୨୫୭୦.୫୪ କୋଟିର ୯ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ୨୫୭୦.୫୪ କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍‌ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମେଟାଲ, ମେଟାଲ ଡାଉନଷ୍ଟ୍ରିମ୍‌, ମାନୁଫାକ୍ଚରିଂ, ପ୍ଲାଷ୍ଟିକ, ସିମେଣ୍ଟ ଏବଂ ଖାଦ୍ୟ ପ୍ରକି୍ରିୟାକରଣ ଇତ୍ୟାଦି ୯ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି॥ ଏହି ଶିଳ୍ପରେ ୨୭୫୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଅମଲାଗାମ ରିସୋର୍ସେସ ପ୍ରାଇଭେଟ ଲିମିଟେଡ କେନ୍ଦୁଝର ଜିଲାର ଯୋଡ଼ାଠାରେ ୮୮୨ କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ୧୫ ନିୟୁତ ଟନ୍‌ ବେନିଫିକେଶନ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୭୦୨ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି ଆର୍ଡେଣ୍ଟ ଷ୍ଟିଲ୍‌ କେନ୍ଦୁଝର ଜିଲାର ବାଂଶପାଳଠାରେ ୮୦.୫ କୋଟି ଟଙ୍କା ବ୍ୟୟରେ ୩ ନିୟୁତ ଟନ୍‌ର ଆଇରନ ଓର୍‌ ସାଟେଲାଇଟ ଗ୍ରାଇଣ୍ଡିଂ ୟୁନିଟ ଏବଂ ୩ ନିୟୁତ ଟନ୍‌ର ସ୍ଲରି ପାଇପ ଲାଇନ ପ୍ରକଳ୍ପ ସ୍ଥାପନ କରିବ। ଏଥିରେ ୬୦ ଜଣଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ଲାନସେଟ ଇଞ୍ଜିନିୟରିଂ ପକ୍ଷରୁ ଖୋର୍ଦ୍ଧା ଜିଲାରେ ୧୦୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୪୫ କୋଟି ରେଜର ବ୍ଲେଡ ପ୍ରସ୍ତୁତି କାରଖାନା ସ୍ଥାପନ କରିବ। ଏଥିରେ ୯୦ ଜଣଙ୍କୁ ନିଯୁକ୍ତି ମିଳିବି। ଏପ୍‌ସିଲନ କାର୍ବନ ଅଶୋକା ପକ୍ଷରୁ ସମ୍ବଲପୁର ଜିଲାର ରେଙ୍ଗାଳିଠାରେ ଦୁଇଟି ପର୍ଯ୍ୟାୟରେ ବାର୍ଷିକ ୮,୭୫,୦୦୦ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ କାର୍ବନ କମ୍ପ୍ଲେକ୍ସ ନିର୍ମାଣ କରିବ। ଏଥିରେ ୯୦୦ କୋଟି ଟଙ୍କାର ପୁଞ୍ଜିିନିବେଶ ହେବା ସହ ୬୦୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ଓରିଏଣ୍ଟ ପେପର ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ ଝାରସୁଗୁଡ଼ା ଜିଲାର ବ୍ରଜରାଜନଗରଠାରେ ଦୈନିକ ୧୨୦ ଟନ୍‌ କ୍ଲୋରୋ-ଆଲକାଲି କମ୍ପ୍ଲେକ୍ସ ନିର୍ମାଣ କରିବ। ଏଥିରେ କମ୍ପାନୀ ୧୬୨ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବା ସହ ୩୩୮ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି କୋଷ୍ଟାଲ ବାୟୋଟେକ୍‌ ପକ୍ଷରୁ ଗଜପତି ଜିଲାରେ ଡିଷ୍ଟିଲେରି ୟୁନିଟ ସ୍ଥାପନ କରାଯିବ। ଏଥିରେ ୨୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବା ସହ ୪୦୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ରାମିକି ଏନଭିରୋ ଇଞ୍ଜିନିୟର୍ସ ରାୟଗଡ଼ା ଜିଲାର ବୁରୁଜୁଗୁଡାଠାରେ ଇଣ୍ଟିଗ୍ରେଟେଡ କମନ ହାଜାର୍ଡସ ଓ୍ବେଷ୍ଟ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୧୨୮.୮୦ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବା ସହ ୫୦ ଜଣଙ୍କୁ ନିଯୁକ୍ତି ମିଳି ପାରିବ। ସେହିପରି ଏଚଆଇଏଲ ଲିମିଟେଡ ବାଲେଶ୍ୱର ଜିଲାରେ ସିମେଣ୍ଟ ସାଣ୍ଡିଓ୍ବିଚ ପ୍ୟାନେଲ ୟୁନିଟି ସ୍ଥାପନ କରିବ। ଏଥିରେ ୬୩.୨୪ କୋଟି ଟଙ୍କାରୁ ପୁଞ୍ଜିନିବେଶ ହେବା ସହ ୨୬୫ ଜଣଙ୍କୁ ନିଯୁକ୍ତି ମିଳି ପାରିବ। ସେଞ୍ଚୁରୀ ଫାଇବର ପ୍ଲେଟସ୍‌ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧା ଜିଲାରେ ମାଟ୍ରେସ, ଫାଇବର ପିଲୋ ପ୍ରସ୍ତୁତି ୟୁନିଟ ସ୍ଥାପନ କରିବ। କମ୍ପାନୀ ଏହି ପ୍ରକଳ୍ପରେ ୫୪ କୋଟି ଟଙ୍କା ବିନିଯୋଗ କରିବା ସହ ୨୫୦ ଜଣଙ୍କୁ ନିଯୁକ୍ତି ଯୋଗାଇ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri