୧୦୦୦ ପୁଅରେ ୮୯୮ ଝିଅ ଜନ୍ମ

ଯାଜପୁର ଅଫିସ,୩ା୬: ଯାଜପୁର ଜିଲାରେ ପୁଅଙ୍କ ତୁଳନାରେ ଝିଅ ଜନ୍ମ ଅନୁପାତ ହ୍ରାସ ଉଦବେଗଜନକ ହୋଇଛି। ୨୦୧୫-୧୬ ବର୍ଷରେ ଯାଜପୁର ଜିଲାରେ ୧୦୦୦ ପୁଅ ତୁଳନାରେ ଝିଅ ଜନ୍ମହାର ୭୨୫ ରହିିଥିଲା। ଏହି ସମୟରେ ଭାରତରେ ୯୨୯ ଏବଂ ଓଡିଶାରେ ୯୩୨ ରହିଥିଲା। ତେବେ ୨୦୧୯-୨୧ ବର୍ଷରେ ଝିଅ ଜନ୍ମହାର ଜିଲାରେ ୮୯୮ ରହିଥିବାବେଳେ ଭାରତରେ ୯୨୯ ଓ ଓଡିଶାରେ ୮୯୪ ରହିଛି। ଏହା ତଥ୍ୟାଭିଜ୍ଞ ମହଲରେ ଆଲୋଡନ ସୃଷ୍ଟି କରିଛି। ଅନ୍ୟପକ୍ଷେ ୨୦୦୧ ଜନଗଣନା ରିପୋର୍ଟରେ ଜିଲାରେ ୯୩୭ ଝିଅ ଜନ୍ମ ହୋଇଥିବାବେଳେ ଭାରତରେ ୯୨୭ ଓ ଓଡ଼ିଶାରେ ୯୫୩ ଜନ୍ମ ନେଇଥିଲେ। ୨୦୧୧ ବର୍ଷରେ ଜିଲାରେ ୯୨୬ ସ୍ଥଳେ ଭାରତରେ ୯୧୯ ଓ ଓଡ଼ିଶାରେ ୯୪୧ ରହିଥିଲେ। ଅର୍ଥାତ୍‌ ଏହି ୧୦ ବର୍ଷରେ ଯାଜପୁର ଜିଲାରେ ଝିଅ ଜନ୍ମହାର ୨୮ ହ୍ରାସ ପାଇଛି। ଛତୁ ଫୁଟିଲା ଭଳି ଅଲଟ୍ରାସାଉଣ୍ଡ କେନ୍ଦ୍ର ଖୋଲିବା ଏବଂ ଲିଙ୍ଗ ନିରୁପଣ ଘଟଣା ବୃଦ୍ଧି ଏହାର ପ୍ରମୁଖ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
ଜିଲା ସଦର ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ତାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ନ କରି ବେସରକାରୀ କେନ୍ଦ୍ରଗୁଡିକୁ ପରୋକ୍ଷରେ ପ୍ରୋସତ୍ାହନ ଯୋଗାଇ ଦିଆଯାଉଛି। ଜିଲା ପ୍ରଶାସନ ପକ୍ଷରୁ ପିଏନ୍‌ଡିଟି(ବେଆଇନ ଲିଙ୍ଗ ନିରୂପଣ ଆଇନ) ପରାମର୍ଶଦାତା କମିଟିରେ ଏହାର ନିରାକରଣ ପାଇଁ ପ୍ରସ୍ତୁତି ବୈଠକ ହେଉଥିଲେ ହେଁ କିଛି ସୁଫଳ ମିଳି ପାରି ନ ଥିବାରୁ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ମତପ୍ରକାଶ ପାଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉଚ୍ଚତର ଚିକିସତ୍ା ସହ ଗର୍ଭବତୀ ଓ ପ୍ରସୂତି ମହିଳା ମୃତ୍ୟୁହାର କମାଇବା ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ଡାକ୍ତରଖାନାକୁ ଯୋଗାଉଥିବା ମେଶିନ ରୋଗୀସେବାରେ ଉପଯୁକ୍ତ ଭାବେ ବ୍ୟବହୃତ ହେଉନାହିଁ। ଜିଲାର ଯାଜପୁର ଟାଉନ, ଯାଜପୁର ରୋଡ, କାଳିଆପାଣି, ସୁକିନ୍ଦା, ଜାରକା ଆଦି ସ୍ଥାନରେ ପ୍ରାୟ ୨୭ଟି ବେସରକାରୀ ଅଲଟ୍ରାସାଉଣ୍ଡ ପରୀକ୍ଷା କରିବା ପାଇଁ ଅନୁମତି ଦିଆଯାଇଛି। ପ୍ରତି ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ଜଣେ ଲେଖାଏଁ ରେଡିଓଲୋଜି କିମ୍ବା ସୋନୋଗ୍ରାଫର ରହିବାକୁ ନିୟମ ରହିଛି। ମାତ୍ର ଜିଲାର କେତେକ ବେସରକାରୀ ଅଲଟ୍ରାସାଉଣ୍ଡ କେନ୍ଦ୍ରରେ ଉକ୍ତ ନିୟମ ପାଳନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏହି କେନ୍ଦ୍ରଗୁଡିକରେ ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ନିଯୁକ୍ତି କରା ନ ଯାଇ ଅନଭିଜ୍ଞ ତଥା ଅଣକୁଶଳୀ ଲୋକଙ୍କ ଦ୍ୱାରା ଅଲଟ୍ରାସାଉଣ୍ଡ କରାଯାଉଛି। ଫଳରେ ଅଧିକାଂଶ ସମୟରେ ରୋଗୀଙ୍କୁ ତ୍ରୁଟିପୂର୍ଣ୍ଣ ରିପୋର୍ଟ ମିଳୁଥିବା ଅଭିଯୋଗ ହୋଇଛି। ଏହି କେନ୍ଦ୍ରଗୁଡିକ ସେବା ବଦଳରେ ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଲଟ୍ରାସାଉଣ୍ଡ ପରୀକ୍ଷାରେ ଜଣେ ରୋଗୀଙ୍କଠାରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ଏହି ସବୁର ତଦନ୍ତ କରିବା ପାଇଁ ଜିଲାରେ ଜିଲା ପରାମର୍ଶ କମିଟି (ଡିଏସି) ଗଠନ କରାଯାଇଛି। ଗଠିତ କମିଟି ପକ୍ଷରୁ ଅଲଟ୍ରାସାଉଣ୍ଡ କେନ୍ଦ୍ରଗୁଡିକୁ ତଦନ୍ତ କରାଯାଉଛି ସତ ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ସେହି କେନ୍ଦ୍ରଗୁଡିକରେ ଲିଙ୍ଗ ନିରୂପଣ କରି ଅବାଧରେ ଗର୍ଭପାତ ଓ କନ୍ୟାଭୃଣ ହତ୍ୟା କରୁଥିବା ଅଭିଯୋଗ ହୋଇଛି। ଯାଜପୁରଟାଉନ ଓ ଯାଜପୁର ରୋଡରେ ଥିବା କେନ୍ଦ୍ରଗୁଡିକରେ ଏଭଳି ବ୍ୟବସାୟ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଜିଣାପଡିଛି। ଏପରି କି ଜିଲା ତଥା ଜିଲା ବାହାରୁ ଲୋକେ ଆସି ଏଠାରେ ଲିଙ୍ଗ ନିରୂପଣ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏଥିଯୋଗୁ ଜିଲାରେ ଝିଅ ଜନ୍ମହାର ହ୍ରାସ ବର୍ଷକୁ ବର୍ଷ ଜଟିଳ ହେବାରେ ଲାଗିଛି। ଅଲଟ୍ରାସାଉଣ୍ଡ ମେଶିନ ଗର୍ଭବତୀଙ୍କ ଗର୍ଭାଶୟର ପରିସ୍ଥିତି ଓ ଗର୍ଭାଶୟରେ ଥିବା ଶିଶୁର ଅବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ରାଜ୍ୟ ସରକାର ମାଗଣାରେ ଗର୍ଭବତୀଙ୍କ ଅଲଟ୍ରାସାଉଣ୍ଡ କରି ପରୀକ୍ଷା ରିପୋର୍ଟ ଦେବାକୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ବିଭାଗୀୟ ଅବହେଳା କାରଣରୁ ଜିଲା ସଦର ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ଜିଲାବାସୀ ବେସରକାରୀ ମେଶିନରେ ପରୀକ୍ଷା କରାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଜିଲା ସ୍ବାସ୍ଥ୍ୟ ସମିତି, ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଜିଲାରେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିଲେ ମଧ୍ୟ ଏଭଳି ପ୍ରମୁଖ ସମସ୍ୟା ସମାଧାନ ପ୍ରତି କାହାର ତପତ୍ରତା ପ୍ରକାଶ ପାଉନାହିଁ ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri