କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଂଚଳରେ ଡକାୟତି ଉଦ୍ୟମ ବେଳେ କେନ୍ଦୁଝର ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏସପି ନିତିନ କୁଶଲକର ଏକ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି। ସେମାନେ ମହାକାଳ ନାମରେ ଏକ ଗ୍ୟାଙ୍ଗ କରି ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଥିଲେ। ସେମାନଙ୍କ ଠାରୁ ୫ ପିସ୍ତଲ ବହୁ ଫୁଟା ଓ ଅଫୁଟା ଗୁଳି, ଖଣ୍ଡା, କଟୁରୀ, ଲୁହା ଛଡ଼ ଆଦି ମାରଣାସ୍ତ୍ର ପୋଲିସ ଜବତ କରିଛି। ସେମାନଙ୍କ ନାମରେ କେନ୍ଦୁଝର, ମୟୂରଭଞ୍ଜ ଜିଲା ତଥା ଝାରଖଣ୍ଡ ରାଜ୍ୟରେ ୩୭ରୁ ଉଦ୍ଧର୍ବ ଅପରାଧିକ ମାମଲା ରହିଥିବା ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଯୋଡ଼ାରେ ନିକଟରେ ଏକ ଡକାୟତି ଉଦ୍ୟମ ଘଟଣାରେ ସଂପୃକ୍ତି ଥିବା ପୋଲିସ କହିଛି। ସାମାଜିକଗଣ ମାଧ୍ୟମରେ ସେମାନେ ରିଲସ କରି ସେମାନଙ୍କ ଦବଦବା ଜାହିର କରୁଥିଲେ। ସେମାନେ ହେଲେ ଗଣେଶ ଗିରି, ପ୍ରିୟ ଦର୍ଶନ ପ୍ରଧାନ, ପର୍ଶୁରାମ ପ୍ରଧାନ, ନିର୍ମଳ ପ୍ରଧାନ, ସୁଭାଷ ଗିରି, ରଞ୍ଜନ ପଲେଇ, ବିନୋଦ ମୁଣ୍ଡା, ରୋହିତ ନାଏକ, ଏମଡି ଜିସାନ ବୋଲି ଜଣାପଡିଛି। ପୋଲିସ ସେମାନଙ୍କ ଅନ୍ୟ କୌଣସି ଅପରାଧରେ ସଂପୃକ୍ତି ନେଇ ଯାଞ୍ଚ କରିଛି ଓ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି। ଟାଉନ ଥାନାରେ କେସ ନମ୍ବର ୭୮୫/୨୦୨୫ ରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
Dharitri – The Largest & Most Trusted Odia Daily


