୨୫୭୦.୫୪ କୋଟିର ୯ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ୨୫୭୦.୫୪ କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍‌ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମେଟାଲ, ମେଟାଲ ଡାଉନଷ୍ଟ୍ରିମ୍‌, ମାନୁଫାକ୍ଚରିଂ, ପ୍ଲାଷ୍ଟିକ, ସିମେଣ୍ଟ ଏବଂ ଖାଦ୍ୟ ପ୍ରକି୍ରିୟାକରଣ ଇତ୍ୟାଦି ୯ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି॥ ଏହି ଶିଳ୍ପରେ ୨୭୫୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଅମଲାଗାମ ରିସୋର୍ସେସ ପ୍ରାଇଭେଟ ଲିମିଟେଡ କେନ୍ଦୁଝର ଜିଲାର ଯୋଡ଼ାଠାରେ ୮୮୨ କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ୧୫ ନିୟୁତ ଟନ୍‌ ବେନିଫିକେଶନ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୭୦୨ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି ଆର୍ଡେଣ୍ଟ ଷ୍ଟିଲ୍‌ କେନ୍ଦୁଝର ଜିଲାର ବାଂଶପାଳଠାରେ ୮୦.୫ କୋଟି ଟଙ୍କା ବ୍ୟୟରେ ୩ ନିୟୁତ ଟନ୍‌ର ଆଇରନ ଓର୍‌ ସାଟେଲାଇଟ ଗ୍ରାଇଣ୍ଡିଂ ୟୁନିଟ ଏବଂ ୩ ନିୟୁତ ଟନ୍‌ର ସ୍ଲରି ପାଇପ ଲାଇନ ପ୍ରକଳ୍ପ ସ୍ଥାପନ କରିବ। ଏଥିରେ ୬୦ ଜଣଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ଲାନସେଟ ଇଞ୍ଜିନିୟରିଂ ପକ୍ଷରୁ ଖୋର୍ଦ୍ଧା ଜିଲାରେ ୧୦୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୪୫ କୋଟି ରେଜର ବ୍ଲେଡ ପ୍ରସ୍ତୁତି କାରଖାନା ସ୍ଥାପନ କରିବ। ଏଥିରେ ୯୦ ଜଣଙ୍କୁ ନିଯୁକ୍ତି ମିଳିବି। ଏପ୍‌ସିଲନ କାର୍ବନ ଅଶୋକା ପକ୍ଷରୁ ସମ୍ବଲପୁର ଜିଲାର ରେଙ୍ଗାଳିଠାରେ ଦୁଇଟି ପର୍ଯ୍ୟାୟରେ ବାର୍ଷିକ ୮,୭୫,୦୦୦ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ କାର୍ବନ କମ୍ପ୍ଲେକ୍ସ ନିର୍ମାଣ କରିବ। ଏଥିରେ ୯୦୦ କୋଟି ଟଙ୍କାର ପୁଞ୍ଜିିନିବେଶ ହେବା ସହ ୬୦୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ଓରିଏଣ୍ଟ ପେପର ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ ଝାରସୁଗୁଡ଼ା ଜିଲାର ବ୍ରଜରାଜନଗରଠାରେ ଦୈନିକ ୧୨୦ ଟନ୍‌ କ୍ଲୋରୋ-ଆଲକାଲି କମ୍ପ୍ଲେକ୍ସ ନିର୍ମାଣ କରିବ। ଏଥିରେ କମ୍ପାନୀ ୧୬୨ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବା ସହ ୩୩୮ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି କୋଷ୍ଟାଲ ବାୟୋଟେକ୍‌ ପକ୍ଷରୁ ଗଜପତି ଜିଲାରେ ଡିଷ୍ଟିଲେରି ୟୁନିଟ ସ୍ଥାପନ କରାଯିବ। ଏଥିରେ ୨୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବା ସହ ୪୦୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ରାମିକି ଏନଭିରୋ ଇଞ୍ଜିନିୟର୍ସ ରାୟଗଡ଼ା ଜିଲାର ବୁରୁଜୁଗୁଡାଠାରେ ଇଣ୍ଟିଗ୍ରେଟେଡ କମନ ହାଜାର୍ଡସ ଓ୍ବେଷ୍ଟ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୧୨୮.୮୦ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବା ସହ ୫୦ ଜଣଙ୍କୁ ନିଯୁକ୍ତି ମିଳି ପାରିବ। ସେହିପରି ଏଚଆଇଏଲ ଲିମିଟେଡ ବାଲେଶ୍ୱର ଜିଲାରେ ସିମେଣ୍ଟ ସାଣ୍ଡିଓ୍ବିଚ ପ୍ୟାନେଲ ୟୁନିଟି ସ୍ଥାପନ କରିବ। ଏଥିରେ ୬୩.୨୪ କୋଟି ଟଙ୍କାରୁ ପୁଞ୍ଜିନିବେଶ ହେବା ସହ ୨୬୫ ଜଣଙ୍କୁ ନିଯୁକ୍ତି ମିଳି ପାରିବ। ସେଞ୍ଚୁରୀ ଫାଇବର ପ୍ଲେଟସ୍‌ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଖୋର୍ଦ୍ଧା ଜିଲାରେ ମାଟ୍ରେସ, ଫାଇବର ପିଲୋ ପ୍ରସ୍ତୁତି ୟୁନିଟ ସ୍ଥାପନ କରିବ। କମ୍ପାନୀ ଏହି ପ୍ରକଳ୍ପରେ ୫୪ କୋଟି ଟଙ୍କା ବିନିଯୋଗ କରିବା ସହ ୨୫୦ ଜଣଙ୍କୁ ନିଯୁକ୍ତି ଯୋଗାଇ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri