୯ କାଉନସିଲର ପ୍ରାର୍ଥୀପତ୍ର ନାକଚ

ଧାମନଗର,୧୦ା୩: ନୂଆ କରି ଗଠିତ ଧାମନଗର ଏନ୍‌ଏସି ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଅଧ୍ୟକ୍ଷ ପଦ ପାଇଁ କୌଣସି ନାମାଙ୍କନ ନାକଚ ହୋଇ ନ ଥିବା ବେଳେ ୯ ଜଣ କାଉନସିଲର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। ଯାଞ୍ଚ ପରେ ମୋଟ ଅଧ୍ୟକ୍ଷ ପଦରେ ୫ଜଣ ଥିବାବେଳେ କାଉନସିଲର ପଦ ପାଇଁ ୪୦ ଜଣ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଏନ୍‌ଏସି ଅଧିକାରୀ ଯତିନ୍ଦ୍ର ମିଶ୍ର କହିଛନ୍ତି।