ଏହିଦିନ ଳାଗୁ ହେବ ୮ମ ବେତନ କମିଶନ! ଏହି କର୍ମଚାରୀଙ୍କ ୩ଗୁଣା ବଢିବ ଦରମା

ନୂଆଦିଲ୍ଲୀ,୧୧।୪:ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ପରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା କେତେ ବୃଦ୍ଧି ପାଇବ ସେ ନେଇ ଅନେକ ଆଲୋଚନା ହେଉଛି। ଅନେକ ଭାବୁଛନ୍ତି କର୍ମଚାରୀଙ୍କ ଦରମାରେ ୧୮୬% ବୃଦ୍ଧି ପାଇବ । ୧୮୬% ଅର୍ଥ ହେଉଛି ଯାହାର ଦରମା ବର୍ତ୍ତମାନ ୫୦ ହଜାର ଟଙ୍କା ସେମାନେ ପାଖାପାଖି ୧ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି ପାଇବ । କିନ୍ତୁ ପ୍ରକୃତରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କେତେ ପ୍ରତିଶତ ବୃଦ୍ଧି ପାଇବ ତାହା ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ହିଁ ବୃଦ୍ଧି ପାଇବ ।

କିନ୍ତୁ କିଛି ସାମ୍ପ୍ରତିକ ରିପୋର୍ଟ ମଧ୍ୟ ଆସିଛି ଯେଉଁଥିରେ କୁହାଯାଇଛି ଯେ ଦରମା ବୃଦ୍ଧି କେବଳ ୧୦ ରୁ ୩୦ ପ୍ରତିଶତ ହେବ। ଏହାଠାରୁ ଅଧିକ ନୁହେଁ । ଏହାର ଅର୍ଥ ହେଉଛି ଯିଏ ୫୦ ହଜାର ଟଙ୍କା ବେତନ ପାଉଛନ୍ତି, ତାଙ୍କର ସର୍ବାଧିକ ଦରମା ୬୦ରୁ ୬୫ ହଜାର ଟଙ୍କା ମଧ୍ୟରେ ହିଁ ରହିବ ।

କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ନେଇ ସରକାର ଘୋଷଣା କରିଛନ୍ତି । ଯାହା ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ରିପୋର୍ଟ ଉପସ୍ଥାପନ କରିବ। ଏହା ସହିତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି ।

ଜଣେ ପିଅନ କିମ୍ବା ଆଟେଣ୍ଡାଣ୍ଟ ପୋଷ୍ଟରେ ଥିବା କର୍ମଚାରୀଙ୍କ ଅତି କମ ଦରମା ୫୧,୪୮୦ ଟଙ୍କା ହେବ । ସେହିଭଳି ଜଣେ ଲୋୟର ଡିଭିଜନ କ୍ଲର୍କଙ୍କ ଦରମା ୧୯,୯୦୦ ଟଙ୍କାରୁ ବଢି ୫୬,୯୧୪ ଟଙ୍କା ହେବ । ସେହିଭଳି ଫିଟମେଣ୍ଟ ଫ୍ୟାକ୍ଟର ୨.୮୬କୁ ବଢିଲେ ଜଣେ କନଷ୍ଟେବଲଙ୍କ ଦରମା ୨୧,୭୦୦ ଟଙ୍କାରୁ ବୃଦ୍ଧି ପାଇ ୬୨,୦୬୨ ଟଙ୍କା ହୋଇଯିବ । ସେହିଭଳି ଜୁନିୟର କ୍ଲର୍କଙ୍କ ଦରମା ୨୫,୫୦୦ ରୁ ୭୨,୯୩୦ ଟଙ୍କା ହୋଇଯିବ । ଆଉ ଟେକନିକାଲ ଷ୍ଟାଫଙ୍କ ଦରମା ୨୯,୨୦୦ରୁ ୮୩,୫୧୨ ଟଙ୍କା ହୋଇଯିବ ।

ସପ୍ତମ ବେତନ ଆୟୋଗର କାର୍ଯ୍ୟକାଳ ୨୦୨୫ ଡିସେମ୍ବର ୩୧ ରେ ଶେଷ ହେବ । ଯାହାକି ୨୦୧୬ ଜାନୁଆରୀ ୧ ତାରିଖରେ କାର୍ଯ୍ୟକାରୀ ହୋଇଥିଲା । ତେଣୁ ୧୦ ବର୍ଷ ପୂରଣ ହେବା ପରେ ତାହା ଶେଷ ହେବ । ଏହିପରି, ୨୦୨୬ ଜାନୁଆରୀ ୧ ରୁ ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ ହେବ । କିନ୍ତୁ କର୍ମଚାରୀଙ୍କ ନୂଆ ଦରମା ଏବଂ ପେନସନ କିନ୍ତୁ ୨୦୨୭ରୁ ହିଁ ମିଳିବା ନେଇ ଣୁଣିବାକୁ ମିଳୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri