇବେ। ସେମାନଙ୍କ ମଧ୍ୟରୁ ବନ୍ଧଡ଼ିହ କ୍ଲଷ୍ଟର ଦାୟିତ୍ୱରେ ଥିବା ଦେବରାଜ ମିଶ୍ର ୫ବର୍ଷରୁ ଅଧିକ ସିଆର୍‌ସିସି ପଦରେ ରହିଥିବାରୁ ତାଙ୍କୁ ହଟାଇ ଦିଆଯାଇଛି। ସେହିପରି ବାଲୁଙ୍କେଶ୍ୱର କ୍ଲଷ୍ଟର ସିଆର୍‌ସିସି ଶ୍ରୀବତ୍ସ ସାହୁ, ବଡ଼ଚଅପୋଇର ମାନସରଞ୍ଜନ ପୃଷ୍ଟି, ବାରବାଟୀର ରାମଚନ୍ଦ୍ର ମଲ୍ଲିକ, ପାରିକଇଞ୍ଚତ୍ର ବିଜୟ ଷଡ଼ଙ୍ଗୀ, ମଧୁବନର ପ୍ରମୋଦ କୁମାର ବାରିକ, ଶ୍ରୀବନ୍ତପୁରର ବିଜୟ ବେହେରା, ଲକ୍ଷ୍ମୀନଗରର ବିନୋଦ ବିହାରୀ ସାହୁ, ବିଶ୍ୱମ୍ବରର ଭବେଶ ଦାସ ପ୍ରମୁଖ ଲେଭଲ-୪ ଓ ଗ୍ରାଜୁଏଟ ତାଲିମପ୍ରାପ୍ତ ଶିକ୍ଷକ ପଦୋନ୍ନତି ପାଇଥିବାରୁ ସେମାନଙ୍କୁ ପଦ ହରାଇବାକୁ ପଡ଼ିବ। ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ଖାଲିଥିବା ପଦଗୁଡିକ ପାଇଁ ସିଆରସିସି ଚୟନ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ମଲ୍ଲିକ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସିଆରସିସି ପଦ ପାଇଁ ଆଶାୟୀ ଥିବା ଶିକ୍ଷକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। ତେବେ କେଉଁମାନେ ନୂତନ ସିଆରସିସି ପଦ ହାତେଇ ପାରିବେ ତାହା ପ୍ରକ୍ରିୟା ଶେଷ ହେବା ପରେ ସ୍ପଷ୍ଟ ହେବ। ପ୍ରକାଶଥାଉ କି ପଦ ହରାଉଥିବା ସିଆର୍‌ସିସିଙ୍କ ମଧ୍ୟରେ ଜଣେ ହେଲେ ଅଣତାଲିମପ୍ରାପ୍ତ ନ ଥିଲେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri