Categories: ଫୁରସତ

ମହିଳାଙ୍କ ବେବିବମ୍ପରୁ ୯ ଆଇ ଫୋନ୍‌

ବେଜିଂ: ମହିଳା ଜଣକ ନିଜ ବେବି ବମ୍ପରେ ଆଇ ଫୋନ ଚୋରି କରୁଥିବାବେଳେ ଧରାପଡିଛନ୍ତି। ଏପରି ଘଟଣା ଘଟିଛି ଚାଇନାରେ। ଜଣେ ମହିଳା ମାକାଉରୁ ଚାଇନା ଆସୁଥିଲେ। ସେ ବର୍ଡର ପାର ହେବା ସମୟରେ ଅଧିକାରୀମାନେ ତାଙ୍କୁ ସନ୍ଦେହ କରି ପଚରାଉଚରା କରିଥିଲେ। ସେତେବେଳେ ସେ ୫ ମାସର ଗର୍ଭବତୀ ଥିବା କହିଥିଲେ। ହେଲେ ମହିଳାଙ୍କ ବେବିବମ୍ପ ବହୁତ ବଡ଼ ଥିବାରୁ ତାଙ୍କୁ ଯାଞ୍ଚ ପାଇଁ ସ୍କାନିଂ କରିଥିଲେ। ଏଥିରେ ତାଙ୍କ ସବୁ ସତ ବାହାରକୁ ଆସିଥିଲା। ମହିଳାଙ୍କ ନକଲି ବେବିବମ୍ପ ଭିତରେ ସେ ୯ଟି ଆଇ ଫୋନ ସହ କମ୍ପ୍ୟୁଟରର ବିଭିନ୍ନ ପାର୍ଟ ଥିବା ଜଣାପଡିଥିଲା। ଏହା ପୂର୍ବରୁ ଏପରି ଘଟଣା ୨୦୧୭ରେ ଦେଖିବାକୁ ମିଳିଥିଲା। ସେଥିରେ ମହିଳା ମୋବାଇଲ ତସ୍କରି କରୁଥିବା ନେଇ ଗିରଫ ହୋଇଥିଲେ। ସେତେବେଳେ ମହିଳା ଜଣକ ତାଙ୍କ ବେବିବମ୍ପରେ ୧୦୨ଟି ଆଇ ଫୋନ ଲୁଚାଇ ନେବାକୁ ଉଦ୍ୟମ କରୁଥିଲେ।

Share