ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ

ଗୋପାଳପୁର,୨ା୨(ଡି.ଏନ.ଏ.): ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିନେଇଥିବା ଗୁରୁବାର ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। କଇଠାପଲ୍ଳୀ ଗ୍ରାମର ଜନୈକା ଛାତ୍ରୀ ସ୍କୁଲ ଯିବାକୁ କହି ଘରୁ ବାହାରିଯାଇଥିଲେ। ସନ୍ଧ୍ୟାସୁଦ୍ଧା ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରି ପାଇ ନ ଥିଲେ। ପରେ ଛାତ୍ରୀଙ୍କ ବାପା ଗ୍ରାମର ଜଣେ ଯୁବକ ଝିଅକୁ ଅପହରଣ କରିନେଇଥିବା ଜାଣିବାକୁ ପାଇଥିଲେ। ଏନେଇ ଛାତୀଙ୍କ ବାପା ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୬୨/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି।